ETV Bharat / state

ଗ୍ରାହକଙ୍କ ବିଶ୍ବାସରେ ବିଷ, ଏକ୍ସପାରୀ ପାଣି ବୋତଲରେ ନୂଆ ଷ୍ଟିକର

author img

By

Published : Mar 17, 2021, 10:34 AM IST

ପିଇବା ପାଣି ଓ ଜୁସ ନାରେ ବିକ୍ରି ହେଉଥିଲା ଏକ୍ସପାରୀ ସାମଗ୍ରୀ । ବଲାାଙ୍ଗୀର ବରମପୁରା ସ୍ଥିତ ଏକ ଗୋଦାମରେ ବିସଲେରୀ ବୋତଲରେ ଥିବା ଏକ୍ସପାରୀ ତାରିଖ ପରିବର୍ତ୍ତନ କରୁଥିବା ସମୟରେଲ ରେଡ୍ ହ୍ୟାଣ୍ଡ ଧରିଲା ପାଟଣାଗଡ଼ ପ୍ରଶାସନ । ଅଧିକ ପଢନ୍ତୁ...

ଗ୍ରାହକଙ୍କ ବିଶ୍ବାସରେ ବିଷ, ଏକ୍ସପାଏରି ପାଣି ବୋତଲରେ ନୂଆ ଷ୍ଟିକର

ବଲାଙ୍ଗୀର: ପିଇବା ପାଣି ଓ ଜୁସ ନାରେ ବିକ୍ରି ହେଉଥିଲା ଏକ୍ସପାଏରି ସାମଗ୍ରୀ । ନାମୀ ଦାମୀ କମ୍ପାନୀର ଏକ୍ସପାଏରି ପାଣି ବୋତଲ ସହ ଜୁସ ତାରିଖ ଲିଭାଯାଇ ଲୋକଙ୍କୁ କରାଯାଉଥିଲା ବିକ୍ରି। ଏବଂ ଖଲମଖୁଲା ଲୋକଙ୍କ ଜୀବନ ସହ ଚାଲିଥିଲା ଖେଳ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ବିଶେଷ ସୂତ୍ରରୁ ଖବର ପାଇ ପାଟଣାଗଡ଼ ପ୍ରଶାସନ ତରଫରୁ ଗତକାଲି(ମଙ୍ଗଳବାର) ବରମପୁରା ସ୍ଥିତ ଏକ ଗୋଦାମ ଘରେ ଚଢ଼ାଉ କରାଯାଇଛି। ତାହା ପୁଣି ବିସଲେରୀ ବୋତଲରେ ଥିବା ଏକ୍ସପାରୀ ତାରିଖ ପରିବର୍ତ୍ତନ କରୁଥିବା ସମୟରେ। ଉକ୍ତ ଗୋଦାମ ମାଲିକ ବିଶେଶ୍ବର ପାଣିଗ୍ରାହୀକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ସେହିପରି ପାଟଣାଗଡ଼ରେ ଥିବା ଏସଏସ ଇଣ୍ଡଷ୍ଟ୍ରିଜ ଉପରେ ମଧ୍ୟ ଚଢ଼ାଉ କରାଯାଇଛି। ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ, ଖପ୍ରାଖୋଲ ତହସିଲଦାର ମାଜିଷ୍ଟ୍ରେଟ ଓ ବଲାଙ୍ଗିର ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ବଜିତ ସିଂ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ବିଶେଶ୍ବର ପାଣିଗ୍ରାହୀ ବୋତଲ ଆଣି ଏଠାରେ ତାରିଖ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଛି। ସେ ବିଭିନ୍ନ ସମୟରେ ଏସଏସ ଇଣ୍ଡଷ୍ଟ୍ରିଜରୁ ପାଣି ଆଣିଥାନ୍ତି। ତେଣୁ ଏସଏସ ଇଣ୍ଡଷ୍ଟ୍ରିଜ ମାଲିକ ସରୋଜ ମେହେର ମଧ୍ୟ ସନ୍ଦେହ ଘେରରେ। ଏପରିକି ତାଙ୍କ ପୁରୁଣା କାରଖାନାରେ ବିପୁଳ ମାତ୍ରାରେ ଡିଷ୍ଟିଲ୍ଡ ୱାଟର ମହଜୁତ ଥିବା ଦେଖିବାକୁ ମିଳିଛି। ଏହା ତାଙ୍କ କାରଖାନାର ଲେବଲ୍ ନଥିବା ବେଳେ କଳିଙ୍ଗ ଗେସେସ୍ କମ୍ପାନୀର ଲେବଲ୍ ଲାଗିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଏସଏସ ଇଣ୍ଡଷ୍ଟ୍ରିଜକୁ କଳିଙ୍ଗ ଗେସେସ କମ୍ପାନୀର ଡିଷ୍ଟିଲ୍ଡ ୱାଟର ଆସିଲା କେମିତି। ତେଣୁ ଅଲଗା କମ୍ପାନୀ ନାମରେ ଏସଏସ ଇଣ୍ଡଷ୍ଟ୍ରିଜ ଡିଷ୍ଟିଲ୍ଡ ୱାଟର ବିକ୍ରି କରୁଥିବା ସନ୍ଦେହ ଉପୁଜିଛି। ଏପରିକି ଲାଇସେନ୍ସ ନ ଥାଇ ଏସଏସ ଇଣ୍ଡଷ୍ଟ୍ରିଜ ବେଆଇନ ଭାବେ ଡିଷ୍ଟିଲ୍ଡ ୱାଟର ବିକ୍ରି କରୁଛି।

ଦୀର୍ଘ ଦିନରୁ ଏହି ବେଆଇନ କାରବାର ଚାଲିଥିଲେ ବି ପ୍ରଶାସନ ଜାଣି ପାରିଲା ନି କେମିତି। ସେପଟେ ବରମପୁରାର ଏକ ଗୋଦାମ ଉପରେ ଚଢ଼ାଉ କରିବା ସହ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି। ଏବଂ ନମୁନା ଆସିଲାପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ କହିଛନ୍ତି। ଅନ୍ୟପଟେ ଏସଏସ ଇଣ୍ଡିଷ୍ଟ୍ରିଜ ମାଲିକ ସରୋଜ ମେହେର ସଫେଇ ଦେଇଛନ୍ତି ଯେ, ଉକ୍ତ ପାଣି ବୋତଲ ତାଙ୍କର ନୁହଁ। ସେ ପାଣି ବୋତଲ ଯାହାର ବି ହେଉ ଏକ୍ସପାଏରି ତାରିଖ ପରିବର୍ତ୍ତନ କରି ଲୋକଙ୍କ ଜୀବନ ସହ ଖେଳିବା ଘଟଣାକୁ ନିନ୍ଦା କରାଯାଉଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.