ETV Bharat / state

ଗୋପାଳ ଚନ୍ଦ୍ର ହୋତା: ପେଶା ଓକିଲାତି ନିଶା ଜଙ୍ଗଲ ସୁରକ୍ଷା

author img

By

Published : Mar 4, 2020, 6:42 AM IST

ପେଶାରେ ସେ ଜଣେ ଓକିଲ । ହେଲେ ନିଶା ପରିବେଶ ସୁରକ୍ଷା । ଏନେଇ ଗାଁ ଗାଁ ବୁଲି ସେ ମାଗଣା ଚାରା ଗଛ ସହ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା । ସେ ହେଉଛନ୍ତି ବଲାଙ୍ଗୀରର ପରିବେଶ ପ୍ରେମୀ ଗୋପାଳ ଚନ୍ଦ୍ର ହୋତା ।

bolangir's forest man, bolangir latest news, gopal chandra hota,  bolangir's Advocate cum environment lover, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ବଲାଙ୍ଗୀରର ଓକିଲ ତଥା ପରିବେଶପ୍ରେମୀ, ବଲାଙ୍ଗୀରର ପ୍ରକୃତି ପ୍ରେମୀ, ଗୋପାଳ ଚନ୍ଦ୍ର ହୋତା
ଗୋପାଳ ଚନ୍ଦ୍ର ହୋତା: ପେଶା ଓକିଲାତି ନିଶା ଜଙ୍ଗଲ ସୁରକ୍ଷା

ବଲାଙ୍ଗୀର: ପିଲାଟି ଦିନରୁ ସ୍କୁଲ ବହିରେ ପରିବେଶ ରକ୍ଷା ନେଇ ସଭିଏଁ ପଢିଥିବେ । ହେଲେ ଏହାକୁ ବାସ୍ତବରେ କେତେ ଜଣ ମାନନ୍ତି । କେତେ ଜଣ ପ୍ରକୃତିକୁ ବଞ୍ଚାଇବା ପାଇଁ ସହୃଦୟେ ପ୍ରୟାସ କରନ୍ତି ? ହୁଏତ ଉତ୍ତରରେ ମନକୁ ବହୁତ କମ ଲୋକଙ୍କ ନାମ ଆସିବ । ହେଲେ ବଲାଙ୍ଗୀରରେ ଅଛନ୍ତି ଏପରି ଜଣେ ବ୍ୟକ୍ତି ଯିଏ ନିଜର ସାରା ଜୀବନ ପ୍ରକୃତିକୁ ଉତ୍ସର୍ଗ କରିଦେଇଛନ୍ତି । ଗଛ କଟା ରୋକି ଜଙ୍ଗଲ ସୃଷ୍ଟି ଦିଗରେ ସେ କରି ଚାଲିଛନ୍ତି ଅବିରତ ପ୍ରୟାସ । ସେ ହେଉଛନ୍ତି ବଲାଙ୍ଗୀରର ଗୋପାଳ ଚନ୍ଦ୍ର ହୋତା ।

ପେଶାରେ ସେ ଜଣେ ଓକିଲ । ହେଲେ ନିଶା ପରିବେଶ ସୁରକ୍ଷା । ଏନେଇ ଗାଁ ଗାଁ ବୁଲି ସେ ମାଗଣା ଚାରା ଗଛ ସହ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା । ଗାଁ ଗାଁରେ ଲୋକଙ୍କୁ ପ୍ରକୃତି ଓ ଜଙ୍ଗଲର ମହତ୍ତ୍ବ ବୁଝାଉଛନ୍ତି । ଏହି ଆଧାରରେ 2006 ମସିହାରେ ସେ ଆରମ୍ଭ କରିଥିବା ‘ଟାଙ୍ଗିଆ ବନ୍ଦ’ ଅଭିଯାନ ଏବେ ଆନ୍ଦୋଳନର ରୂପ ନେଇଛି । ସାରା ଭାରତରେ ବ୍ୟାପିଛି ଏହି ଆନ୍ଦୋଳନ ।

ପ୍ରତିବର୍ଷ ବର୍ଷା ଦିନେ ଏକ ଚାରା ରଥ ନିର୍ମାଣ କରି ସେ ଲୋକଙ୍କୁ ବାଣ୍ଟନ୍ତି ମାଗଣା ଚାରା । ଆଉ କାର୍ତ୍ତିକ ମାସ ହେଲେ ଗାଁ ଗାଁରେ ଜମେ ଜଙ୍ଗଲ ରକ୍ଷା ବାର୍ତ୍ତା ବାହକ ଭାଗବତ ଟୁଙ୍ଗୀ । ତେବେ ଗୋପାଳଙ୍କର ଏହି ବାର୍ତ୍ତାକୁ ବୁଝି ସହଯୋଗର ହାତ ବଢାଇଛନ୍ତି ଗ୍ରାମବାସୀ । ଆଉ ଏବେ ବଲାଙ୍ଗୀରରେ ଜଙ୍ଗଲ ସହ ବଢିବାରେ ଲାଗିଛି ବନ୍ୟପ୍ରାଣୀଙ୍କ ସଂଖ୍ୟା । ହେଲେ ଏହି ମହାନ କାର୍ଯ୍ୟରେ କାଠ ମାଫିଆଙ୍କ ଆକ୍ରୋଶ ତାଙ୍କ ପାଇଁ ସୃଷ୍ଟି କରିଛି ବାଧକ । ତଥାପି କାହାକୁ ନଡରି ନିଜ କର୍ତ୍ତବ୍ୟରେ ଲାଗିଛନ୍ତି ଗୋପାଳ ।

ବିନା ଆର୍ଥିକ ସହଯୋଗରେ ନିଜ ପ୍ରଚେଷ୍ଟାରେ ସଫଳତାର ରୂପ ନେବାରେ ଲାଗିଛି ଟାଙ୍ଗିଆ ଜାମ ମିଶନ । ସେପଟେ ପରିବେଶ ସହ ମଣିଷ କିପରି ଅଙ୍ଗାଅଙ୍ଗୀ ଜଡିତ, ତାହା ବେଶ ଭଲ ଭାବେ ବୁଝିଛନ୍ତି ଗୋପାଳ । ଏଥିପାଇଁ ତ ପରିବେଶ ସୁରକ୍ଷା ଦିଗରେ ତାଙ୍କର ଏହି ପ୍ରୟାସ ସତରେ ପ୍ରଶଂସନୀୟ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.