ETV Bharat / state

ବଲାଙ୍ଗୀର ବନ୍ୟା ବିଭିଷୀକାକୁ ଦୁଇ ମାସ, ଏଯାଏଁ ମିଳିନି କ୍ଷତିପୁରଣ - ବନ୍ୟା ପ୍ରପୀଡିତଙ୍କୁ ମିଳିନି କ୍ଷତିଗ୍ରସ୍ତ

ବଲାଙ୍ଗୀର ଜିଲ୍ଲାରେ ବନ୍ୟା ବିଭିଷୀକାକୁ ଦୁଇ ମାସ ବିତିଲାଣି । ହେଲେ ଏବେବି ବନ୍ୟା ପ୍ରପୀଡିତଙ୍କୁ ମିଳିନି କ୍ଷତିପୂରଣ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଯାହାକୁ ତ୍ରୀବନିନ୍ଦା କରିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।

ବଲାଙ୍ଗୀରରେ ବନ୍ୟା ବିଭିଷୀକାକୁ ଦୁଇ ମାସ ବିତିଛି
author img

By

Published : Oct 10, 2019, 10:58 PM IST

ବଲାଙ୍ଗୀର: ଜିଲ୍ଲା ପାଇଁ ଅଗଷ୍ଟ 13 ଓ 14 ତାରିଖ ଆଣି ଦେଇଥିଲା ବିଭୀଷିକା । ସମଗ୍ର ବଲାଙ୍ଗୀର ଜିଲ୍ଲାର ଗ୍ରାମାଞ୍ଚଳ ଠାରୁ ସହର ପର୍ଯ୍ୟନ୍ତ ସବୁଠି ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ତେବେ ଏହାକୁ ମାସ ଉପରେ ମାସ ବିତିଛି ହେଲେ ଏଯାଏଁ ମିଳିନି କୌଣସି କ୍ଷତିପୁରଣ । କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ମନ୍ତ୍ରୀ ସମୀକ୍ଷା କରିଥିବା ବେଳେ ବନ୍ୟା ପ୍ରପୀଡିତ ଆଜିବି ଦୂର୍ଦ୍ଦିନରେ ସମୟ କାଟୁଛନ୍ତି । ତେବେ ଏହିଭଳି ପରିସ୍ଥିତି ରହିଲେ ଆଗକୁ ବଡ ଆନ୍ଦୋଳନ ଦାନା ବାନ୍ଧିବା ନିଶ୍ଚିତ ହୋଇଯାଇଛି ।

