ETV Bharat / state

ବିଶ୍ବକୁ ସମର୍ପଣ ଓ ପ୍ରେମ ଶିଖାଇବ ଓଡିଶା: ରାଜ୍ୟପାଳ

ବଲାଙ୍ଗୀରରେ ରୋଟାରୀ ଏଲିଟ ଦ୍ବାରା ଉଡାନ ମିଟର ଉଦଘାଟନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ( udaan meet 2022 )। ଅଧିକ ପଢନ୍ତୁ

author img

By

Published : Dec 29, 2022, 12:36 PM IST

udaan meet 2022
governor ganeshi lal
udaan meet 2022

ବଲାଙ୍ଗୀର: ଭାରତ ବିଶ୍ବ ଗୁରୁ ହେବ ଏବଂ ଓଡ଼ିଶା ତାହାର ହେବ ଆଧାର ହେବ ବୋଲି କହିଛନ୍ତି ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଓଡିଶା ହିଁ ଶିଖାଇବ ବିଶ୍ବକୁ ପ୍ରେମ, ସମର୍ପଣ । ସାରା ବିଶ୍ବ ପାଇଁ ଗୁରୁ ହେବ ଭାରତ ଏବଂ ଏହାର ଆଧାର ହେବ ଓଡିଶା ରାଜ୍ୟ ବୋଲି କହିଛନ୍ତି ରାଜ୍ୟପାଳ । ଏଭଳି ମନ୍ତବ୍ୟ ଦେଇ ଓଡିଶାର ବିଭିନ୍ନ ଉପଲବ୍ଧିକୁ ନେଇ ପ୍ରଶଂସା କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ବଲାଙ୍ଗୀର ଗସ୍ତରେ ଆସି ରୋଟାରୀ ଏଲିଟ ଦ୍ବାରା ଆୟୋଜିତ ଉଡାନ ମିଟର ( udaan meet 2022 ) ଉଦଘାଟନ କାର୍ଯ୍ୟକ୍ରମରେ ଏହା କହିଛନ୍ତି ।

ବଲାଙ୍ଗୀର ରୋଟାରୀ ଏଲିଟ ସଂଗଠନ ଦୀର୍ଘ ବର୍ଷ ହେବ ଝିଅଙ୍କୁ ପାଠ ପଢ଼ାଇବା ପାଇଁ ଉଡାନ ନାଁରେ କାମ କରୁଛି । ଏଥିରେ ଏହି ସଂଗଠନ ବିଶେଷ ସଫଳ ହୋଇଥିବା ବେଳେ ବୁଧବାର ସ୍ଥାନୀୟ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଉଡାନ ଅଧିବେଶନର ଆୟୋଜିତ ହୋଥିଲା । ଯେଉଁଥିରେ ଓଡିଶା ରାଜ୍ୟପାଳ ଗଣେଶୀ ଲାଲ ଯୋଗ ଦେଇଥିଲେ । ରୋଟାରୀ ଏଲିଟ ସଂଗଠନର ଏହି ମହାନ କାମକୁ ଭୂରି ଭୂରି ପ୍ରଶଂସା କରିଥିଲେ ରାଜ୍ୟପାଳ । ଯେଉଁଥିରେ ସେ ନିଜ ଅଭିଭାଷଣରେ ଝିଅ ହେଉଛନ୍ତି ମାଆ ଜଗତ ଜନନୀ। ଯେଉଁ ସମାଜ ତାଙ୍କୁ ସମ୍ମାନ ଦିଏ ସେ ସମାଜ ସର୍ବୋଚ୍ଚରେ ରହିଥାଏ । ସେହିପରି ଶିକ୍ଷା ଦକ୍ଷତା ବଢ଼ାଇ ଥାଏ । ତେବେ ନିଜ ଭିତରେ କେବେ ଏହାକୁ ନେଇ ଗର୍ବ କରିବା ଉଚିତ ନୁହେଁ ଓ ଆଗକୁ ଆହୁରି ଶିକ୍ଷା ଗ୍ରହଣ କରି ଚାଲିବା କଥା କହିଛନ୍ତି ରାଜ୍ୟପାଳ।

