ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ, ଦୁଇ ମୃତ - two dead in clash

ବଲାଙ୍ଗୀର ଦେଓଗାଁ ଜରସିଂହାରେ ଅଭାବନୀୟ କାଣ୍ଡ । ପୂର୍ବ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଦୁଇ ମୃତ ଏବଂ ଦୁଇ ଆହତ । ଅଧିକ ପଢନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ, ଦୁଇ ମୃତ

author img

By

Published : Jan 23, 2021, 10:23 PM IST

ବଲାଙ୍ଗୀର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ । ବଲାଙ୍ଗୀର ଦେଓଗାଁ ଜରସିଂହାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟ ଏଭଳି ସଂଘର୍ଷ ଘଟିଛି । ଯାହାଫଳରେ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ବ୍ୟକ୍ତି ଆହତ ହୋଇଛନ୍ତି । ମୃତକ ହେଲେ ଧନମତ ରାଉତ ଓ ଶ୍ରୀପତି ବେଶ୍ରା । ତେବେ ପାଣି ମଡାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଥିବା ପୂର୍ବ ଶତ୍ରୁତା କାରଣରୁ ଏଭଳି କାଣ୍ଡ ଘଟିଥିବା ଜଣାପଡିଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ, ଦୁଇ ମୃତ

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ଉଭୟ ଗୋଷ୍ଠୀ କ୍ଷେତରେ ଗାଈ ଓ ଛେଳି ଚରାଉଥିଲେ । ସେଠାରେ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହାପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଥିବା ପୂର୍ବ ତିକ୍ତାତାର ଫଳସୂରୁପ ସାମାନ୍ୟ ବଚସା ଭୀଷଣ ରୂପ ନେଇଥିଲା । ଏଥିରେ ଉତ୍ତେଜିତ ହୋଇ ହରଜନ ପଡାର ଲୋକେ ବାହାର ପଡାର ଜଣେ ବ୍ୟକ୍ତିଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଧନମତ ରାଉତଙ୍କ ମୃତ୍ୟୁ ଘଟିଥିଲା । ପ୍ରତି ଆକ୍ରମଣରେ ଗୁରୁତର ଶ୍ରୀପତିଙ୍କୁ ବଲାଙ୍ଗୀର ମେଡିକାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଅନ୍ୟପଟେ ଏହି ସଂଘର୍ଷରେ ଗୁରୁତର ଅନ୍ୟ ଦୁଇଜଣ ବଲାଙ୍ଗୀର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ସମ୍ପୃକ୍ତ 5 ଜଣଙ୍କୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.