ETV Bharat / state

ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡବାବୁ, ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍ - Vigilance raid

ବଲାଙ୍ଗୀର ଜିଲ୍ଲା ଜିଲ୍ଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରିଷ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ସମ୍ବଲପୁର, ବଲାଙ୍ଗୀର ଏବଂ ସୋନପୁର 3ଟି ଜିଲ୍ଲାର ଭିଜିଲାନ୍ସ ବିଭାଗର ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି । ଅଧିକ ଖବର ପଢନ୍ତୁ...

ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡବାବୁ, ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍

author img

By

Published : Nov 25, 2020, 4:12 PM IST

Updated : Nov 25, 2020, 4:56 PM IST

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ବଲାଙ୍ଗୀର ଜିଲ୍ଲା ଜିଲ୍ଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରିଷ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ଦେଓଗାଁ ବ୍ଲକ ଅଫିସ ଓ ବଲାଙ୍ଗିର ସହରର ଆଦର୍ଶପଡା ସ୍ଥିତ ଘରେ ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ରେଡ୍ କରିଛି ।

ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡବାବୁ, ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍

ସମ୍ବଲପୁର, ବଲାଙ୍ଗିର ଏବଂ ସୋନପୁର 3ଟି ଜିଲ୍ଲାର ଭିଜିଲାନ୍ସ ବିଭାଗର ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି । ଯନ୍ତ୍ରୀଙ୍କ ଘର, ଜାଗାବାଡି କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ, ଗହଣା, ନଗଦ ଟଙ୍କା ଏସବୁକୁ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ ବିଭାଗ।

ପ୍ରାଥମିକ ଭାବେ ନଗଦ ୮୫ ହଜାର ଟଙ୍କା ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି । ତେବେ ସମ୍ପୂର୍ଣ୍ଣ ଆକଳନ ପରେ ଯନ୍ତ୍ରୀ କେତେ ଆୟ ବହିର୍ଭୁତ ସମ୍ପତି ଠୁଳ କରିଛନ୍ତି ତାହା ଜଣାପଡ଼ିବ ବୋଲି ସୂଚନା ଦେଇଛି ଟିମ୍ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Last Updated : Nov 25, 2020, 4:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.