ଅର୍ଜୁନଙ୍କ ଉଦାହରଣ ଦେଇ ରାଜ୍ୟପାଳ କହିଥିଲେ ଯେ ସେ ଚାରି ବିଶ୍ବବିଖ୍ୟାତ ଗୁରୁଙ୍କ ଠାରୁ ଶିକ୍ଷା ହାସଲ କରିଥିଲେ। ହେଲେ କୌରବ ସହ ଯୁଦ୍ଧ ସମୟରେ ଗାଣ୍ଡିବ ଧନୁସ ଉଠାଇ ପାରି ନ ଥିଲେ । ତେବେ କୃଷ୍ଣ ହିଁ ତାଙ୍କୁ ସତ ମାର୍ଗ ଦେଖାଇ ଥିଲେ। ସମାନ ଭାବରେ ଶିକ୍ଷା ସମସ୍ତଙ୍କ ପାଇଁ ଜରୁରୀ ଥିବାର ସେ କହିଥିଲେ। ସମାନ ଭାବରେ ସେ ଓଡ଼ିଶାର ଉପଲବ୍ଧି, ପରମ୍ପରା ଜଗନ୍ନାଥ ସଂସ୍କୃତିକୁ ନେଇ ମଧ୍ୟ ପ୍ରଶଂସା କରିଥିଲେ । ଏବଂ ଓଡିଶା ଏକମାତ୍ର ରାଜ୍ୟ ଯାହାକୁ ଏବେ ଭାରତ ବର୍ଷ କୁହାଯାଇ ପାରିବ ବୋଲି କହିଥିଲେ ରାଜ୍ୟପାଳ। ଓଡ଼ିଶାର ମହିଳା ଏବେ ମହାମହିମ ରାଷ୍ଟ୍ରପତି, ଓଡ଼ିଶାର ଲୋକ ଆଜି ରିଜର୍ଭ ବ୍ୟାଙ୍କ ମୁଖ୍ୟ । ତେବେ ଓଡିଶା ଏକ ଭିନ୍ନ ରାଜ୍ୟ ଯାହା ଏବେ ଭାରତର ନେତୃତ୍ବ ନେବାକୁ ଅଛି ବୋଲି କହିଛନ୍ତି ରାଜ୍ୟପାଳ ।

ସମାନ ଭାବରେ ଓଡିଶା ପ୍ରକୃତି ମାଆକୁ ସମ୍ମାନ ଦିଏ, ଏଠି ଧରାକୁ ପୂଜା କରାଯାଏ ରଜ ଭଳି ଉତ୍ସବ ମନା ଯାଏ। ତେବେ ଯିଏ ପୃଥିବୀ ମାଆକୁ ପୂଜା କରେ ସେ ସବୁ ବେଳେ ଆଗରେ ରହେ ବୋଲି ସେ କହିଛନ୍ତି। ଏପରିକି ଯଦି ପୁଟିନ କିମ୍ବା ଚୀନ ଏଭଳି କରିଥାନ୍ତେ ତାହାହେଲେ ସେମାନେ କେବେ ଯୁଦ୍ଧ କରି ନ ଥାନ୍ତେ ବୋଲି କହିଛନ୍ତି ରାଜ୍ୟପାଳ। ସେହିପରି ବରଗଡ଼ ଧନୁଯାତ୍ରା ବିଷୟରେ କହିବା ସହ ପୃଥିବୀରେ ଅନ୍ୟ କୌଣସି ଏଭଳି ଉତ୍ସବ ମାନୁଥିବା କଥା କହିଛନ୍ତି। ଯାହା ଲୋକଙ୍କୁ କେବେ କାହାର କ୍ରୀତଦାସ କରେ ନାହିଁ ବୋଲି କହିଛନ୍ତି। ଏବଂ ଓଡ଼ିଶାର ଏହି ଉଚ୍ଚ ସଂସ୍କୃତି ଲୋକଙ୍କୁ ପ୍ରେମ କରିବା ସବୁ ବେଳେ ପ୍ରସନ୍ନ ରହିବା ଓଡିଶାକୁ ଭିନ୍ନ ପରିଚୟ ଦିଏ ବୋଲି କହିଛନ୍ତି । ଭାରତ ସାରା ବିଶ୍ବକୁ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ମାନବବାଦ ପ୍ରେମ ଶିଖାଉ ଥିବା ବେଳେ ଓଡିଶା ତାହାର ଆଧାର ବୋଲି କହିଛନ୍ତି ରାଜ୍ୟପାଳ। ବଲାଙ୍ଗୀର ରୋଟାରୀ ଏଲିଟ ସଂଗଠନର ଉଡାନ ଅଧିବେଶନରେ ସମସ୍ତଙ୍କୁ ଏହି ଗୁରୁଜ୍ଞାନ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.