ETV Bharat / state

ସିନ୍ଧେକେଲାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, 2 ମୃତ - sindhekela

ବଙ୍ଗୋମୁଣ୍ଡା ସିନ୍ଧେକେଲା ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଖୁଣ୍ଟରେ ପିଟି ହେଲା ବାଇକ। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଧିକ ପଢ଼ନ୍ତୁ...

ସିନ୍ଧେକେଲାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, 2 ମୃତ

author img

By

Published : Dec 1, 2020, 10:38 PM IST

ବଲାଙ୍ଗୀର: ବଙ୍ଗୋମୁଣ୍ଡା ସିନ୍ଧେକେଲା ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଖୁଣ୍ଟରେ ପିଟି ହେଲା ବାଇକ। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ଜଣେ ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି।

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧେକେଲା ରାସ୍ତାରେ ଗୋଟିଏ ବାଇକରେ 3 ଜଣ ବସି ଯାଉଥିଲେ। ତେବେ କୌଣସି କାରଣ ବାଇକଟି ଭାରସାମ୍ୟ ହରାଇ ବସିଥିଲା। ଫଳରେ ରାସ୍ତାକଡ଼ରେ ଥିବା ଏକ ଖୁଣ୍ଟି ସହ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ମୃତକଙ୍କ ମଧ୍ୟରେ ଜଣେ ସିନ୍ଧେକେଲାର ବବଲୁ ବାରିକ ବୋଲି ଜଣା ପଡ଼ିଛି। ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳି ପାରିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।

ବଲାଙ୍ଗୀରରୁ ଶେଖ ମହମ୍ମୋଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.