ETV Bharat / state

ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ

author img

By

Published : Jan 10, 2023, 1:23 PM IST

ଧାନ ମଣ୍ଡିରେ କଟନିଛଟନି । ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ (Farmers meet district collector)। ବଲାଙ୍ଗୀରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

Farmers protest
ଚାଷୀଙ୍କ ବିକ୍ଷୋଭ
ଚାଷୀଙ୍କ ବିକ୍ଷୋଭ

ବଲାଙ୍ଗୀର : ବଲାଙ୍ଗୀରରେ ଚାଷୀଙ୍କ ବିକ୍ଷୋଭ। ଧାନ କିଣାରେ କଟନିଛଟନିକୁ ନେଇ ତାତିଲେ ଚାଷୀ । ଯାହାକୁ ବିରୋଧ କରି ଆଜି କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାରେ ଖରିଫ ଋତୁ ଧାନ କିଣା ଚାଲିଛି । ଜିଲ୍ଲାର ସବୁ ମଣ୍ଡିରେ 5କେଜିରୁ 7କେଜି ଧାନ କ୍ୱିଣ୍ଟାଲ ପିଛା କଟା ଯାଉଛି । ଏହାକୁ ବିରୋଧ କରି ଆଜି କୃଷକ ସେନା ସଂଗଠନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଥିଲା ।

ଏଥିରେ ଶତାଧିକ ଚାଷୀ ସାମିଲ ହୋଇ ବିଭିନ୍ନ ଦାବି ଜଣାଇ ଥିଲେ । ତେବେ ଧାନର ଉଚିତ ମୂଲ୍ୟ ସହ କଟନୀଛଟନି ବନ୍ଦ କରିବା ସହ ୪ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ପ୍ରଦାନ କରିଥିଲେ । ସେହିପରି ମଣ୍ଡିଗୁଡ଼ିକରେ କଟନୀଛଟଣିକୁ ବିରୋଧ କଲେ ଚାଷୀମାନଙ୍କୁ ଆକ୍ରମଣ ହେଉଥିବା ଅଭିଯୋଗ କରିଛନ୍ତି । ପଟଣାଗଡ଼ ଘାଗୁଳି ପେକ୍ସରେ ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ତେବେ ଏନେଇ ଅଭିଯୋଗ ସତ୍ତ୍ୱେ ପୋଲିସ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି । ଫଳରେ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

ଏ ସମ୍ପର୍କରେ କୃଷକ ସେନା ସଂଗଠନ ସଭାପତି ସୌରୀ କୁମାର ସାହୁ କହିଛନ୍ତି, "ରାଜ୍ୟ ସରକାର ଚାଷୀଙ୍କ ପାଇଁ ଲୋନ୍‌ ଛାଡ଼ କରନ୍ତୁ । ସେହିପରି ପ୍ରତ୍ୟେକ ମଣ୍ଡିରେ ଚାଷୀଙ୍କୁ ଦୁର୍ବ୍ୟବହାର କରାଯାଉଛି । ତେଣୁ ଏଥିପ୍ରତି ସରକାର ଧ୍ୟାନ ଦିଅନ୍ତୁ। ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ବି ଦେଇଛୁ । ଆଗାମୀ ଦିନରେ ଯଦି ଆମପ୍ରତି ଏଭଳି ବ୍ୟବହାର କରାଯାଏ ତାହାଲେ ଆମେ କୌଣସି ସରକାରୀ ଅଫିସରଙ୍କୁ ବି କାର୍ଯ୍ୟାଳୟକୁ ଯିବାକୁ ଦେବୁନି ।"

ବଲାଙ୍ଗୀର ଏକ ଚାଷୀ ବହୁଳ କୃଷି ପ୍ରାଧାନ୍ୟ ଜିଲ୍ଲା । ଏହି ଜିଲ୍ଲାରେ ପାରମ୍ପରିକ ଚାଷ ଭାବେ ଧାନ ଚାଷକୁ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି । ହେଲେ ଧାନ ଅମଳ ହେବାପରେ ପ୍ରଥମେ ମଣ୍ଡି ଖୋଲିବାରେ ବିଳମ୍ବ ହୋଇଥିଲା (Farmers facing problems sale of paddy in madi) । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଥିଲା । ତେବେ ପରବର୍ତ୍ତୀ ମୂହୁର୍ତ୍ତରେ ମଣ୍ଡି ଖୋଲିଥିଲେ ହେଁ ଧାନ କିଣା ବିକାରେ ସମସ୍ୟା ଉପୁଜିଥିଲା ।

ଯାହାକୁ ନେଇ ଚାଷୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । (Farmers meet district collector due to paddy problem) । ଅଭିଯୋଗ ଅନୁଯାୟୀ ମଣ୍ଡିର ଆରମ୍ଭରୁ ହିଁ କ୍ୱିଣ୍ଟାଲ ପିଛା 5ରୁ ୭କେଜି କଟନୀ, ବସ୍ତା ସମସ୍ୟା, ଧାନ ଉଠାଣରେ ବିଳମ୍ବ, ମଣ୍ଡିମାନଙ୍କରେ ଆନୁଷଙ୍ଗିକ ବ୍ୟବସ୍ଥା ନଥିବା ଯୋଗୁଁ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଜିଲ୍ଲାରେ ଚଳିତ ବର୍ଷ ନଭେମ୍ବର 25 ତାରିଖରୁ ଖରିଫ ଋତୁ ଧାନ କିଣା ଆରମ୍ଭ ହୋଇ ଯାଇଛି । ଧାନ କ୍ବିଣ୍ଟାଲ ପିଛା କଟନି ଛଟନି ହେଉଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଫଳରେ କଷ୍ଟ ଉପାର୍ଜିତ ଧାନକୁ ଚାଷୀ ବିକ୍ରି କରି ନପାରି ହଇରାଣ ହେଉଛନ୍ତି ଚାଷୀ । ସେପଟେ ନିୟମ ଅନୁସାରେ ମଣ୍ଡିକୁ ମିଲର କେବଳ ଧାନ ଉଠାଇବା ପାଇଁ ଯିବାର ନିୟମ ଥିବାବେଳେ ଏଠାରେ ସବୁ ମଣ୍ଡିରେ ମିଲରଙ୍କ ରାଜ ଓ ମନମାନି ଚାଲିଥିବାର ଚାଷୀ ଅଭିଯୋଗ କରିଛନ୍ତି । ତେଣୁ ମିଲର ପେକ୍ସ ଓ ପ୍ରଶାସନର ମଧୁଚନ୍ଦ୍ରିକା ମଧ୍ୟରେ ଚାଷୀ ପେଷି ହେଉଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.