ETV Bharat / state

ବଲାଙ୍ଗୀରରେ ଫସଲ ବୀମାକୁ ନେଇ ଅସନ୍ତୋଷ, ଜାତୀୟ ରାଜପଥ ଅବରୋଧ କଲେ ଚାଷୀ - 26 ନମ୍ୱର୍ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ବଲାଙ୍ଗୀରରେ ଫସଲ ବୀମାକୁ ନେଇ ଚାଷୀ ଅସନ୍ତୋଷ(Farmer Protest Against Receive Crop Insurance) । ବରଗଡ ବୋରିଗୁମ୍ମା 26 ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ । ଫଳରେ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଧିକ ପଢନ୍ତୁ

ବଲାଙ୍ଗୀରରେ ଫସଲ ବୀମାକୁ ନେଇ ଚାଷୀ ଅସନ୍ତୋଷ
ବଲାଙ୍ଗୀରରେ ଫସଲ ବୀମାକୁ ନେଇ ଚାଷୀ ଅସନ୍ତୋଷ
author img

By

Published : Sep 7, 2022, 5:49 PM IST

ବଲାଙ୍ଗୀର: ଫସଲ ବୀମା ପ୍ରାପ୍ୟକୁ ନେଇ ଚାଷୀ ଅସନ୍ତୋଷ (Farmer Protest Against Receive Crop Insurance) । ଗତ ଦୁଇଦିନ ଧରି ପାଞ୍ଚଟି ପଞ୍ଚାୟତର ଚାଷୀ ବରଗଡ ବୋରିଗୁମ୍ମା 26 ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି ।

ବଲାଙ୍ଗୀରରେ ଫସଲ ବୀମାକୁ ନେଇ ଚାଷୀ ଅସନ୍ତୋଷ

ବଲାଙ୍ଗୀର ଲୋଇସିଂହା ଓ ଆଗଲପୁର ବ୍ଲକର ଚାଷୀ ଗତ ଦୁଇ ଦିନ ହେବ ରାଜରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି । ତେବେ ଏହି ଅଞ୍ଚଳର ନୁନିଆ ପାଲି ପଞ୍ଚାୟତ, ଝର୍ଣିପାଲି ପଞ୍ଚାୟତ ଓ ପତୁଆପାଲି ପଞ୍ଚାୟତର ହଜାର ହଜାର ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହାସହ ସାଲେଭଟା ରୁଗୁଡ଼ିଖାଲ ଗ୍ରାମରେ ବରଗଡ ବୋରିଗୁମ୍ମା 26 ନମ୍ୱର ଜାତୀୟ ରାଜପଥକୁ ଦୁଇ ଦିନ ହେବ ଅବରୋଧ କରିଛନ୍ତି । ଯାହାଫଳରେ ଏହି ରାସ୍ତା ଦେଇ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହେବା ସହ ବରଗଡ ବଲାଙ୍ଗୀର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେପଟେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ସହିତ ପ୍ରଶାସନ ଆଲୋଚନା କରି ନଥିବା ବେଳେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ଏହା ମଧ୍ୟ ପଢନ୍ତୁ: ଫସଲ ବୀମାରେ ବ୍ୟାପକ ଦୁର୍ନୀତି, ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବିଧାୟକ

ଏହା ପୂର୍ବରୁ ଜିଲ୍ଲାରେ ଫସଲ ବୀମାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରିବା ସହ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଶତାଧିକ ଚାଷୀଙ୍କ ସହ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, "କଣ୍ଟାବାଞ୍ଜି ବିଧାନସଭା ମଣ୍ଡଳୀର ୨୯ ହଜାର ୪୭୪ ଚାଷୀ ୨୦୨୧ ରେ ସଠିକ ସମୟରେ ଫସଲ ବୀମା କରିଥିଲେ । ଯେଉଁଥିରେ ସେମାନେ ହେକ୍ଟର ପିଛା ୧୬ ଶହ ୪୦ ଟଙ୍କା ପୈଠ କରି ଫସଲ ବୀମା କରିଥିଲେ । ଏହି ଅଞ୍ଚଳରୁ ମୋଟ ୭ କୋଟି ୧୭ ଲକ୍ଷ ୯୦ ହଜାର ଟଙ୍କା ବୀମା କମ୍ପାନୀ ନେଇଥିଲା । ତେବେ ଏହି ଅଞ୍ଚଳରେ ମରୁଡି ପଡିବାର ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ୬୬ଟି ପଞ୍ଚାୟତର ଚାଷୀ ଏପର୍ଯ୍ୟନ୍ତ ବୀମା ପ୍ରାପ୍ୟ ପାଇ ନାହାନ୍ତି । ଜିଲ୍ଲାର ୩୧୭ ପଞ୍ଚାୟତ ମଧ୍ୟରୁ ମାତ୍ର ୧୦୫ ପଞ୍ଚାୟତକୁ ଯୋଗ୍ୟ ବିବେଚିତ କରି ଫସଲ ବୀମା ଦେବା ପାଇଁ ସ୍ଥିର ହୋଇଛି । ଯାହାକୁ ବିଧାୟକ ତୀବ୍ର ବିରୋଧ କରିଥିଲେ । ବଲାଙ୍ଗୀର ଜିଲ୍ଲାରେ ଫସଲ ବୀମାରେ ୪୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବେଳେ ରାଜ୍ୟରେ ମୋଟ ୨୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ସେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଚାଷୀଙ୍କୁ ଫସଲ ବୀମା ପ୍ରାପ୍ୟ ଦିଆ ନଗଲେ ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.