ETV Bharat / state

କଲେଜରେ ତାଲା ପକାଇ ଆଇଟିଆଇ ଛାତ୍ରଙ୍କ ଆନ୍ଦୋଳନ

author img

By

Published : Jul 7, 2023, 11:47 AM IST

ଟେଷ୍ଟ୍‌ ପରୀକ୍ଷାରେ କମ୍‌ ମାର୍କ ଆସିବାରୁ ଆଇଟିଆଇ ଛାତ୍ରଙ୍କ ଆନ୍ଦୋଳନ । ଅଧିକ ପଢନ୍ତୁ

Kantabanji Govt ITI College
Kantabanji Govt ITI College
Kantabanji Govt ITI College

ବଲାଙ୍ଗୀର: ଅଧ୍ୟକ୍ଷଙ୍କ ବଦଳି ଓ ଟ୍ରେଡ଼ ଟେଷ୍ଟ ପରୀକ୍ଷାରେ କମ୍‌ ମାର୍କ ରହିବାରୁ କଣ୍ଟାବାଞ୍ଜି ସରକାରୀ ଆଇଟିଆଇ କଲେଜ ଛାତ୍ରଙ୍କ ଆନ୍ଦୋଳନ । କଲେଜରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ । ବିଭିନ୍ନ ସମସ୍ୟାର ସମାଧାନ ସହ ଆଇଟିଆଇର ଅଧ୍ୟକ୍ଷଙ୍କୁ ବଦଳି ପାଇଁ ଗୁରୁବାର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନକୁ ତାଲା ପକାଇଥିଲେ ଛାତ୍ରଛାତ୍ରୀ । ଆଇଟିଆଇରେ ମାର୍କ କମ ଦେଇଥିବା ଅଭିଯୋଗ ହୋଇଛି । ଇଲେକ୍ଟ୍ରିକାଲ, ଆରଏସି, ଫିଟର ବିଭାଗରେ ଏଭଳି ହୋଇଛି । ଜାଣିଶୁଣି ମାର୍କ କମାଇ ଦିଆଯାଇଥିବା ଆନ୍ଦୋଳନ ସମୟରେ ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ ।

ଏହା ମଧ୍ୟ ପଢନ୍ତୁ-Students Group Clash: ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

କଲେଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ସମୟରେ ଦୃଷ୍ଟି ଆକର୍ଷଣ କରିଥିଲେ ଛାତ୍ରଛାତ୍ରୀ । କିନ୍ତୁ ଏ ଦିଗରେ କେହି ଧ୍ୟାନ ଦେଉନଥିବାରୁ ଏମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ବିଶେଷ କରି ଟ୍ରେଡ୍‌ ଟେଷ୍ଟ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ମାର୍କ କମ ଥିବାରୁ ଗୁରୁବାର କଲେଜ ସମ୍ମୁଖରେ ଉତ୍ତେଜନା ଦେଖା ଦେଇଥିଲା । କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଜିଦ୍‌ରେ ଅଟଳ ରହିଥିଲେ ଆନ୍ଦୋଳନରତ ଛାତ୍ରଛାତ୍ରୀ । ଦୀର୍ଘ ସମୟ ଧରି ତାଲା ବନ୍ଦ କରି ରହିଥିବା ଛାତ୍ରଛାତ୍ରୀ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ବୁଝାସୁଝା କରିଥିଲା।

ଏହା ମଧ୍ୟ ପଢନ୍ତୁ-ସ୍ବପ୍ନ ହେଲା ପୂରଣ, ଶହୀଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ ହେବ କଳାହାଣ୍ଡି ମେଡ଼ିକାଲ କଲେଜ

କଲେଜର ପ୍ରଥମ ବର୍ଷ ଛାତ୍ର ଆରୁକ୍ଷ କୁମ୍ଭାର ଓ ଛାତ୍ରୀ କୌଶଲ୍ୟା ଭୋଇ କହିଛନ୍ତି ଯେ, ସେମାନେ ଗତ ପରୀକ୍ଷାରେ 90 ପ୍ରତିଶତରୁ ଊର୍ଦ୍ଧ୍ବ ମାର୍କ ରଖିଥିଲେ। ହେଲେ ଏବେ ହୋଇଥିବା ପରୀକ୍ଷାରେ ଏମାନଙ୍କ ମାର୍କ ଜାଣିଶୁଣି କମାଇ ଦିଆଯାଇଛି । ଏପରିକି ପ୍ରାକ୍ଟିକାଲ ପରୀକ୍ଷାରେ ମଧ୍ୟ ସେମାନେ ଶତ ପ୍ରତିଶତ ଭଲ କରିଥିବା ବେଳେ ସେମାନଙ୍କୁ ଏଥିରେ ମଧ୍ୟ ମାର୍କ କମ ଦିଆଯାଉଥିବା ଅଭିଯୋଗ କରିଛନ୍ତି । ଏନେଇ କର୍ତ୍ତୃପକ୍ଷଙ୍କୁ ଜଣାଇ ଥିବା ବେଳେ ସେମାନେ କୌଣସି ପଦକ୍ଷେପ ନିଆଗଲା ନାହିଁ । ତେଣୁ କଲେଜରେ ତାଲା ପକାଇ ଆନ୍ଦୋଳନ କରାଯାଇଥିବା କହିଥିଲେ ଛାତ୍ରଛାତ୍ରୀ । ଆଗକୁ ଦାବି ପୂରଣ ନହେଲେ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଛାତ୍ରଛାତ୍ରୀଙ୍କଠୁ ବେଆଇନ ଭାବେ ଟଙ୍କା ଆଦାୟ ଘଟଣା, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.