ବଲାଙ୍ଗୀର: ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ହେଡ୍ କ୍ଲର୍କ । ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମର ଅଭିଯୋଗକାରୀ ହାଡୁ ଭୋଇ ,ପିପଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରି ଗତ ୧୦ ବର୍ଷ ହେବ ଅବସର ନେଇଥିଲେ।
ଏ.ସି.ବି.ର ଏରିଅର ବିଲ ପାଇଁ ତଥା କାଗଜ ପତ୍ର କରିବା ପାଇଁ ୨୦୧୪ ରୁ ୬ ବର୍ଷ କାଳ ଗୁଡ଼ଭେଳା ବ୍ଲକକୁ ଧାଉଁଥିଲେ। ବିଇଓ କାର୍ଯ୍ୟାଳୟର ହେଡ୍ କ୍ଲର୍କ ଦମନ ପ୍ରସାଦ ମିଶ୍ର ପେନସନ କାମ ପାଇଁ ହାଡୁ ଭୋଇଙ୍କୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ।
ଯାହାକୁ ନେଇ ହାଡୁ ଭୋଇ ବଲାଙ୍ଗୀର ଭିଜଲାନ୍ସ ବିଭାଗ ଡ଼ିଏସପି କାଦମ୍ବିନୀ ସାମଲଙ୍କୁ ଜଣାଇଥିଲେ। ଆଜି ପାଞ୍ଚ ଟଙ୍କା ଦମନ ପ୍ରସାଦ ମିଶ୍ର ଲାଞ୍ଚ ନେଉଥିବାବେଳେ ଭିଜଲାନ୍ସ ହାତରେ ଧରା ପଡ଼ିଥିଲେ। ତେବେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବା ସହ ତାଙ୍କ କାର୍ଯ୍ୟାଳୟ ଓ ତାଙ୍କ ସୁବର୍ଣ୍ଣପୁର ଜିଲ୍ଲା ତର୍ଭା ସ୍ଥିତ ବାସ ଭବନରେ ଚଢାଉ ଜାରି ରଖିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