ETV Bharat / state

କଣ୍ଟାବାଞ୍ଜି ବିଧାୟକ ସାଲୁଜାଙ୍କ ସାନଭାଇ ନାଁରେ ଅପହରଣ ମାମଲା

ବଲାଙ୍ଗୀର କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ତଥା କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସାନଭାଇଙ୍କ ନାଁରେ ଥାନାରେ ଏତଲା । ଅପହରଣ ଓ ଷଡ଼ଯନ୍ତ୍ର ନେଇ ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Sep 19, 2022, 8:01 PM IST

କଣ୍ଟାବାଞ୍ଜି ବିଧାୟକ ସାଲୁଜାଙ୍କ ସାନଭାଇ ନାଁରେ ଥାନାରେ ଏତଲା

ବଲାଙ୍ଗୀର: ଜିଲ୍ଲାର କଣ୍ଟାବାଞ୍ଜି ବିଧାୟକ ସାଲୁଜା (Kantabanji MLA Santosh Singh Saluja)ଙ୍କ ସାନଭାଇ ତଥା କଣ୍ଟାବାଞ୍ଜି ଏନଏସି ଚେୟାରମ୍ୟାନ ବୋରିୟମ ସିଂ ସାଲୁଜା (FIR filed against Boriyam Singh Saluja)ଙ୍କ ନାଁରେ ଥାନାରେ ମାମଲା । ତାଙ୍କ ନାଁରେ ଲାଠୋର ଥାନାରେ ଅପହରଣ ଓ ଷଡ଼ଯନ୍ତ୍ର ନେଇ ମାମଲା ରୁଜୁ ହୋଇଛି । ଅପହରଣ ହୋଇଥିବା ଯୁବକଙ୍କ ମାଆଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପୋଲିସ ।

କଣ୍ଟାବାଞ୍ଜି ଏନଏସି ଚେୟାରମ୍ୟାନ ବୋରିୟମ ସିଂ ସାଲୁଜା

ବୋରିୟମଙ୍କ ସହଯୋଗୀ ସୁନିଲ ଅଗ୍ରଓ୍ବାଲ ଓ ଅଜୟ ଅଗ୍ରଓ୍ବାଲ ନାମରେ ମଧ୍ୟ ଏହି ମାମଲା ରୁଜୁ ହୋଇଛି । ତେବେ ଜଣେ ଯୁବକକୁ ଅପହରଣ ଅଭିଯୋଗରେ ଲାଠୋର ଥାନା ପୋଲିସ ମାମଲା ରୁଜୁ କରିଛି । ଅପହରଣ ହୋଇଥିବା ଯୁବକଙ୍କ ମାଆଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପୋଲିସ । ତେବେ ଅଭିଯୋଗ ଅନୁସାରେ ଲାଠୋର ନିବାସୀ କୌଶଲ୍ୟା ଦେବୀ ଅଗ୍ରୱାଲଙ୍କ ପୁଅ ଦିନଦୟାଲ ଅଗ୍ରୱାଲଙ୍କୁ ଘରକୁ ଆସି ରାୟପୁରର ସୁନିଲ ଅଗ୍ରୱାଲ, ଅଜୟ ଅଗ୍ରୱାଲ ଓ କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ବୋରିୟମ ସିଂ ସାଲୁଜା ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହା ବି ପଢନ୍ତୁ- WOSACA Nuakhai Bhet Ghat, ହାଇଦ୍ରାବାଦରେ ଝୁମିଲେ ପଶ୍ଚିମାଞ୍ଚଳବାସୀ

ଏହା ସହ ତାଙ୍କୁ ଏକ କାରରେ ଅପହରଣ କରିଥିବାର ସେ ଅଭିଯୋଗ କରିଛନ୍ତି । ଯେଉଁଥିରେ ତିନିଜଣଙ୍କ ନାମରେ ଆଇପିସି ଧାରା ୩୪୧, ୩୬୫, ୩୨୩, ୫୦୬ ଓ ୩୪ ଆଇପିସି ଧାରାରେ ମାମଲା ରୁଜୁ ହୋଇଛି । ତେବେ ବୋରିୟମ ସିଂ ସାଲୁଜା ହେଉଛନ୍ତି କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସାନଭାଇ । ଯିଏକି ଏବେ କଣ୍ଟାବାଞ୍ଜି ଏନଏସି ଅଧ୍ୟକ୍ଷ ଅଛନ୍ତି । ତେବେ ତାଙ୍କ ପାଇଁ ଏବେ ଅଡ଼ୁଆ ବଢୁଥିବା ବେଳେ ମାମଲାରେ ଅଧିକ ତଦନ୍ତ ଜାରି ରହିଥିବାର ଜଣାପଡ଼ିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.