ETV Bharat / state

ଲକଡାଉନକୁ ନେଇ ବଲାଙ୍ଗୀରରେ ଭୟଭୀତ ଜନତା, ସାମଗ୍ରୀ ପାଇଁ ଜମିଲା ଭିଡ

author img

By

Published : May 4, 2021, 8:13 AM IST

ଆସନ୍ତା ଲକଡାଉନକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଏବେଠୁ ଦେଖିବାକୁ ମିଳିଲା। ଏଥି ନିମନ୍ତେ ଜରୁରୀ ସାମଗ୍ରୀ କିଣିବା ପାଇଁ ସବୁଠି ଜମୁଛି ଲୋକଙ୍କ ଭିଡ । ଅଧିକ ପଢନ୍ତୁ...

ଲକଡାଉନକୁ ନେଇ ବଲାଙ୍ଗୀରେ ଭୟଭୀତ ଜନତା
ଲକଡାଉନକୁ ନେଇ ବଲାଙ୍ଗୀରେ ଭୟଭୀତ ଜନତା

ବଲାଙ୍ଗୀର: ଆସନ୍ତା ପାଞ୍ଚ ତାରିଖରୁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହାକୁ ନେଇ ବଲାଙ୍ଗୀରରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି । ଏବଂ ଲୋକେ ଜରୁରୀ ସାମଗ୍ରୀ କିଣିବା ପାଇଁ ସବୁଠି ପ୍ରବଳ ଭିଡ ଜମାଉଛନ୍ତି ଜନତା । ଯାହା ଫଳରେ ସହରର ସବୁ ମୁଖ୍ୟ ରାସ୍ତା ଛକ ଓ ଗଳିରେ ଲୋକଙ୍କ ପ୍ରବଳ ଭିଡ ଜମିଥିବାବେଳେ କୋରୋନା ନିୟମର ସମ୍ପୂର୍ଣ୍ଣ ଭାବରେ ଉଲଂଘନ କରାଯାଇଥିଲା ।

ଲକଡାଉନକୁ ନେଇ ବଲାଙ୍ଗୀରେ ଭୟଭୀତ ଜନତା

ତେବେ ଲକ ଡାଉନର ଭୟ କୋରୋନା ଠାରୁ ମଧ୍ୟ ଜିତି ଯାଇଥିଲା । ଏଥିରେ ବଲାଙ୍ଗୀରର ସହର ଛଡା ପାଟଣାଗଡ଼, ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ସବୁଠି ସୋମବାର ଏହିଭଳି ସମାନ ଚିତ୍ର ଦେଖିବାକୁ ମିଳିଥିଲା । ତେବେ ପୋଲିସ ଓ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ ।

ପରିସ୍ଥିତି ଏଭଳି ହୋଇଥିଲା ଯେ ବଲାଙ୍ଗୀର ଏସପି ଓ ତହସିଲଦାର ନିଜେ ଭିଡକୁ ନିୟନ୍ତ୍ରଣ କରିବାରେ ଲାଗି ପଡ଼ିଥିଲେ । ତେବେ ଲକଡାଉନକୁ ନେଇ ଲୋକେ ଭୟଭୀତ ଥିବା ବେଳେ ପ୍ରଶାସନ ଏହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲା । ଲକଡାଉନରେ ମଧ୍ୟ ଲୋକେ ସବୁ ଜରୁରୀ ସାମଗ୍ରୀ କିଣିବାର ସୁବିଧା ପାଇବେ ତେଣୁ ଲୋକ ଭୟଭୀତ ନହୋଇ ଅଯଥାରେ ଭିଡ ନକରିବାକୁ ପ୍ରଶାସନ ନିବେଦନ କରିଥିଲା।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.