ETV Bharat / state

ଧନତେରସରେ ଜମିଲା ବ୍ୟବସାୟ, ବଲାଙ୍ଗୀରରେ 50 କିଲୋ ସୁନା ବୋହିନେଲେ ଲୋକେ

author img

By

Published : Oct 24, 2022, 10:05 AM IST

ବଲାଙ୍ଗୀରରେ ଆଲୋକର ଦୀପାବଳି ପର୍ବର ପ୍ରଥମ ଦିନ ଧନତେରସରେ ସୁନା ଦୋକାନରେ ପ୍ରବଳ ଭିଡ। ଗ୍ରାହକ କିଣିଲେ 50 କେଜିରୁ ଉର୍ଦ୍ଧ୍ବ ସୁନା ଗହଣା । ଅଧିକ ପଢନ୍ତୁ

ଧନତେରାସରେ ସୁନା ଦୋକାନରେ ସୁନା କିଣିବା ପାଇଁ ପ୍ରବଳ ଭିଡ

ବଲାଙ୍ଗୀର: ପବିତ୍ର ଧନତେରାସ ବା ଧନର ଦିବସ । ଜୀବନର ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହି ଦିବସ ପାଳନ କରାଯାଇଥାଏ । ଏହି ଦିନରେ କିଛି ମୂଲ୍ୟବାନ ଜିନିଷ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହି ଆସିଛି । ଧନଦାତ୍ରୀ ଦେବୀ ମାତା ଲକ୍ଷ୍ମୀ ଓ କୁବେରଙ୍କୁ ଏହିଦିନରେ ପୂଜା କରାଯାଇ ସମୃଦ୍ଧି ଓ ବିକାଶ ପାଇଁ ଲୋକେ ପ୍ରାର୍ଥନା କରିଥାନ୍ତି । ତେବେ ବଲାଙ୍ଗୀରରେ ମଧ୍ୟ ଦୀପାବଳିର ପ୍ରଥମ ଦିନ ଧନତେରସରେ ଲୋକ ପ୍ରଥା ଓ ପରମ୍ପରା ଅନୁସାରେ କିଛି ନୂଆ କିଣନ୍ତି ।

ଏହି ବିଶ୍ବାସ ଓ ଦିନକୁ ନେଇ ବଲାଙ୍ଗୀରର ବିଭିନ୍ନ ଗହଣା ଦୋକାନରେ ସୁନା କିଣିଛନ୍ତି ଅନେକ ଗ୍ରାହକ । ବିଶେଷ କରି ବଲାଙ୍ଗୀରର ସୁନା ଦୋକାନରେ ଲୋକଙ୍କ ବେଶ ଭିଡ ଦେଖିବାକୁ ମିଳିଛି । ଏନେଇ ଲୋକେ ସୁନା ମୁଦ୍ରା ଠାରୁ ଆରମ୍ଭ କରି ଗହଣା ଇତ୍ୟାଦି କିଣିଛନ୍ତି । ସେହିପରି ବିଭିନ୍ନ ସୁନା ଗହଣା ବ୍ୟବସାୟୀ ତଥା ଦୋକାନୀ ମାନେ ମଧ୍ୟ ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାରର ଅଫର ଅଜାଡି ଦେଇଛନ୍ତି । କାରଣ କୋରୋନା ପୀଡାର ଦୁଇ ବର୍ଷ ପରେ ଏଥର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏଥିସହ ଲୋକମାନେ ଭକ୍ତି ଓ ଶ୍ରଦ୍ଧାର ସହ ଧନତେରାସ ପାଳନ କରି ସୁନା କିଣିଛନ୍ତି ।

ସେହିପରି ଆଗକୁ ସମସ୍ତଙ୍କ ପାଇଁ ସମୃଦ୍ଧିର ସମୟ ହେବ ବୋଲି ଆଶା କରିଛନ୍ତି । ସେପଟେ ଦୁଇ ବର୍ଷର କୋରୋନା ମାଡ଼ ସହିଥିବା ସୁନା ବ୍ୟବସାୟୀ ଏଥରର ସୁନା ଗହଣା ବ୍ୟବସାୟ ଭଲ ହୋଇଥିବାର କହିଛନ୍ତି । ଏଥିସହ ଲୋକ ଅଧିକରୁ ଅଧିକ ସୁନା ଗହଣା କିଣୁଥିବା ବେଳେ ଗୋଟିଏ ଦିନରେ ବଲାଙ୍ଗୀରରେ 50 କେଜିରୁ ଅଧିକ ସୁନା ଲୋକ କିଣି ଥିବାର ବ୍ୟବସାୟୀ କହିଛନ୍ତି । ତେବେ ସୁନାର ମୂଲ୍ୟ ବଢିଥିଲେ ସୁଦ୍ଧା ଲୋକେ ସୁନା ବିଗତ ଦିନରୁ ଅଧିକ କିଣି ଥିବାର ଏମାନେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.