ETV Bharat / state

ବିପୁଳ ପରିମାଣର ନକଲି ମଦ ଜବତ, 2 ଗିରଫ - ବିପୁଳ ପରିମାଣର ନକଲି ମଦ ଜବତ

ବଲାଙ୍ଗୀରରୁ ବିପୁଳ ପରିମାଣର ନକଲି ମଦ ଓ ମଦ ତିଆରି ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ

ବିପୁଳ ପରିମାଣର ନକଲି ମଦ ଜବତ;ବନ୍ଧା ହେଲେ ମଦ ଦୋକାନରେ କାମ କରୁଥିବା ୨ କର୍ମଚାରୀ

author img

By

Published : May 27, 2022, 1:56 PM IST

ବଲାଙ୍ଗୀର: ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ବଲାଙ୍ଗୀରରୁ ବିପୁଳ ପରିମାଣର ନକଲି ମଦ ଓ ମଦ ତିଆରି ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ବଲାଙ୍ଗୀରରେ ଦୀର୍ଘ ଦିନରୁ ଗ୍ରାମାଞ୍ଚଳରେ ଚାଲିଥିଲା ନକଲି ମଦ କାରବାର । ଯାହାର ଖବର ପାଇ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଏବଂ ପାଟଣାଗଡ ଅବକାରୀ ବିଭାଗ ମିଳିତ ଚଢାଉ କରିଥିଲେ। ସୂଚନା ଅନୁସାରେ,ପାଟଣାଗଡ ରାମପୁର ନିକଟରେ ଥିବା ଜୟନ୍ତ ମେହେରଙ୍କ ୨ ନମ୍ବର ବିଦେଶୀ ମଦ ଦୋକାନ ଏବଂ ଖପ୍ରାଖୋଲ ଠାରେ ଥିବା ବିଦେଶୀ ମଦ ଦୋକାନରେ କାମ କରୁଥିଲେ ଝାରଖଣ୍ଡ ଏବଂ ବିହାରର ୨ କର୍ମଚାରୀ ।

ବିପୁଳ ପରିମାଣର ନକଲି ମଦ ଜବତ;ବନ୍ଧା ହେଲେ ମଦ ଦୋକାନରେ କାମ କରୁଥିବା ୨ କର୍ମଚାରୀ

ସେମାନେ ବିଦେଶୀ ମଦ ପ୍ରସ୍ତୁତ କରି ବିଭିନ୍ନ ସ୍ଥାନରେ ବିକ୍ରୟ କରୁଥିଲେ । ଏନେଇ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା । ପରେ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଏବଂ ପାଟଣାଗଡ ଅବକାରୀ ବିଭାଗ ମିଳିତ ଭାବେ ରେଡ ମାରିଥିଲେ । ସେମାନଙ୍କ ଠାରୁ ୧୯୬ଟି ବୋତଲ ସହ ୪୦ ଲିଟର ବିଦେଶୀ ମଦ, ମଦ ବୋତଲ ନକଲି ଠିପି, ନକଲି ଲେବେଲ, ୫ ଲିଟର ସ୍ପିରିଟ ଜବତ ହୋଇଛି । ଅଭିଯୁକ୍ତମାନେ କିପରି ନକଲି ମଦ ପ୍ରସ୍ତୁତ କରୁଥିଲେ ତାର ଡେମୋ ମଧ୍ୟ ଦେଖାଇଥିଲେ । ତେବେ ଗିରଫ ହୋଇଥିବା ୨ କର୍ମଚାରୀ ହେଉଛନ୍ତି ଗୌତମ ମହନ୍ତ ଏବଂ ରାମଭରତ ସାହୁ ବୋଲି ଜଣାପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.