ବଲାଙ୍ଗୀର: ଜଙ୍ଗଲ ଜମି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଆଦିବାସୀ । ବଲାଙ୍ଗୀର ଜିଲ୍ଲା ଆଦିବାସୀ ସଂଘ ନେତୃତ୍ବରେ ଶତାଧିକ ଆଦିବାସୀ ଗତକାଲି(ବୁଧବାର) ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।
ତେବେ ଦୀର୍ଘ 30 ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ଜିଲ୍ଲାରେ ଆଦିବାସୀମାନେ ଜଙ୍ଗଲ ଜମିକୁ ନିଜ ଦଖଲରେ ରଖି ଜୀବିକା ଚଳାଇ ଆସୁଛନ୍ତି । କିନ୍ତୁ ଏହି ଜମିରେ ଜୋର ଜବରଦସ୍ତ ବଲାଙ୍ଗୀର ଜଙ୍ଗଲ ବିଭାଗ ବୃକ୍ଷ ରୋପଣ କରୁଥିବାର ଏମାନେ ଅଭିଯୋଗ କରିଛନ୍ତି।
ଆଦିବାସୀମାନେ ଜଙ୍ଗଲ ଜମିର ଅଧିକାର ପାଇଁ ଯୋଗ୍ୟ ଥିବା ବେଳେ ଜଙ୍ଗଲ ବିଭାଗ ତାଙ୍କ ଉପରେ ଅତ୍ୟାଚାର କରୁଥିବା ସେମାନେ କହିଛନ୍ତି । ଏଥିପାଇଁ ବଲାଙ୍ଗୀର ଜିଲ୍ଲା ବନ ଅଧିକାରୀଙ୍କୁ ଏମାନେ ଦୋଷ ଦେଇଛନ୍ତି ଏବଂ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏପଟେ ଦାବି ପୂରଣ ନ ହେଲେ ଏମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