ବଲାଙ୍ଗୀରରେ ବନ୍ୟା ବିଭିଷୀକାକୁ ଦୁଇ ମାସ ବିତିଛି

ବନ୍ୟାରେ ବଲାଙ୍ଗୀର ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମି ବାଲିଚର ହୋଇଥିବା ବେଳେ ହଜାରେରୁ ଉର୍ଦ୍ଧ୍ବ ଲୋକଙ୍କ ଘର ମାଟିରେ ମିଶିଥିଲା । ତେବେ ଆଜି ବି ଏହି ବନ୍ୟା ପ୍ରଭାବିତଙ୍କ ଦୁଃଖ ଯେମିତିକୁ ସେମିତି ରହିଛି । ମିଳିଛି କେବଳ କିଛି ପଲିଥିନ ଓ ରିଲିଫ ଭାବରେ କିଛି ଖାଇବାକୁ । ଏବେବି ଏଠି ଜୀବନ ଗଛତଳେ ବିତୁଥିବା ବେଳେ କୌଣସି ପଟୁ ସାହାଯ୍ୟ ମିଳି ନଥିବାର ଲୋକେ କହୁଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସି ହେଲିକେପ୍ଟର ଯୋଗେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ ସହିତ ଏହାର ସମୀକ୍ଷା ମଧ୍ୟ କରିଥିଲେ । ସମାନ ଭାବରେ ରାଜ୍ୟର ତିନି ମନ୍ତ୍ରୀ ବିଭିନ୍ନ ସମୟରେ ଆସି ସମୀକ୍ଷା କରିଗଲେ । ହେଲେ ଏହା କେବଳ ସମୀକ୍ଷା ମଧ୍ୟରେ ସୀମିତ ଥିବାବେଳେ ବନ୍ୟା ପ୍ରପୀଡିତ ଆଜି ବି ଦୂର୍ଦ୍ଦିନରେ ସମୟ କାଟୁଛନ୍ତି । ସେପଟେ ଏହାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ବଲାଙ୍ଗୀର ବିଧାୟକ ଏବଂ ଶୀଘ୍ର କ୍ଷତିପୁରଣ ନ ମିଳିଲେ ଆଗକୁ ବଡ଼ ଆନ୍ଦୋଳନ ହେବ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ପାଇଁ ସେହି ଅଗଷ୍ଟ 13 ଓ 14 ତାରିଖ ଆଣି ଦେଇଥିଲା ବିଭୀଷିକା। ଦେଖୁ ଦେଖୁ ବନ୍ୟା ଧୋଇ ନେଲା ସୁଖ ସଂସାର। ଘଟାଇଥିଲା ଧନ ସମ୍ପତ୍ତି ସବୁର କ୍ଷ୍ୟତି। ତେବେ ଏହାକୁ ମାସ ଉପରେ ମାସ ବିତିଛି ହେଲେ ଏଯାଏଁ ମିଳିନି କୌଣସି କ୍ଷ୍ୟତି ପୁରଣ। କେନ୍ଦ୍ର ଓ ରାଜ୍ୟ ର ବିଭିନ୍ନ ମନ୍ତ୍ରୀ ଆସି ଅନେକ ଥର ବନ୍ୟା ସମୀକ୍ଷା କେବଳ ସମୀକ୍ଷା ମଧ୍ୟରେ ସୀମିତ ଥିବା ବେଳେ ବନ୍ୟା ପୀଡିତ ଆଜିବି ଦୁରଦିନରେ ସମୟ କାଟୁଛନ୍ତି । ତେବେ ଏହିଭଳି ପରିସ୍ଥିତି ରହିଲେ ଆଗକୁ ବଡ ଆନ୍ଦୋଳନ ଦାନା ବାନ୍ଧିବା ନିଶ୍ଚିତ ହୋଇ ଯାଇଛି ।

