ETV Bharat / state

ବଲାଙ୍ଗୀରରେ ବିରୋଧିଙ୍କୁ ଝଟ୍‌କା, ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ ଓ ବିଜେପି ନେତା

ବଲାଙ୍ଗୀରରେ ଶତାଧିକ ବିଜେପି ଓ କଂଗ୍ରେସ ନେତା ବିଜେଡିରେ ମିଶିଛନ୍ତି । ସମସ୍ତଙ୍କୁ ଦଳକୁ ସ୍ବାଗତ କରି ଏହା ବଲାଙ୍ଗୀରରେ ଦଳକୁ ଆହୁରି ସୁଦୃଢ଼ ଓ ସଂଗଠିତ କରିବ ବୋଲି କହିଛନ୍ତି ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ । ଅଧିକ ପଢ଼ନ୍ତୁ

ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ ଓ ବିଜେପି ନେତା

author img

By

Published : Mar 18, 2023, 10:24 PM IST

ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ ଓ ବିଜେପି ନେତା

ବଲାଙ୍ଗୀର: ଆଜି କଂଗ୍ରେସ ଓ ବିଜେପିର ଶତାଧିକ ପୁରଖା ନେତା ବିଜେଡିରେ ସାମିଲ ହୋଇଛନ୍ତି । ବଲାଙ୍ଗୀର ଶୈଳେଶ୍ୱରୀ ପ୍ୟାଲେସରେ ଆଜି ଏକ ବିରାଟ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା । ଯେଉଁଥିରେ ବଲାଙ୍ଗୀର ଜିଲ୍ଲା ପଟଣାଗଡ, ତୁରେକେଲା, ମୁରିବାହାଲ, ଲୋଇସିଂହା ଓ ଆଗଲପୁର ବ୍ଲକର ଶତାଧିକ କଂଗ୍ରେସ ଏବଂ ବିଜେପି ନେତାମାନେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।

ଏହି ମିଶ୍ରଣ ପର୍ବରେ ଲୋଇସିଂହାର ଗତ ନିର୍ବାଚନର କଂଗ୍ରେସ ବିଧାୟକ ପାର୍ଥି ନବ କିଶୋର ନାୟକ ଶତାଧିକ ସମର୍ଥକଙ୍କ ସହ ବିଜେଡିର ସାମିଲ ହୋଇଛନ୍ତି । ସେହିପରି ପଟଣାଗଡର ମହିଳା କଂଗ୍ରେସ ସଭାନେତ୍ରୀ ନନ୍ଦିନୀ ମେହେରଙ୍କ ସମେତ ପ୍ରକାଶ ମେହେର, ରଞ୍ଜନ ବାଗ, ଆଦିତ୍ୟ ମେହେର ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ପଟଣାଗଡ ବିଜେପିର ଘସସିଏନ ପଞ୍ଚାୟତ ସଭାପତି ମିଳାପ ବିଶ୍ୱାଳ, ପୂର୍ବତନ ସମିତିସଭ୍ୟା ସୁଜାତା ଭୋଇ, ଝସକେତନ ଧରୁଆ, ଶେଷଦେବ ବଗର୍ତ୍ତି ପ୍ରମୁଖ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ମୁରିବାହାଲ ବ୍ଲକର ବିଜେପି ସଭାପତି ଦିଲ୍ଲୀପ କୁମାର ପୃଷ୍ଟି, ତନୁ ସରାଫ ଓ ଲିଙ୍ଗରାଜ ଜାନୀ ପ୍ରମୁଖ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଏହାଛଡା ପୂର୍ବତନ କମାଣ୍ଡୋ ଗିରିରାଜ ସିଂହଙ୍କ ସମେତ ଗୋଣ୍ଡ ସମାଜ ସମ୍ପାଦକ ତଥା ବିଜେପି ନେତା ପ୍ରସୂଦନ ମାଝୀ, କଂଗ୍ରେସ ଦଳର ନେତା କାର୍ତ୍ତିକ ତାଣ୍ଡି, ଆଦିବାସୀ ଯୁବ ସଭାପତି ଶେଷଦେବ ଜାନୀ, ଯାଦବ ସମାଜ ଯୁବ ସଂଗଠକ ଦୁର୍ବଳ ବଚ୍ଚା ଓ କଂଗ୍ରେସର ସୁବାସ ଜାଲ ପ୍ରମୁଖ ମଧ୍ୟ ଆଜି ଏହି ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ।

