ETV Bharat / state

ବଲାଙ୍ଗୀର ସାଲେପଡାରେ ନରବଳି ଅଭିଯୋଗ !

author img

By

Published : Oct 31, 2019, 3:12 PM IST

ବଲାଙ୍ଗୀରରେ ନରବଳି ଅଭିଯୋଗ । ବୃଦ୍ଧଙ୍କ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର ପରେ ବଳି ଅଭିଯୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ସାଲେପଡା ଗାଁରେ ଏକ ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧା ଜଣକ ନିକଟସ୍ଥ ମନ୍ଦିରର ମୁଖ୍ୟ ପୂଜକଙ୍କ ଠାରୁ ତନ୍ତ୍ର ବିଦ୍ୟା ଶିକ୍ଷା କରୁଥିବା ବେଳେ ତାଙ୍କର ମୃତଦେହ କୂଅରୁ ଉଦ୍ଧାର ହୋଇଛି ।

ମୃତ ବୃଦ୍ଧ ଜଣକ ହେଉଛନ୍ତି ଭୂଜବଳ ପାରାଭୁଏ ଘର ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା ଗାଁରେ । ତେବେ ସେ ସଲେପଡା ଗ୍ରାମ ସ୍ଥିତ ଶ୍ୟାମା କାଲି ମନ୍ଦିର ମୁଖ୍ୟ ପୂଜକ ଚୌବନ କିଶୋର ମାଝିଙ୍କ ଠାରୁ ତନ୍ତ୍ର ବିଦ୍ୟା ଶିକ୍ଷା କରୁଥିବା ଜଣାପଡିଛି ।

ମୃତଦେହ ଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ଭୁଜବଲଙ୍କୁ ସାଲେପଡା ଗାଁର ଜଣେ ବାବା ବଳି ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପୋଲିସ ଉକ୍ତ ବାବାଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।

ବଲାଙ୍ଗୀରରୁ ସେକ ମହମ୍ମଦ ୱାଇଦ, ଇଟିଭି ଭାରତ

Intro:ବଲାଙ୍ଗୀର ଏକ ପରିତ୍ୟକ୍ତ କୂଅ ରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧା ଜଣକ ନିକଟସ୍ଥ ମନ୍ଦିରର ମୁଖ୍ୟ ପୂଜକ ଠାରୁ ତନ୍ତ୍ର ବିଦ୍ୟା ଶିକ୍ଷା କରୁଥିବା ବେଳେ ତାଙ୍କର ମୃତଦେହ ସନ୍ଦେହା ସ୍ପଦ୍ ଭାବରେ କୂଅରୁ ଉଦ୍ଧାର ହୋଇଛି। ସେପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ କଣ୍ଟାବାଞ୍ଜି ପୋଲିସ ତଦନ୍ତ ଜାରି ରଖିଛି। Body:ବଲାଙ୍ଗୀର କଣ୍ଟାବାଞ୍ଜି ଥାନା ସଲେପଡା ଗ୍ରାମ ର ଏକ ପରିତ୍ୟକ୍ତ କୂଅ ରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧ ଙ୍କ ପରିଚୟ ଭୂଜ୍ ବଳ ପାରାଭୁଏ 65 ବର୍ଷ ବୋଲି ଜଣା ପଡ଼ିଛି । ତେବେ ସେ ସଲେପଡ଼ା ଗ୍ରାମ ସ୍ଥିତ ଶ୍ୟାମା କାଲି ମନ୍ଦିର ମୁଖ୍ୟ ପୂଜକ ଚୌବନ୍ କିଶୋର ମାଝିଙ୍କ ଠାରୁ ତନ୍ତ୍ର ବିଦ୍ୟା ଶିକ୍ଷା କରୁଥିବା
ଜଣା ପଡିଛି। ତେବେ ମୃତ ବୃଦ୍ଧ ସବୁଦିନ ପରି ମନ୍ଦିରକୁ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତଦେହ ସନ୍ଦେହା ସ୍ପଦ୍ ଭାବରେ କୂଅରୁ ଉଦ୍ଧାର ହୋଇଛି। ସେପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ କଣ୍ଟାବାଞ୍ଜି ପୋଲିସ ତଦନ୍ତ ଜାରି ରଖିଛି। ତେବେ ସାଧାରଣରେ ଏହାକୁ ନର ବଳି ବୋଲି ଚର୍ଚା ହେଉଥିବା ବେଳେ ପୋଲିସ ଏହି ଅଭିଯୋଗ କୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.