ବଲାଙ୍ଗୀର: ଅବକାରୀ ବିଭାଗକୁ ମିଳିଛି ଆଉ ଏକ ବଡ଼ ସଫଳତା । ଯେଉଁଥିରେ ଅବକାରୀ ବିଭାଗ ଆଜି ବିପୁଳ ପରିମାଣରରେ ଦେଶୀ ମଦ ଓ ମହୁଲ ପୋଚ ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ସଦର ଅବକାରୀ ବିଭାଗ, ମୋବାଇଲ ସ୍କ୍ବାଡ ଓ ସଦର ପୋଲିସ୍ ମିଳିତ ଭାବରେ ବଲାଙ୍ଗୀର ଚରେଇ ମରା ଗ୍ରାମରେ ଚଢାଉ କରିଥିଲେ ।
ଘଟଣାସ୍ଥଳରୁ 250 ଲିଟର ଦେଶୀ ବେଆଇନ ମଦ ସହ 100 କ୍ବିଣ୍ଟାଲ ମହୁଲ ପୋଚ ଜବତ କରିଛି ଅବକାରୀ ବିଭାଗ । ସେହିପରି ବେଆଇନ ଦେଶୀ ରନ୍ଧା ମଦ ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀକୁ ମଧ୍ୟ ଜବତ କରିବା ଶହ 2 ଜଣଙ୍କୁ ଗିରଫ କରିଛି ।
ସେପଟେ ଆଉ କିଛି ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