ETV Bharat / state

ଗାଁ ଜଗିଛି ସିସି କ୍ୟାମେରା - ବଲାଙ୍ଗୀର

ଚୋରି ରୋକିବାକୁ ଗ୍ରାମବାସୀଙ୍କ ଅଭିନବ ପ୍ରୟାସ । ସରପଞ୍ଚଙ୍କ ସହାୟତା ସହ ନିଜ ଅନୁଦାନରେ ଗ୍ରାମରେ ଲଗାଇଲେ 29ଟି ସିସି କ୍ୟାମେରା । ଦୁଇଲକ୍ଷ ଟଙ୍କା ଖର୍ଚ୍ଚ କରି ଗ୍ରାମକୁ ଚୋର, ଲୁଟେରାଙ୍କ ଦାଉରୁ ସୁରକ୍ଷା କଲେ ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବଲାଙ୍ଗୀର
author img

By

Published : Aug 31, 2019, 9:54 PM IST

ବଲାଙ୍ଗୀର: ଗାଁର ସୁରକ୍ଷା ପାଇଁ ଲାଗିଲା ସିସି କ୍ୟାମେରା । ସବୁ କୋଣରେ ସିସିଟିଭି ଲାଗିବା ଫଳରେ ଏବେ ସୁରକ୍ଷିତ ରହିଛି ଗାଁ । ଏହା ସହିତ ଗ୍ରାମବାସୀ ମଧ୍ୟ ଏଥିରେ ସୁରକ୍ଷିତ ତଥା ଖୁସି ଅଛନ୍ତି । ଏହି ଗ୍ରାମଟି ହେଉଛି ବଲାଙ୍ଗୀର ଜିଲ୍ଲା ତୁରେକେଳା ବ୍ଲକର ହଳଦୀ ଗ୍ରାମ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ବଲାଙ୍ଗୀର

ଏହି ଗ୍ରାମ ଗୋପାଳପୁରରେ ରାୟପୁର 59 ନମ୍ବର ଜାତୀୟ ରାଜପଥ କଡ଼ରେ ରହିଛି । ଫଳରେ ଏହି ଛୋଟ ବଡ଼ ଚୋରି ଡକାୟତି ଓ ଗୁଣ୍ଡାଗର୍ଦ୍ଦି ବୃଦ୍ଧି ପାଇଥିଲା । ବାରମ୍ବାର ପୋଲିସ ପାଖରେ ଅଭିଯୋଗ ହେବା ପରେ ମଧ୍ୟ କୌଣସି ସୁଫଳ ମିଳିପାରୁନଥିଲା । ଚୋରି ରୋକିବାକୁ ଗ୍ରାମବାସୀ ବୈଠକ ବସାଇ ବାଛିଥିଲେ ଅଭିନବ ପ୍ରୟାସ । ସିସି କ୍ୟାମେରା ଲଗାଇବାକୁ ବୈଠକରେ ସ୍ଥିର କରିଥିଲେ ।

ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀଙ୍କ ସହାୟତାରେ ଗ୍ରାମରେ ସଂପୂର୍ଣ୍ଣ ହୋଇଛି ସିସି କ୍ୟାମେରା ଲଗାଯିବା କାର୍ଯ୍ୟ । ଏବେ ସମୁଦାୟ 29 ଟି ସିସିଟିଭି ଲଗାଯାଇଛି । ଏଥିପାଇଁ ପଞ୍ଚାୟତ ତରଫରୁ ଖର୍ଚ୍ଚ ହୋଇଛି ଦୁଇଲକ୍ଷ ଟଙ୍କା । ନିଜସ୍ଵ ପ୍ରଚେଷ୍ଟାରେ ଗାଁକୁ ସୁରକ୍ଷିତ କରିପାରିଛନ୍ତି ଗ୍ରାମବାସୀ । ଫଳରେ ଗ୍ରାମରେ ଘଟୁଥିବା ଚୋରି ଡ଼କାୟତି ରୋକାଯାଇ ପାରିଛି ।

ଯାହାପରେ ଗାଁରେ ବୈଠକ ବସି ଏଠି ଅଭିନବ ଉପାୟରେ ଏହି ସିସିଟିଭି ବ୍ୟବସ୍ଥା କରାଯାଇଥିଲା । ଯାହାର ପର ଦିନ ଠୁଁ ହିଁ ଏଠି ସବୁ ବେଆଇନ କାମ ବନ୍ଦ ହୋଇଯାଇଥିଲା । ଏବେ ଗାଁ ଟି ସୁରକ୍ଷିତ ହୋଇ ଥିବା ବେଳେ ଗ୍ରାମବାସୀ ମଧ୍ୟ ଏଥିରେ ସୁରକ୍ଷିତ ତଥା ଖୁସି ଅଛନ୍ତି ।

