ETV Bharat / state

ସ୍ବର୍ଗତ ଡିଏସ୍‌ପି ଶେଷଦେବ ବରିହାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ

author img

By

Published : Jun 8, 2021, 2:30 PM IST

ବଲାଙ୍ଗୀର ଏଚଆରପିସି ଡିଏସ୍‌ପି ଶେଷଦେବ ବରିହାଙ୍କୁ ଦିଆଗଲା ଗାର୍ଡ ଅଫ ଅନର୍ । ଗତକାଲି(ସୋମବାର) ସ୍ବର୍ଗତ ଶେଷଦେବ ବରିହାଙ୍କ କୋରୋନାରେ ପ୍ରାଣହାନୀ ଘଟିଥିଲା । ଅଧିକ ପଢନ୍ତୁ...

ସ୍ବର୍ଗତ ଡିଏସ୍‌ପି ଶେଷଦେବ ବରିହା ଗାର୍ଡ ଅଫ ଅନର୍ ପ୍ରଦାନ

ବଲାଙ୍ଗୀର: କୋଭିଡ ଯୁଦ୍ଧରେ ହାରିଗଲେ ଆଉ ଜଣେ କୋଭିଡ ଯୋଦ୍ଧା । ବଲାଙ୍ଗୀର ଏଚଆରପିସି ଡିଏସ୍‌ପି ଶେଷଦେବ ବରିହାଙ୍କ କୋରୋନା କବଳରେ ପ୍ରାଣହାନୀ ଘଟିଛି । ଆଜି(ମଙ୍ଗଳବାର) ସ୍ଥାନୀୟ ମନୋହରପୁର ପୋଲିସ ଗ୍ରାଉଣ୍ଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

ଜିଲ୍ଲାପାଳ ଚଞ୍ଚଳ ରାଣା ଉପସ୍ଥିତ ରହି ସ୍ୱର୍ଗତ ଡିଏସ୍‌ପିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏଥିସହ ପୋଲିସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଗାର୍ଡ ଅଫ୍ ଅନର ଦିଆଯିବା ପରେ ତାଙ୍କ ମର ଶରୀରକୁ ପୈତୃକ ଘର ପଦଦ୍ମପୁରକୁ ନିଆଯିବ । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ସୂଚନା ଅନୁଯାୟୀ ସ୍ବର୍ଗତ ଶେଷଦେବ ବରିହା ଗତ ମାସ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ହେଲେ ଗୁରୁତର ହେବାରୁ ୧୭ ତାରିଖରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଗତକାଲି(ସୋମବାର) ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ତାଙ୍କ ମୃତଦେହ ବଲାଙ୍ଗୀରକୁ ପହଞ୍ଚିବା ପରେ ପୋଲିସ ପଡିଆରେ ଜିଲ୍ଲା ପୋଲିସ୍ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ପୂର୍ବରୁ ଜିଲ୍ଲା କୋଭିଡ୍ ସେଲ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ବିଜୟାନନ୍ଦ ସରକରାଙ୍କ ମଧ୍ୟ କୋରୋନାରେ ମୃତ୍ୟୁ ଘଟିଥିଲା ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.