ETV Bharat / state

ପୁଅର ମୃତ୍ୟୁ ଖବର ଶୁଣି ବାପାଙ୍କ ମୃତ୍ୟୁ - ପୁଅର ମୃତ୍ୟୁ ଖବର ଶୁଣି ବାପାଙ୍କ ମୃତ୍ୟୁ

ବଲାଙ୍ଗୀର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୁଅର କୋରୋନାରେ ମୃତ୍ୟୁ ଖବର ପାଇ ବାପର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଅଧିକ ପଢନ୍ତୁ...

ପୁଅର ମୃତ୍ୟୁ ଖବର ଶୁଣି ବାପାଙ୍କ ମୃତ୍ୟୁ
ପୁଅର ମୃତ୍ୟୁ ଖବର ଶୁଣି ବାପାଙ୍କ ମୃତ୍ୟୁ
author img

By

Published : May 9, 2021, 11:09 PM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନାର ବହୁ କରୁଣ ଚିତ୍ର ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ଏକ ଗରିବ ପରିବାରର ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ନିଜ ବଡ଼ ପୁଅର କରୋନାରେ ମୃତ୍ୟୁ ଖବର ପାଇ ବାପର ମଧ୍ୟ ମୃତ୍ୟୁ ହୋଇଥିବା ବେଳେ ସାନ ପୁଅ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ଫସି ରହିଥିବାର ଜଣା ପଡ଼ିଛି ।

ପୁଅର ମୃତ୍ୟୁ ଖବର ଶୁଣି ବାପାଙ୍କ ମୃତ୍ୟୁ

ବଲାଙ୍ଗୀର ପୁଇନ୍ତାଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଗ୍ରାମର ଜଟ ପାତ୍ରଙ୍କ ତିନି ପୁଅ ଥିବା ବେଳେ ବଡ଼ ପୁଅ ଓ ଆଉ ଜଣେ ଦିବ୍ୟାଙ୍ଗ ପୁଅ ସେଠାରେ ତାଙ୍କ ବାପାଙ୍କ ଶହ ରହୁଥିଲେ । ତାଙ୍କ ସାନ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛି । ଏଭଳି ସମୟରେ ଜଟ ପାତ୍ରଙ୍କ ବଡ଼ ପୁଅ ହଠାତ୍ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କୋରୋନା ସଂକ୍ରମିତ ଥିବା ଜଣା ପଡ଼ିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଏହି ମୃତ୍ୟୁ ଖବର ବାପା ପାଇବା ପରେ ବାପାଙ୍କ ମଧ୍ୟ ମୃତ୍ୟୁ ହୋଇ ଯାଇଛି । ସେପଟେ ଘରେ ଦିବ୍ୟାଙ୍ଗ ପୁଅକୁ ଛାଡ଼ି ଆଉ କେହି ନଥିବା ବେଳେ ବଡ଼ ପୁଅର ମୃତଦେହ ପ୍ରଶାସନ ସତ୍କାର କରିଛି ।

ଅନ୍ୟ ପଟେ ଗ୍ରାମବାସୀ ମାନେ ତାଙ୍କ ବାପାଙ୍କ ସତ୍କାର କରିଛନ୍ତି । ସେପଟେ ବାହାର ରାଜ୍ୟରେ ଦାଦନ ଖଟି ଯାଇଥିବା ସାନ ପୁଅ ଘରକୁ ଫେରିବାକୁ ଚେଷ୍ଟା କରି ମଧ୍ୟ ଅସଫଳ ହୋଇଛି । ତାଙ୍କୁ ମଧ୍ୟ ସେଠାରୁ ଶୀଘ୍ର ଉଦ୍ଧାର କରିବା ପାଇଁ ସେ ଓଡ଼ିଶା ସରକାରଙ୍କ ପାଖରେ ଭିଡିଓ ଜାରି କରି ନିବେଦନ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.