ETV Bharat / state

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

author img

By

Published : May 15, 2021, 4:00 PM IST

ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଏଭଲି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ସତନାମୀ ପଡାରେ । ଅଧିକ ପଢନ୍ତୁ...

husband-killed-to-wife-for-family-disputes-in-balangir
ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ବଲାଙ୍ଗୀର: ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଏଭଲି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ସତନାମୀ ପଡାରେ । ମୃତକ ଜଣକ ହେଲେ ପୁଷ୍ପାଞ୍ଜଳି ସତନାମୀ । ଏନେଇ ମୃତ ପୁଷ୍ପାଞ୍ଜଳିଙ୍କ ବାପା ବଲିରାମ ସତନାମୀ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହକୁ ଜବତ କରିବା ସହ ହତ୍ୟାକାରୀ କୈଳାସକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

ଅଭିଯୋଗ ଅନୁସାରେ ସବୁଦିନ କୈଳାସ ମଦ ପିଇ ସ୍ତ୍ରୀ ସହ ଗଣ୍ଡଗୋଳ କରି ଆସୁଥିଲା । ତା ସହ ସ୍ତ୍ରୀ ପୁଷ୍ପାଞ୍ଜଳିକୁ ମାରପିଟ କରୁଥିଲା । ହେଲେ ଆଜି ସକାଳେ କୌଣସି କାରଣକୁ ନେଇ କୈଳାସ ସ୍ତ୍ରୀ ପୁଷ୍ପାଞ୍ଜଳିକୁ ମାରପିଟ କରିଥିଲା । ହେଲେ ଏଥିରେ ମନ ଶାନ୍ତି ନହେବାରୁ ସ୍ତ୍ରୀ ପୁଷ୍ପାଞ୍ଜଳିର ତଣ୍ଟି ଚିପି ହତ୍ୟା କରିଥିଲା କୈଳାସ ।

ଏନେଇ ବଙ୍ଗୋମୁଣ୍ଡା ଥାନାରେ ମୃତକ ପୁଷ୍ପାଞ୍ଜଳି ସତନାମୀଙ୍କ ବାପା ବଲିରାମ ସତନାମୀ ଥାନାରେ ଅଭିଯୋଗ କରିଥିଲେ । ୧୦ ବର୍ଷ ହେଲା ପୁଷ୍ପାଞ୍ଜଳି ସହ କୈଳାସ ସତନାମୀଙ୍କ ବିବାହ ହୋଇଥିଲା । ହେଲେ କୈଳାସ ପ୍ରାୟ ସମୟରେ ମଦ ପିଇ ସ୍ତ୍ରୀ ସହ ଗଣ୍ଡଗୋଳ କରି ଆସୁଥିଲା । ସେପଟେ ପୋଲିସ ମୃଦେହକୁ ଜବତ କରି କୈଳାସକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.