ETV Bharat / state

ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ପୁଣି ଜୀବନ ହାରିଲେ ଚାଷୀ - ଭୀମଭୋଇ ମେଡିକାଲ୍ କଲେଜ

ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଭାଙ୍ଗି ପଡି ଧାନ ବିଲରେ ବିଷ ପିଇ ଜୀବନ ହାରିଲେ ଚାଷୀ । ଅଧିକ ପଢନ୍ତୁ...

ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ପୁଣି ଜୀବନ ହାରିଲେ ଚାଷୀ

author img

By

Published : Sep 6, 2021, 9:52 PM IST

ବଲାଙ୍ଗୀର: ଜିଲ୍ଲାରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ପରିସ୍ଥିତି ଦେଖାଦେଇଛି । ଏବଂ ଏହା ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଥିବାବେଳେ ଆଜି (ସୋମବାର) ଏଥିପାଇଁ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଲାରମ୍ଭା ଥାନା ଅନ୍ତରଗତ ଭାଲୁ ଯୁରି ଗ୍ରାମର ଚାଷୀ ଯୁଧିଷ୍ଟିର ଭୁଏ ସେ ପାଞ୍ଚ ଏକର ଜମିରେ ଧାନ ଓ କପା ଚାଷ କରିଥିଲେ ।

ତେବେ ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ତାଙ୍କର ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ସେ ଏଥିରେ ଭାଙ୍ଗି ପଡ଼ି ଗତ ଶନିବାର ଦିନ ବିଲ ମଧ୍ୟରେ ବିଷ ପିଇ ଦେଇଥିଲେ । ପରେ ଘଟଣାସ୍ଥଳରୁ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼ ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ପୁଣି ଜୀବନ ହାରିଲେ ଚାଷୀ

ସେପଟେ ଚାଷ ପାଇଁ ଆତ୍ମହତ୍ୟା ଅଭିଯୋଗ ପରେ ପାଟଣାଗଡ଼ ଉପଜିଲ୍ଲାପାଳ, ତହସିଲଦାର ଓ କୃଷି ଅଧିକାରୀ ତାଙ୍କ ଗାଁକୁ ଯାଇ ତଦନ୍ତ କରିଛନ୍ତି । ଏବଂ ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକରେ ମଧ୍ୟ ଜଣେ ଚାଷୀ ରୀଚେକ୍ ବାଁଛୋର୍ କିଛି ଦିନ ତଳେ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥିଲା ଏବଂ ଏହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିବା ବେଳେ ପୁଣି ଆଉ ଜଣେ ଚାଷୀ ଆତ୍ମହତ୍ୟା କରିବା ଅଭିଯୋଗ ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.