ETV Bharat / state

ଦନ୍ତା ଆକ୍ରମଣରେ ଚାଷୀ ଆହତ - ଦନ୍ତା ଆକ୍ରମଣରେ ଚାଷୀ ଆହତ

ଲୋଇସିଂହା ରେଞ୍ଜ ଅନ୍ତର୍ଗତ ନୁନିଆଁପାଳି ଗ୍ରାମର ଜଣେ ଚାଷୀ ବିଲରେ ଚାଷ କାମ କରୁଥିବା ବେଳେ ତାକୁ ଆକ୍ରମଣ କରିଛି ଦନ୍ତା। ଅଧିକ ପଢନ୍ତୁ...

ଦନ୍ତା ଆକ୍ରମଣରେ ଚାଷୀ ଆହତ
ଦନ୍ତା ଆକ୍ରମଣରେ ଚାଷୀ ଆହତ
author img

By

Published : May 16, 2021, 10:59 PM IST

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଥମୁନି ହାତୀ ଆତଙ୍କ। ଆଗଲପୁର ବ୍ଲକ ଅଞ୍ଚଳରେ ପୁଣି ଦନ୍ତା ହାତୀର ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଚାଷୀ। ଗତ କିଛିଦିନ ହେଲା ଏହି ଅଞ୍ଚଳରେ ଦନ୍ତା ଉପଦ୍ରବ କରୁଥିବା ବେଳେ ରବିବାର ଜଣେ ଚାଷୀ ବିଲରେ ଚାଷ କାମ କରୁଥିବା ବେଳେ ତାକୁ ଆକ୍ରମଣ କରିଛି ଦନ୍ତା।

ଦନ୍ତା ଆକ୍ରମଣରେ ଚାଷୀ ଆହତ

ସୂଚନା ଅନୁସାରେ, ଲୋଇସିଂହା ରେଞ୍ଜ ଅନ୍ତର୍ଗତ ନୁନିଆଁପାଳି ଗ୍ରାମର ହେମନ୍ତ ସାହୁ ନାମକ ଚାଷୀ ଜମିରେ ଚାଷକାମ କରୁଥିବା ବେଳେ ଦନ୍ତା ହାତୀ ଆକ୍ରମଣ କରିଥିଲା। ହେଲେ କୌଶଳକ୍ରମେ ହେମନ୍ତ ସାହୁ ଦନ୍ତା କବଳରୁ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ ବି ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଗୁରୁତର ଭାବେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣା ଘଟିବା ପରେ ଗ୍ରାମବାସୀ ଲୋଇସିଂହା ବନବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ବି ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ଦନ୍ତାହାତୀ ଗ୍ରାମର ଆଖପାଖ ଅଞ୍ଚଳରେ ବୁଲୁଥିବା ବେଳେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.