ETV Bharat / state

କୁକୁଡା ଚୋରିକୁ ନେଇ ଏସିଡ ମାଡ, ଗୋଟିଏ ପରିବାରର ୪ ଗୁରୁତର - କୁକୁଡ଼ା ଚୋରିକୁ ନେଇ ଲଙ୍କାକାଣ୍ଡ

କୁକୁଡା ପାଇଁ ଏସିଡ ମାଡ । କୁକୁଡା ଚୋରିକୁ ନେଇ ଦୁଇ ପରିବାରଙ୍କ ମଧ୍ୟରେ ବଚସା ପରେ ଏସିଡ ମାଡ । ଗୋଟିଏ ପରିବାରର ୪ ଗୁରୁତର । ଅଧିକ ପଢନ୍ତୁ

acid attack in balangir
acid attack in balangir
author img

By

Published : Apr 8, 2023, 1:38 PM IST

acid attack in balangir

ବଲାଙ୍ଗୀର: କୁକୁଡ଼ା ଚୋରିକୁ ନେଇ ଲଙ୍କାକାଣ୍ଡ । କୁକୁଡା ପାଇଁ ଗୋଟିଏ ପରିବାର ଉପରେ ଏସିଡ ଫିଙ୍ଗିଲା ଅନ୍ୟ ପରିବାର । ପାରିବାରିକ ବିବାଦ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଥିବାବେଳେ ନିଆଁରେ ଘିଅ ଢାଳିବା ଭଳି ହେଲା କୁକୁଡା ଚୋରି । ପ୍ରତିଶୋଧର ନିଆଁରେ ଜଳୁଥିବା ଦୁଇ ପରିବାର ଭିତରେ କୁକୁଡାକୁ ନେଇ ଗଣ୍ଡଗୋଳ ପରେ ହେଲା ଏସିଡ ମାଡ । ଗୋଟିଏ ପରିବାରର ଏସିଡ ମାଡରେ ଅନ୍ୟ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ, ବଙ୍ଗୋମୁଣ୍ଡାର ସଞ୍ଜୁ ସାହୁଙ୍କ ପରିବାର ଓ ନେପାଳ ସାହୁଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା । ଗତ କିଛି ଦିନ ତଳେ ନେପାଳ ସାହୁଙ୍କ କୁକୁଡ଼ା ଚୋରିକୁ ନେଇ ପୁଣି ମୁଣ୍ଡ ଟେକିଥିଲା ବିବାଦ । ପାରିବାରିକ ବିବାଦ ସହ କୁକୁଡା ଚୋରିକୁ ନେଇ ଉଭୟ ପରିବାର ଲୋକଙ୍କ ମଧ୍ୟରେ ପ୍ରତିଶୋଧର ନିଆଁ ଜଳିଥିଲା । ଗତକାଲି(ଶୁକ୍ରବାର) ନେପାଳ ସାହୁଙ୍କ ପରିବାର ଲୋକେ ସଞ୍ଜୁ ସାହୁଙ୍କ ଘରକୁ ଆସି ଧାରୁଆ ଅସ୍ତ୍ର ଓ ଠେଙ୍ଗାରେ ଆତର୍କିତ ଆକ୍ରମଣ କରିଥିଲେ । ଏହାସହ ନେପାଳ ସାହୁ ବୋତଲରେ ଆଣିଥିବା ଏସିଡ ସଞ୍ଜୁଙ୍କ ପରିବାର ଲୋକଙ୍କ ଉପରେ ଫିଙ୍ଗିଥିଲେ । ଏହି ଏସିଡ ଆକ୍ରମଣରେ ସଞ୍ଜୁ ସାହୁ, ତାଙ୍କ ଦୁଇ ପୁଅ ସୁବାଷ ସାହୁ ଓ ଜଗବନ୍ଧୁ ସାହୁ ଏବଂ ଜଗବନ୍ଧୁଙ୍କ ଶାଳକ ଖଗ ସାହୁ ଗୁରୁତର ହୋଇଥିଲେ ।

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଏମାଙ୍କ ମଧ୍ୟରୁ ସୁବାସ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାର ଜଣାପଡ଼ିଛି । ଘଟଣା ସମ୍ପର୍କରେ ଅଭିଯୋଗ ପରେ ବଙ୍ଗୋମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ତୁଳସୀ ସାହୁ ଓ ନେପାଳ ସାହୁଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି ।

ଆକ୍ରମଣରେ ଆହତ ହୋଇଥିବା ଜଗବନ୍ଧୁ ସାହୁଙ୍କ କହିବା ଅନୁସାରେ, ସମ୍ପର୍କୀୟ ମାଇଁ ତୁଳସୀ ସାହୁଙ୍କ ପରିବାର ସହ ସେମାନଙ୍କର ଶତ୍ରୁତା ଥିଲା । କିଛି ଦିନ ତଳେ ତୁଳସୀଙ୍କ ଏକ କୁକୁଡ଼ା ଚୋରି ହୋଇଥିଲା । ସେ ଏହାର ଦୋଷ ସେମାନେ ସଞ୍ଜୁ ସାହୁଙ୍କ ପରିବାର ଉପରେ ଲଦି ଥିଲେ । ଏହାକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଶୁକ୍ରବାର ଅପରାହ୍ନରେ ତୁଳସୀ ସାହୁଙ୍କ ପରିବାର ଆସି ତାଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ନେପାଳ ସାହୁ ସେମାନଙ୍କ ଉପରେ ଏସଡି ଆକ୍ରମଣ କରିଥିଲେ । ତେବେ ଏହି ଘଟଣା ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.