ETV Bharat / state

ବଲାଙ୍ଗୀରରେ କଙ୍ଗାରୁ କୋର୍ଟ, ପରିବାରକୁ ନିଆଁ ପାଣି ବାସନ୍ଦ - କଙ୍ଗାରୁ କୋର୍ଟରେ ପରିବାରକୁ ନିଆଁ ପାଣି ବାସନ୍ଦ

ମିର୍ଦ୍ଧା ପାଳି ଗାଁରେ କଙ୍ଗାରୁ କୋର୍ଟ । ପୀଡିତ ପରିବାର ସହ କୌଣସି ସମ୍ପର୍କ ରଖିଲେ ପାଞ୍ଚ ହଜାର ଫାଇନ ଦେବାକୁ ସ୍ଥିର କରିବା ସହ ପରିବାରକୁ ନିଆଁ ପାଣି ବାସନ୍ଦ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

kangaroo court in balangir
kangaroo court in balangir
author img

By

Published : Dec 31, 2022, 9:09 AM IST

kangaroo court in balangir

ବଲାଙ୍ଗୀର: ସହରର ଏକ ଗାଁରେ କଙ୍ଗାରୁ କୋର୍ଟ ବସିବା ଓ ଏକ ପରିବାରକୁ ନିଆଁ ପାଣି ବାସନ୍ଦ କରିବା ଭଳି ଅଭିଯୋଗ ଆସିଛି। ଯେଉଁଥିରେ ପୀଡିତ ପରିବାର ସହ କୌଣସି ସମ୍ପର୍କ ରଖିଲେ ପାଞ୍ଚ ହଜାର ଫାଇନ ଦେବାକୁ ସ୍ଥିର କରିଥିଲେ ଗ୍ରାମ କମିଟି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମିର୍ଦ୍ଧା ପାଳି ଗ୍ରାମରୁ। ତେବେ ଏହି ଗ୍ରାମରେ ରହୁଥିବା ଦେବରାଜ ରାଉତଙ୍କ ପରିବାରକୁ ଗାଁରେ କଙ୍ଗାରୁ କୋର୍ଟ ପକ୍ଷରୁ ଏହି ଦଣ୍ଡ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ମିର୍ଦ୍ଧା ପାଳି ଗାଁରେ ସୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସାଇକଲ ଷ୍ଟାଣ୍ଡକୁ ନେଇ ପରିବାର ଜଣେ ସଦସ୍ୟ ସହିତ ଲୋକଙ୍କ ମନୋମାଳିନ୍ୟ ହେବା ସହ ଗଣ୍ଡଗୋଳ ହୋଇଥିଲା । ଯାହାପରେ ରାତିରେ ଗାଁରେ ଲୋକମାନେ ଏକାଠି ବସି ଏହା ଉପରେ ଆଲୋଚନା କରିଥିଲେ । ଯେଉଁଥିରେ ପୀଡିତ ପରିବାରର ସଦସ୍ୟ ସହିତ ଏହି ଗ୍ରାମର ସରପଞ୍ଚ ପିଙ୍କୁ ପୁଟେଲ ମଧ୍ୟ ଉପସ୍ଥିତ ଥିଲେ। ତେବେ ଗ୍ରାମବାସୀ ଦେବରାଜ ରାଉତଙ୍କ ପରିବାରକୁ ଦୋଷୀ କରିବା ସହ ତାଙ୍କୁ ଗାଁରେ ନିଆଁ ପାଣି ବାସନ୍ଦ କରିଥିଲେ । ଏହାସହ ଗାଁରେ ଚୌକିଦାର ଦ୍ୱାରା ପ୍ରଚାର ମଧ୍ୟ କରିଥିଲେ । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ସେପଟେ ଦେବରାଜ ରାଉତଙ୍କ ପରିବାର ତାଙ୍କ ଦୁଇ ପୁଅ ବହୁ ଓ ଶିଶୁ ମାନେ ଗାଁ ମୁଣ୍ଡରେ ଥିବା ତାଙ୍କ କ୍ଷେତରେ ଏକ କୁଡ଼ିଆ ଘରେ ଏବେ ଆଶ୍ରୟ ନେଇଛନ୍ତି । ତେବେ ସାଇକେଲ ଷ୍ଟାଣ୍ଡକୁ ନେଇ ହୋଇଥିବା ବିବାଦରେ ତାଙ୍କୁ ଦୋଷୀ କରିବା ସହ 50 ହଜାର ଟଙ୍କା ଜରିମାନା ସହିତ ମୁଣ୍ଡିଆ ମାରିବାକୁ କୁହାଯାଇଥିଲା।

ଏହା ମଧ୍ୟ ପଢନ୍ତୁ: ରେସ୍ତୋରାଁରେ ଭୟଙ୍କର ବିସ୍ଫୋରଣ, ୭ ମୃତ

ସେପଟେ ବଲାଙ୍ଗୀର ପୋଲିସ ଏଥିରେ ତ୍ୱରିତ ପଦକ୍ଷେପ ନେଇ ଗାଁକୁ ଯାଇ ସରଜମିନ ତଦନ୍ତ କରିଛି । ଏହାସହ ସରପଞ୍ଚ ସମେତ ଦଶ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ସମାନ ଭାବରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ଓ ପୋଲିସର ଏକ ସ୍ବତନ୍ତ୍ର ଟିମ ଗାଁକୁ ଯାଇ ତଦନ୍ତ କରିବା ସହ ଦଶ ଜଣଙ୍କ ନାଁରେ ନୋଟିସ କରାଯାଇଛି ।

ଏନେଇ ଉପଜିଲ୍ଲାପାଳ କହିଛନ୍ତି, "ଆଗକୁ ଯେମିତି କୌଣସି ପ୍ରକାରର ପରିବାରକୁ ହଇରାଣ ନ କରନ୍ତି ସେଥିପାଇଁ ବଣ୍ଡ ଦସ୍ତଖତ କରାଯାଇଥିଲା । ପରିବାର ପ୍ରତି କୌଣସି ବିପଦ ନ ହେବ ତା ପାଇଁ ପ୍ରଶାସନ ପଦକ୍ଷେପ ନେବ । କୌଣସି ପରିସ୍ଥିତିରେ ଆଇନ ଶୃଙ୍ଖଳା ପରିସ୍ଥିତି ହେବାକୁ ଦିଆଯିବ ନାହିଁ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.