ETV Bharat / state

ଆଇଟିଆଇ ଛାତ୍ର ମୃତ୍ୟୁ ଘଟଣା: ବିଦ୍ୟୁତ୍‌ ବିଭାଗ ନାଁରେ ମାମଲା ରୁଜୁ

author img

By

Published : Mar 10, 2020, 7:58 PM IST

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଜଣେ ଆଇଟିଆଇ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ମୃତ ଛାତ୍ରଙ୍କ ପରିବାର ବିଦ୍ୟୁତ୍‌ ବିଭାଗ ନାଁରେ ବଲାଙ୍ଗୀର ଟାଉନ ଥାନାରେ ମାମଲା ରୁଜୁ କରି ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ITI student's death
ଆଇଟିଆଇ ଛାତ୍ର ମୃତ୍ୟୁ ଘଟଣା: ବିଦ୍ୟୁତ୍‌ ବିଭାଗ ନାଁରେ ମାମଲା ରୁଜୁ

ବଲାଙ୍ଗୀର: ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଜଣେ ଆଇଟିଆଇ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାରୁ । ମୃତ ଛାତ୍ର ହେଲେ ସୌମ୍ୟ ରଞ୍ଜନ ଭୋଇ ।

ଗତ ଦୁଇ ଦିନ ତଳେ ସରକାରୀ ଗନ୍ଧ ମାର୍ଦ୍ଧନ ଆଇଟିଆଇର ଛାତ୍ର ସୌମ୍ୟ ରଞ୍ଜନ ନିଜ ଭଡା ଘର ଛାତ ଉପରକୁ ଚଢିଥିଲେ । ଏହି ସମୟରେ ଛାତ ଉପର ଦେଇ ଯାଇଥିବା 33 କେଭିର ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା ।

ମଙ୍ଗଳବାର ସୌମ୍ୟଙ୍କ ପରିବାର ଲୋକେ ବିଦ୍ୟୁତ୍‌ ବିଭାଗ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ ଆଣିବା ସହ ତାଙ୍କ ପୁଅର ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି । ଏଥିସହ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ପୋଲିସ ଏହି ମାମଲାକୁ ଗ୍ରହଣ କରିବା ସହ ମାମଲାର ତଦନ୍ତ ହେବ ଓ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.