ବଲାଙ୍ଗୀର: ଜିଲ୍ଲା ଗସ୍ତରେ ଆସି ପ୍ରତ୍ୟାବର୍ତ୍ତନ କରିଛନ୍ତି ସ୍ବାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା । ଏହି ଗସ୍ତରେ ସେ ଜିଲ୍ଲାର ବିଭିନ୍ନ ଉନ୍ନୟନ କାମ ତଦାରଖ କରି ପାଟଣାଗଡ଼ ସଦର ଡାକ୍ତରଖାନା ପରିଦର୍ଶନ କରିଥିଲେ ।
ଶିଶୁ ବିଭାଗର ଡାକ୍ତର ବିଜୁ ଅଗ୍ରୱାଲଙ୍କୁ ନିରାମୟ ମାଗଣା ଔଷଧ ନଲେଖି କିଣା ଔଷଧ ଲେଖିଥିବାରୁ ନିଲମ୍ବିତ କରିଛନ୍ତି । ତେବେ ଏହି ଗସ୍ତରେ ସଚିବ ଜିଲ୍ଲାର ସୁନମୁଡି ଗାଁ, ବରପଦର ଗାଁ ସମେତ ବରାହଁମୁଣ୍ଡା ଗାଁର ବିଭିନ୍ନ ଉନ୍ନନମୂଳକ କାମ ପରିଦର୍ଶନ କରିଥିଲେ।
ପରିଶେଷରେ, ବିଭିନ୍ନ ଆହାର କେନ୍ଦ୍ର ବୁଲି ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତରେ ତାଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