ତେବେ ବଲାଙ୍ଗୀର ଜିଲ୍ଲାରେ ଗ୍ରାମଞ୍ଚଳଠାରୁ ନେଇ ସହରାଞ୍ଚଳର ବହୁ ପୁରୁଖା ନେତାମାନେ ବିଜେଡିର ହାତ ଧରିଛନ୍ତି । ଯେଉଁଥିରେ ବିଶେଷ କରି ପାଟଣାଗଡ କଂଗ୍ରେସକୁ ଏକ ଶକ୍ତ ଝଟକା ଲାଗିଥିବା ବେଳେ ପଟଣାଗଡ ଏବେ ପ୍ରାୟ କଂଗ୍ରେସ ନେତା ଶୁନ୍ୟ ହୋଇଛି । ସେହିପରି ସମାନ ଅବସ୍ଥା ଲୋଇସିଂହା ଅଞ୍ଚଳରେ ମଧ୍ୟ ଥିବାବେଳେ ଏଠିକାର ଗତ ନିର୍ବାଚନର କଂଗ୍ରେସ ବିଧାୟକ ପାର୍ଥି ନବ କିଶୋର ନାୟକ ତାଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି । ଯାହାଫଳରେ ଲୋଇସିଂହାରେ ମଧ୍ୟ କଂଗ୍ରେସ ଭାଙ୍ଗିଛି । ବିଜେପିର ଅନେକ ନେତା ମଧ୍ୟ ବିଜେଡିର ସାମିଲ ହୋଇଥିବାରୁ ଏହି ସବୁ ଅଞ୍ଚଳରେ ଆଗକୁ ବିଜେପିକୁ ମଧ୍ୟ କ୍ଷତି ସହିବାକୁ ପଡିବ ବୋଲି କୁହାଯାଉଛି । ସେପଟେ ଲୋଇସିଂହା ବିଧାୟକ ପାର୍ଥୀ ନବ କିଶୋର ନାୟକ ଲୋକଙ୍କ ସେବା କରିବା ପାଇଁ ବିଜେଡି ସହିତ ସାମିଲ ହୋଇଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡିର ଆଦର୍ଶରେ ସେ ଅନୁପ୍ରାଣିତ ହୋଇ ଏବେ ବିଜେଡି ପାଇଁ କାମ କରିବେ ବୋଲି କହିଛନ୍ତି । ତେବେ ଆଗରୁ ସେ ବିଜେଡିରେ ଥିଲେ ଏବଂ କିଛି ଭୁଲ ନିଷ୍ପତି ଯୋଗୁଁ କଂଗ୍ରେସରେ ମିଶିଥିଲେ । ହେଲେ ଏବେ ସେ ନିଜ ଘରକୁ ପୁଣି ଫେରିଥିବା କହିଛନ୍ତି ।

ତେବେ ପୂର୍ବରୁ ଲୋଇସିଂହାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରା ବିଜେଡିର ଚେହେରା ଭାବରେ ପରିଚିତ ଅଛନ୍ତି । ସେଠି ତାଙ୍କୁ ନେଇ ବିଦେଶୀ ନେତା ନାଁରେ ତାଙ୍କୁ ବିରୋଧ ହୋଇଆସୁଛି । ଏଭଳିସ୍ଥଳେ ଏବେ ନବକିଶୋର ନାୟକ ପୁଣି ବିଜେଡିରେ ମିଶିବା ପରେ କିଏ ଆଗକୁ ସେଠିକାର ମଙ୍ଗ ଧରିବ ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଏହି ପ୍ରଶ୍ନରେ ନବକିଶୋର ନାୟକ ସବୁ ନିଷ୍ପତି ହାଇକମାଣ୍ଡଙ୍କ ଉପରେ ଛାଡ଼ିଛନ୍ତି ଏବଂ ତାଙ୍କୁ ଯେଉଁ ଦାୟିତ୍ୱ ମିଳିବ ତାହା ସେ ପ୍ରତିପାଦନ କରିବେ ବୋଲି କହିଛନ୍ତି । ଅନ୍ୟପଟେ ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓ ଏହି ମିଶ୍ରଣକୁ ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି । ଏହାଦ୍ବାରା ବଲାଙ୍ଗୀରରେ ବିଜେଡି ତଳସ୍ତରରୁ ଆହୁରି ସୁଦୃଢ଼ ହେବ ବୋଲି ସେ କହିଛନ୍ତି । ଆଗାମୀ ନିର୍ବାଚନରେ ଏଠି ସମସ୍ତ ୫ଟି ବିଧାନସଭା ଓ ଗୋଟିଏ ସଂସଦ କ୍ଷେତ୍ରରେ ବିଜେଡି ହିଁ ଜିତିବ ବୋଲି ସେ କହିଛନ୍ତି । ତେବେ ସୂଚନା ଅନୁସାରେ ଗତ ନିର୍ବାଚନରେ ଲୋଇସିଂହା ଓ କଣ୍ଟାବାଞ୍ଜିରେ ବିଜେଡିର ଦଳୀୟ କନ୍ଦଳ ଯୋଗୁଁ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ବିଜେଡି ହାରିଥିଲା । ଯେଉଁଥିରେ କଣ୍ଟାବାଞ୍ଜି ଓ ଲୋଇସିଂହାରେ ବିଜେପି ଏକ ତରଫା ଭୋଟ ପାଇ ସଙ୍ଗୀତା ସିଂହଦେଓ ବିଜୟୀ ହୋଇଥିଲେ । ତେବେ ବିଜେଡି ଏବେ ଏହି ଦୁଇ କ୍ଷେତ୍ରକୁ ସଜାଡ଼ିବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.