Body:ବଲାଂଗୀର ପାଇଁ ସେହି ଅଗଷ୍ଟ 13 ଓ 14 ତାରିଖ ଆଣି ଦେଇଥିଲା ବିଭୀଷିକା। ଦେଖୁ ଦେଖୁ ବନ୍ୟା ଧୋଇ ନେଲା ସୁଖ ସଂସାର। ଘଟାଇଥିଲା ଧନ ସମ୍ପତ୍ତି ସବୁର କ୍ଷ୍ୟତି। ଏଥିରେ ସମଗ୍ର ବଲାଂଗୀର ଜିଲ୍ଲାର ଗ୍ରାମାଞ୍ଚଳ ଠାରୁ ସହର ପର୍ଯ୍ୟନ୍ତ ସବୁଠି ବନ୍ୟା ବ୍ୟାପକ କ୍ଷୟ କ୍ଷ୍ୟତି ଘଟାଇଥିଲା। ହଜାର ହଜାର ହେକ୍ଟର ଚାଷ ଜମି ବାଲି ଚର ହୋଇଥିବା ବେଳେ ହଜାରେ ରୁ ଉର୍ଧ୍ୱ ଲୋକଙ୍କ ଘର ମାଟିରେ ମିଶି ଥିଲା। ତେବେ ଆଜିବି ଏହି ବନ୍ୟା ପ୍ରଭାବିତ ଙ୍କ ଦୁଃଖ ଯେମିତି କୁ ସେମିତି ରହିଛି। ମିଳିଛି କେବଳ କିଛି ପଲିଥିନ ଓ ରିଲିଫ ଭାବରେ କିଛି ଖାଇବାକୁ। ଏବଂ ଏଯାଏଁ ଏଠି ଜୀବନ ଗଛ ତଳେ ବିଟୁଥିବା ବେଳେ କୌଣସି ପଟୁ ସାହାଯ୍ୟ ମିଳି ନ ଥିବାର ଲୋକେ କହୁଛନ୍ତି । ତେବେ ବନ୍ୟାରେ ସର୍ବ ହରା ହୋଇଥିବା ଲୋକ ଏବେ ବି ସେହି ଦୁରଦିନରେ ସମୟ କାଟୁଛନ୍ତି ।
ବାଇଟ ରୁଗୁଣା ଭୋଇ ବନ୍ୟା ପୀଡିତ
ବଲାଙ୍ଗୀରରେ ବନ୍ୟା ବିଭୀଷିକାକୁ ଦୁଇ ମାସ ବିତିଛି। ତେବେ ମାସ ଉପରେ ମାସ ବିତିଛି ହେଲେ ଏଯାଏଁ ମିଳିନି କୌଣସି କ୍ଷ୍ୟତି ପୁରଣ। କେନ୍ଦ୍ର ଓ ରାଜ୍ୟ ର ବିଭିନ୍ନ ମନ୍ତ୍ରୀ ଆସି ଅନେକ ଥର ବନ୍ୟା ସମୀକ୍ଷା କେବଳ ସମୀକ୍ଷା କରି ଯାଇଛନ୍ତି । ଯେଉଁଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସି ହେଲିକେପ୍ଟର ଯୋଗେ ବନ୍ୟା ଅଂଚଳ ପରିଦର୍ଶନ କରିଥିଲେ । ଏବଂ ପରେ ଜିଲ୍ଲା ପ୍ରଶାସନ ସହିତ ଏହାର ସମୀକ୍ଷା ମଧ୍ୟ କରିଥିଲେ । ସମାନ ଭାବରେ ରାଜ୍ୟର ତିନୋଟି ମନ୍ତ୍ରୀ ବିଭିନ୍ନ ସମୟରେ ଆସି ସମୀକ୍ଷା କରିଗଲେ । ହେଲେ ଏହା କେବଳ ସମୀକ୍ଷା ମଧ୍ୟରେ ସୀମିତ ଥିବା ବେଳେ ବନ୍ୟା ପୀଡିତ ଆଜିବି ଦୁରଦିନରେ ସମୟ କାଟୁଛନ୍ତି । ସେପଟେ ଏହାକୁ ନେଇ ଗର୍ଜିଛନ୍ତି ବଲାଂଗୀର ବିଧ୍ୟାୟକ ଏବଂ ଶୀଘ୍ର କ୍ଷ୍ୟତି ପୁରନ ନ ମିଳିଲେ ଆଗକୁ ବଡ଼ ଆନ୍ଦୋଳନର ଦେଇଛନ୍ତି ଧମକ ।
ବାଇଟ ନରସିଂହ ମିଶ୍ର ବଲାଂଗୀର ବିଧାୟକ

Conclusion:କେନ୍ଦ୍ର ଓ ରାଜ୍ୟ ସରକାର କେବେଳ ସମୀକ୍ଷା କରି ନିଜ କାମ ସାରି ଦେଇଥିବା ବେଳେ ବନ୍ୟା ପୀଡିତ ଏବେବି ଦୁରଦିନରେ ଅଛନ୍ତି । ଏବଂ ଶରକାରଙ୍କ ଚୁପ ବସିବା ପୁଣି ଏକକ ବଡ଼ ଆନ୍ଦୋଳନ କୁ ପ୍ରସୟ ଦେଉ ଥିବାର ଜଣା ପଡ଼ିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.