ETV Bharat / state

ଆୟକର ରେଡ୍: 102 ବ୍ୟାଗ ଟଙ୍କା ଗଣତି ଶେଷ, 290 କୋଟି ହୋଇଛି ଗଣତି ! - ଟଙ୍କା ଗଣି ଗଣି ମେସିନ ହେଉଛି ଖରାପ

Odisha IT raids: ଓଡିଶାରେ ଆଇଟି ରେଡ । ଚତୁର୍ଥ ଦିନରେ ଚଢାଉରେ ସାମିଲ ହେଲେ 100 ଅଧିକାରୀ । ଜବତ ଟଙ୍କାର ଗଣତି ଚାଲିଛି । 176ଟି ବ୍ୟାଗ ମଧ୍ୟରୁ 102ଟି ବ୍ୟାଗର ଟଙ୍କା ଗଣତି ସରିଛି । ଅଧିକ ପଢନ୍ତୁ

Odisha IT raids
ଆଇଟି ରେଡ
author img

By ETV Bharat Odisha Team

Published : Dec 10, 2023, 11:16 AM IST

Seized Money Counting

ବଲାଙ୍ଗୀର: ଓଡିଶାରେ ଆୟକର ବିଭାଗର ଜାରି ରହିଛି ଚଢାଉ । ଚତୁର୍ଥ ଦିନରେ ମଧ୍ୟ ବଲାଙ୍ଗୀର ସମେତ ଅନ୍ୟ କେତେକ ଜିଲ୍ଲାରେ ରେଡ ଜାରି ରହିଥିଲା । ମଦ ବ୍ୟବସାୟୀଙ୍କ ଘରୁ ଜବତ ହୋଇଥିବା ପୁଳା ପୁଳା ଟଙ୍କାର ଗଣତି ଜାରି ରହିଛି । ଦିନ ଗଡି ଚାଲିଛି କିନ୍ତୁ ଟଙ୍କା ଗଣତି ସରୁ ନାହିଁ । ଟଙ୍କା ଜବତ କରି କରି ଆଇଟି ଅଧିକାରୀ ହାଲିଆ, ଏପଟେ ଟଙ୍କା ଗଣି ଗଣି ମେସିନ ହେଉଛି ଖରାପ । ଜବତ ହୋଇଥିବା 176ଟି ବ୍ୟାଗ ମଧ୍ୟରୁ 102ଟି ବ୍ୟାଗର ଟଙ୍କା ଗଣତି ସରିଛି । ଗତ ସନ୍ଧ୍ୟା ସୁଦ୍ଧା 290 କୋଟି ଟଙ୍କା ଗଣତି ସରିଥିବା ଅନୁମାନ କରାଯାଉଛି । ବଲାଙ୍ଗୀର ଏସବିଆଇ ବ୍ୟାଙ୍କ୍ ମୁଖ୍ୟ କାର୍ଯ୍ୟାଳୟରେ ଟଙ୍କା ଗଣନା ଜାରି ରହିଥିବା ବେଳେ ଆଜି(ରବିବାର) ଗଣନା ଶେଷ ହେବ ବୋଲି କୁହାଯାଉଛି । ଏବେ ଆହୁରି 74ଟି ଟଙ୍କା ବ୍ୟାଗ ଗଣନା ପାଇଁ ବାକି ରହିଛି ।

ଅନ୍ୟପଟେ ଶନିବାର ଟିଟିଲାଗଡରେ ଆୟକର ବିଭାଗ ଚଢାଉ କରିଥିଲା ବେଳେ ସେଠାରୁ ପୂର୍ବରୁ ଜବତ ହୋଇଥିବା ଟଙ୍କା ଏସବିଆଇ ବ୍ୟାଙ୍କରେ ଗଣତି ଚାଲିଥିଲା । ସେଠି ଟଙ୍କା ଗଣତି ସରିଥିବା ବେଳେ ମୋଟ 11 କୋଟି ଟଙ୍କା ଜବତ ହୋଇଥିବାର ସୂଚନା ରହିଛି । ଆୟକର ବିଭାଗ ଚଢାଉରେ ଜବତ ଟଙ୍କା ମଧ୍ୟରୁ 300 କୋଟି ଟଙ୍କା ଗଣା ସରିଥିବା ଅନୁମାନ କରାଯାଉଛି । ଟଙ୍କା ଗଣତି ଜାରି ରହିଥିବା ବେଳେ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।

