ETV Bharat / state

ଜାଲ୍ ସାର୍ଟିଫିକେଟରେ ଚାକିରି, ହାଇସ୍କୁଲ ଶିକ୍ଷକ ଗିରଫ - ନକଲି ସାର୍ଟିଫିକେଟ କାରବାର ଶିକ୍ଷକ ଗିରଫ

ଜାଲ ସାର୍ଟିଫିକେଟରେ ଶିକ୍ଷକ ଚାକିରି । ଶିକ୍ଷକଙ୍କୁ ଗିରଫ କଲା ପୋଲିସ । ନକଲି ସାର୍ଟିଫିକେଟ ଦେଇ କରିଥିଲେ ଶିକ୍ଷକ ଚାକିରି । ଅଧିକ ପଢ଼ନ୍ତୁ

ହାଇସ୍କୁଲ ଶିକ୍ଷକ ଗିରଫ
ହାଇସ୍କୁଲ ଶିକ୍ଷକ ଗିରଫ
author img

By ETV Bharat Odisha Team

Published : Nov 11, 2023, 9:27 AM IST

ବଲାଙ୍ଗୀର: ପୁଣି ସାମ୍ନାକୁ ଆସିଲା ଜାଲ ସାର୍ଟିଫିକେଟ ଘଟଣା । ଲମ୍ବି ଚାଲିଛି ନକଲି ସାର୍ଟିଫିକେଟ କାରବାରର ଚେର । ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଧିକାରୀଙ୍କ ଗିରଫଦାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ବଲାଙ୍ଗୀର ଜିଲ୍ଲାରେ ଶୁକ୍ରବାର ପୁଣି ଜଣେ ହାଇସ୍କୁଲ ଶିକ୍ଷକ ଏହି ମାମଲାରେ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଶିକ୍ଷକଙ୍କ ନାମ ଭକ୍ତ କୁମାର ସେଠ୍ । ସେ ଆଗଲପୁର ବ୍ଳକ ଡୁଡୁକା ପଲ୍ଲୀଶ୍ରୀ ହାଇସ୍କୁଲରେ କାର୍ଯ୍ୟରତ ଥିଲେ ।

ବଲାଙ୍ଗୀର ଜିଲ୍ଲାରେ ଜାଲ ସାର୍ଟିଫିକେଟ କାରବାର ଘଟଣାରେ ଗିରଫଦାରୀ ବଢିଚାଲିଛି । ଏହି ସଂଖ୍ୟା ଏବେ 7ରେ ପହଞ୍ଚିଛି । ଜିଲ୍ଲାରେ ଜାଲ ସାର୍ଟିଫିକେଟ ସିଣ୍ଡିକେଟ ଧରାପଡ଼ିବା ପରେ ଏହି ଜାଲ ସାର୍ଟିଫିକେଟରେ ସରକାରୀ ଚାକିରି ହାତେଇଥିବା ଗୋଟିଏ ପରେ ଗୋଟିଏ ଅଧିକାରୀ ଗିରଫ ହୋଇଛନ୍ତି । ତେବେ ଏହି କ୍ରମରେ ପୁଣି ବନ୍ଧା ହୋଇଛନ୍ତି ଆଉ ଜଣେ ହାଇସ୍କୁଲ ଶିକ୍ଷକ । ଜାଲ ସାର୍ଟିଫିକେଟ ମାମଲା ସାମ୍ନାକୁ ଆସିବା ପରେ ସମସ୍ତ ସରକାରୀ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଛାନଭିନ ଚାଲିଛି । ଏଥିରେ ଏହି ଶିକ୍ଷକ ଭକ୍ତ କୁମାରଙ୍କ ବିଇଡି ସାର୍ଟିଫିକେଟ ନକଲି ବୋଲି ଜଣାପଡ଼ିଥିଲା ।

ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷାଧିକାରୀ ନକଲି ଶିକ୍ଷକଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଆଜି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେ କିଛି ଦିନ ପୂର୍ବରୁ ଗୁଡ଼ଭେଲା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବିଆରସିଏସ ଶ୍ୟାମସୁନ୍ଦର ପ୍ରଧାନକୁ ଜାଲ ବିଇଡି ସାର୍ଟିଫିକେଟ ଓ ମାର୍କସିଟ୍ ଦେଇ ଚାକିରି ହାତେଇଥିବା ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିଭଳି ବଲାଙ୍ଗୀର ବ୍ଲକ ବିଇଓ କାର୍ଯ୍ୟାଳୟର ଏବିଇଓ ଶ୍ୟାମସୁନ୍ଦର ମେଣ୍ଡିଲୀ ଜାଲ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ଜଣାପଡ଼ିବା ପରେ ଚାକିରିରୁ ବିଦା କରାଯାଇଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଏବେ ଏବିଇଓ ଜଣଙ୍କ ଫେରାର୍ ଅଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ: ଜାଲ ସାର୍ଟିଫିକେଟ ଦେଇ କରିଥିଲେ ସରକାରୀ ଚାକିରି, ଗିରଫ ହେଲେ ବିଆରସିଏସ

ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ ହେବା ପରେ ଜିଲ୍ଲାର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ସମ୍ପୃକ୍ତ ବିଶ୍ଵବିଦ୍ୟାଳୟକୁ ପଠାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର 4 ଜଣ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଜାଲ ସାର୍ଟିଫିକେଟରେ ଚାକିରି କରୁଥିବା ନେଇ ତଦନ୍ତରୁ ଜଣାପଡ଼ିଥିଲା । ଯାହାକୁ ନେଇ ବିଭିନ୍ନ ଥାନାରେ ଏହାର ଅଭିଯୋଗ ପରେ ପୋଲିସ ଜଣକ ପରେ ଜଣେ ନକଲି ଶିକ୍ଷକଙ୍କୁ ଗିରଫ କରୁଛି । ସେହିପରି ପୂର୍ବରୁ ଏତଲା ପରେ ଟାଉନ ଥାନା ପୋଲିସ ପୁଇଁତଳା ବ୍ଲକ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ବି ଅନ୍ୟ ତିନି ଜଣ ଫେରାର୍ ଅଛନ୍ତି । ତେବେ ଏ ପର୍ଯ୍ୟନ୍ତ ଏହି ଜାଲ ସାର୍ଟିଫିକେଟରେ ଚାକିରି କରୁଥିବା ସାତ ଜଣ ଗିରଫ ହୋଇଥିବା ବେଳେ ଆଗକୁ ଏହି ତାଲିକା ଆହୁରି ବଢିବ ବୋଲି କୁହାଯାଉଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.