ବଲାଙ୍ଗୀର: ବଲାଙ୍ଗୀରରେ ଆଜି କେଷରିଆ ହିନ୍ଦୁ ବାହିନୀ ପକ୍ଷରୁ ଧାରଣା ଦିଆଯାଇଛି । ତେବେ ଗତ 26 ଜାନୁଆରୀରେ ଦିଲ୍ଲୀ ଲାଲକିଲ୍ଲା ଠାରେ ଚାଷୀ ଆନ୍ଦୋଳନ ବେଳେ ଚାଷୀଙ୍କ ନାଁରେ କିଛି ବ୍ୟକ୍ତି ଓ ସଂଗଠନ ଜାତୀୟ ପତାକାକୁ ଅସମ୍ମାନ ଦେଇଥିବାର ଏମାନେ ଅଭିଯୋଗ କରିଛନ୍ତି ।
ଏଥିସହିତ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବାର ଏମାନେ ଦାବି କରିଛନ୍ତି । ସେଥିପାଇଁ କେଷରିଆ ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରଖିବେ ବୋଲି ଏମାନେ କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