ETV Bharat / state

ଜଙ୍ଗଲରୁ ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପୋଲସର ତଦନ୍ତ ଆରମ୍ଭ - ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀରରୁ କଣ୍ଟାବାଞ୍ଜି ପୋଲିସ ଆଜି(ରବିବାର) ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରିଛି । ଅଧକ ପଢନ୍ତୁ

ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର
ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର
author img

By

Published : Feb 26, 2023, 2:32 PM IST

ବଲାଙ୍ଗୀର: ଜଙ୍ଗଲରୁ ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ଆଜି କଣ୍ଟାବାଞ୍ଜି ପୋଲିସ ମୃତଦେହ ଉଦ୍ଧାର କରିଛି । ମୃତ ଫାଇନାନ୍ସ କର୍ମଚାରୀ ହେଲେ ସବିଲିୟାସ ହରପାଲ୍ । ସେ ଗତ ଦୁଇଦିନ ହେବ ନିଖୋଜ ଥିଲେ । ତେବେ ତାଙ୍କର ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବଲାଙ୍ଗୀର କଣ୍ଟାବାଞ୍ଜି ଠାରେ ସ୍ପନ୍ଦନା ଫାଇନାନ୍ସ କମ୍ପାନୀରେ ଏଜେଣ୍ଟ ଭାବରେ କାର୍ଯ୍ୟରତ ଥିବା ସବିଲିୟାସ ହରପାଲ ଗତ ଦୁଇ ଦିନରୁ ନିଖୋଜ ଥିଲେ । ତେବେ ତାଙ୍କର ମୋବାଇଲ ବନ୍ଦ ଥିବାବେଳେ ସେ ଦୁଇ ଦିନରୁ ଅଫିସ ଆସି ନଥିଲେ । ଯାହାପରେ ଫାଇନାନ୍ସ କମ୍ପାନୀର ମ୍ୟାନେଜର କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି କଣ୍ଟାବାଞ୍ଜିରୁ ବିର୍ଣା ଗାଁ ଯିବା ରାସ୍ତାରେ ଥିବା ଜଙ୍ଗଲରେ ପାଖରେ କିଛି ଯୁବକ ଖେଳୁଥିବା ବେଳେ ତାଙ୍କର ଝୁଲନ୍ତା ମୃତଦେହ ଦେଖିଥିଲେ । ଏହାପରେ କଣ୍ଟାବାଞ୍ଜି ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ ବ୍ୟାଗ ଏବଂ ବାଇକ ଜବତ କରିଛି । ଏହାସହ ବଲାଙ୍ଗୀରର ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ହରପାଲକୁ କେହି ହତ୍ୟାକରି ଝୁଲେଇ ଦେଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: Mann Ki Baat: କେନ୍ଦ୍ରାପଡାର କମଳା ମହାରଣାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ, ଦେଶ ଜାଣିଲା କମଳାଙ୍କ କାରିଗରୀ

ମୃତ ଯୁବକଙ୍କ ଘର ବରଗଡ ଜିଲ୍ଲା ପାଇକମାଳରେ ହୋଇଥିବା ବେଳେ ସେ କଣ୍ଟାବାଞ୍ଜିର ସ୍ପନ୍ଦନା ଫାଇନାନ୍ସ କମ୍ପାନୀରେ ଏଜେଣ୍ଟ ଭାବରେ କାମ କରୁଥିଲେ । ତେବେ ଦୁଇ ଦିନରୁ ସେ ନିଖୋଜ ଥିବାର ଅଭିଯୋଗ ପରେ ଆଜି ସନ୍ଦେହଜନକ ଭାବେ ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ହରପାଲଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପ୍ରକାଶଥାଉ କି, ବଲାଙ୍ଗୀରରେ ଲୁଟ ଓ ହତ୍ୟା ବଢ଼ିଥିବା ବେଳେ ପ୍ରାୟତଃ ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି ଡକାୟତ । ତେବେ ଏହା ଲୁଟ ପରେ ହତ୍ୟା ନା ଅନ୍ୟକିଛି କାରଣ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.