ଏହା ମଧ୍ୟ ପଢନ୍ତୁ-ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ: 176ଟି ଟଙ୍କା ବ୍ୟାଗ ଜବତ, ମାତ୍ର 46 କୋଟି ହୋଇଛି ଗଣତି

ଆୟକର ବିଭାଗ ଚଢାଉରେ 100ରୁ ଅଧିକ ଅଧିକାରୀ ସାମିଲ ରହିଛନ୍ତି । ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଅନ୍ୟପଟେ ବ୍ୟାଙ୍କରେ ଜବତ ଟଙ୍କାର ଗଣତି ମଧ୍ୟ ଜାରି ରହିଛି । ତେବେ ଓଡିଶାରେ ଦୀର୍ଘ ବର୍ଷରୁ ମଦ ବ୍ୟବସାୟ କରୁଥିବା ସାହୁ ପରିବାର ଉପରେ ଏହି ଚଢାଉ କରାଯାଇଛି । ଶନିବାରେ ଟିଟିଲାଗଡର ସଞ୍ଜୟ ସାହୁ, ଦୀପକ ସାହୁଙ୍କ ମଦ ଭାଟି ଓ ଘରେ ଚଢ଼ାଉ କରିଥିଲା ଆୟକର ବିଭାଗ । ସେହିପରି ବଲାଙ୍ଗୀର ସହରରେ ମଧ୍ୟ ସାହୁ ପରିବାର ରାଜେଶ୍ ସାହୁ, ବଣ୍ଟି ସାହୁ ଓ ଭୋଳା ବାବୁଙ୍କ ମଦ ଭାଟି ତଥା ତାଙ୍କ ଘରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢାଉ ଜାରି ରହିଥିଲା ।

ସେହିପରି ରାଜେଶ ସାହୁଙ୍କ ଭାଟିରେ ଥିବା ଲୁହା ଲକରକୁ ୱେଲ୍ଡର ଦ୍ବାରା କଟାଯାଇ ଯାଞ୍ଚ କରାଯାଇଥିଲା । ହେଲେ ସେଥିରେ କିଛି ଟଙ୍କା ନଥିବାର ଜଣାପଡିଥିଲା । ବଲାଙ୍ଗୀରର ଜଣେ ୱେଲ୍ଡର ଅବଦୁଲ ଅସଗରଙ୍କୁ ଏହି କାମରେ ନିୟୋଜିତ କରାଯାଇଥିଲା । ସେ କହିଛନ୍ତି ଯେ, ମୋତେ ମଦ ଭାଟିକୁ ଡକାଯାଇଥିଲା । ଏକ ପୁରୁଣା ଲୁହା ଲକରକୁ ଗ୍ୟାସ କଟରରେ କାଟି ଖୋଲିବାକୁ ମୋତେ କୁହାଯାଇଥିଲା । ଏଥିପାଇଁ ଅଧଘଣ୍ଟା ସମୟ ଲାଗିଥିଲା । ଲକର ଖୋଲିବା ପରେ ସେଥିରେ ଟଙ୍କା ନଥିଲା ।

ଟଙ୍କା ଗଣତି ସମୟରେ ଆଇଟି ବିଭାଗର ଅଧିକାରୀ, ଜବତ ହୋଇଥିବା ମଦ ଭାଟି ମାଲିକ ଓ 50ରୁ ଊର୍ଦ୍ଧ୍ବ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ରହିଛନ୍ତି । 25ଟି ଟଙ୍କା ଗଣା ମେସିନରେ ଟଙ୍କା ଗଣାଯାଉଛି । ଏଯାବତ୍ କେତେ ଟଙ୍କା ଗଣତି ସରିଛି ସେନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ଗଣତି ସରିଲେ ସବୁ ତଥ୍ୟ ଦେବେ ବୋଲି କହିଛନ୍ତି ଏସବିଆଇ ରିଜୋନାଲ ମ୍ୟାନେଜର ଭଗତ ବେହେରା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.