ବଲାଙ୍ଗୀରରୁ ଏସ.କେ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ଓଡ଼ିଶା ର ପ୍ରଥମ ଗାଁ ଯେଉଁଠି ଗାଁ ର ସୁରକ୍ଷା ପାଇଁ ଲାଗିଛି ସିସିଟିଭି ବ୍ୟବସ୍ଥା। ଗାଁର ସବୁ କୋଣରେ ଏହି ସିସିଟିଭି ଲାଗିବ ଫଳରେ ଏବେ ଗାଁ ଟି ସୁରକ୍ଷିତ ହୋଇ ରହିଛି । ଏବଂ ଗ୍ରାମ ବାସି ମଧ୍ୟ ଏଥିରେ ସୁରକ୍ଷିତ ତଥା ଖୁସି ଅଛନ୍ତି । Body:ସାବଧାନ ଗାଁକୁ ଜଗିଛି ସିସିଟିଭି । ଓଡ଼ିଶାର ପ୍ରଥମ ଏମିତି ଗାଁ ଯେଉଁଠି ଗାଁ ର ସୁରକ୍ଷା ପାଇଁ ଲାଗିଛି ସିସିଟିଭି ବ୍ୟବସ୍ଥା। ଗାଁର ସବୁ କୋଣରେ ଲାଗିଛି ଏହି ସିସିଟିଭି । ଏହି ଗାଁ ଟି ହେଉଛି ବଲାଙ୍ଗୀର ଜିଲ୍ଲା ତୁ ରେକେଳା ବ୍ଲକ୍ ର ହଳଦୀ ଗ୍ରାମ । ଏହି ଗ୍ରାମ ଗୋପାଳପୁରରେ ରାୟପୁର 59ନମ୍ୱର୍ ଜାତୀୟ ରାଜପଥ କଡ଼ରେ ରହିଛି । ଫଳରେ ଏହିଗନ୍ତେ ଛୋଟ ବଡ଼ ଚୋରି ଡକାୟତି ଓ ଗୁଣ୍ଡା ଗର୍ଦି ବୃଦ୍ଧି ପାଇଥିଲା । ଏବଂ ଏହାର ଅଭିଯୋଗ ପୋଲିସ୍ ପାଖରେ କଲେ ମଧ୍ୟ କିଛି ସୁଫଳ ମିଲୁ ନ ଥିଲା । ଯାହାପରେ ଗାଁରେ ବୈଠକ ବାସି ଏଥି ଅଭିନବ ଉପାୟରେ ଏହି ସିସିଟିଭି ବ୍ୟବସ୍ଥା କରା ଯାଇଥିଲା । ଯାହାର ପର ଦିନ ଠୁଁ ହିଁ ଏଠି ସବୁ ବେଆଇନ କାମ ବନ୍ଦ ହୋଇ ଯାଇଥିଲା । ଏବଂ ଏବେ ଗାଁ ଟି ସୁରକ୍ଷିତ ହୋଇ ଥିବା ବେଳେ ଗ୍ରାମ ବାସି ମଧ୍ୟ ଏଥିରେ ସୁରକ୍ଷିତ ତଥା ଖୁସି ଅଛନ୍ତି ।
ବାଇ ଟ ରାଜେଶ୍ ନାୟକ ଗ୍ରାମବାସୀ
ବାଇ ଟ ଏ ସରାଫ ଗ୍ରାମବାସୀ
ଗାଁ ରେ ଦିନ କୁ ଦିନ ଅପରାଧ ବୃଦ୍ଧି ପାଇଥିଲା । ଏବଂ ପୋଲିସ୍ ହାତ ଧରି ଚୁପ୍ ରହୁଥିବା ବେଳେ ଏବେ ଗ୍ରାମ ବାସି ଓ ସରପଞ୍ଚ ଙ୍କ ନିଜ ପ୍ରଚେଷ୍ଟାରେ ଲାଗିଥିବା ସିସିଟିଭି ଠିକ୍ କାମ କରିଛି । ଗାଁରେ ଏବେ ମୋଟ 29ଟି ସିସିଟିଭି ଲାଗିଛି । ଏବଂ ଏଥି ପାଇଁ ପଞ୍ଚାୟତ ତରଫରୁ ଦୁଇ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଇଛି । ତେବେ ଏହା ବ୍ୟାର୍ଥ ହୋଇ ନ ଥିବା ବେଳେ ସୁଫଳ ଦେଖିବାକୁ ମିଳିଛି । ଏପରିକି ଗଣରୁ ଚୋରି ଡକାୟତି ଓ ଗୁଣ୍ଡା ଗର୍ଦୀ ବନ୍ଦ୍ ହୋଇଯାଇଛି ।
ବାଇ ଟ ଗୋପୀନାଥ ପାଣିଗ୍ରାହୀ ସରପଞ୍ଚ ହଳଦୀ ପଞ୍ଚାୟତ Conclusion:ନିଜସ୍ଵ ପ୍ରଚେଷ୍ଟାରେ ଗାଁକୁ ସୁରକ୍ଷିତ କରି ପାରିଛନ୍ତି । ଏବଂ ତାପାଇଁ ନୂଆ ଜ୍ଞାନ କୌଶଳ ସିସିଟିଭି ଲଗାଇ ଗାଁକୁ ଅନେକ ଅଘଟଣ ରୁ ବଞ୍ଚାଇଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.