ETV Bharat / state

ଜମିବାଡ଼ି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ: ଜଣେ ମୃତ, ୫ ଆହତ - ବଲାଙ୍ଗୀର ଖବର

ଜମି ବାଡ଼ିକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ ବରଗାଁରେ ଏହି ଘଟଣା ଘଟିଛି । ଅଧିକ ପଢନ୍ତୁ

ଜମିବାଡ଼ି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ : ଜଣେ ମୃତ, ୫ ଆହତ

author img

By

Published : Mar 19, 2022, 9:40 PM IST

ବଲାଙ୍ଗୀର : ଜମି ବାଡ଼ିକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ ବରଗାଁରେ ଏହି ଘଟଣା ଘଟିଛି ।

ଜମିବାଡ଼ି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ : ଜଣେ ମୃତ, ୫ ଆହତ

ସୂଚନା ଅନୁସାରେ ବରଗାଁରେ ରହୁଥିବା ବୁଡ଼େକ ପରିବାର ଓ ବେହେରା ପରିବାର ମଧ୍ୟରେ ଜମିବାଡିକୁ ନେଇ ଝଗଡ଼ା ଲାଗି ରହିଥିଲା। ଯାହାକୁ ନେଇ ଗାଁରେ ସମାଧାନ କରାଯାଇଥିଲେ ମଧ୍ୟ ସେଥିରେ ଏମାନେ ରାଜି ହୋଇନ ଥିଲେ। ଆଜି (ଶନିବାର) ବୁଡେକ ପରିବାର ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପଟେ ଥାନାରୁ ଫେରିବା ପରେ ବେହେରା ପରିବାରର ଲୋକ ସଂଘ ବଦ୍ଧ ଭାବରେ ଏମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଯେଉଁଥିରେ ଧନୁ ବୁଡ଼େକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିପରି ଏଥିରେ ଆଉ ପାଞ୍ଚ ଜଣ ଆହତ ହୋଇଥିବାବେଳେ ସମସ୍ତଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏଠି ଜଣେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଅଭିଯୁକ୍ତମାନେ ଏବେ ଫେରାର ଥିବାବେଳେ ଦେଓଗାଁ ପୋଲିସ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.