ETV Bharat / state

Fake certificate racket: ଜାଲ ସାର୍ଟିଫିକେଟ ରାକେଟ ଖୋଳତାଡ, 20 ଜଣ ଅଟକ

author img

By

Published : Mar 27, 2023, 11:59 AM IST

Updated : Mar 27, 2023, 12:07 PM IST

ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲାରେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ସହ ୨୦ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ

Fake certificate racket
Fake certificate racket
Fake certificate racket

ବଲାଙ୍ଗୀର: ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା । ବଢୁଛି ଅଟକଙ୍କ ସଂଖ୍ୟା । ଜାଲ ସାର୍ଟିଫିକେଟ ରାକେଟରେ ସାମିଲ ଥିବା 20 ଜଣଙ୍କୁ ଅଟକ ରଖିଛି ପୋଲିସ । ଏମାନେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ୟୁନିଭର୍ସିଟି ନାଁରେ ତିଆରି କରୁଥିଲେ ଜାଲ ସାର୍ଟିଫିକେଟ । ଏହା ଉପରେ ଚଢାଉ କରିବା ସହ ଜବତ ହୋଇଛି ଜାଲ୍‌ ସାର୍ଟିଫିକେଟ । ଏଥିସହ ଜାଲ୍‌ ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ସହ ୨୦ ଜଣଙ୍କୁ ଅଟକ ରଖିଛି ପୋଲିସ । ବଲାଙ୍ଗୀର କଲେଜ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ପୋଲିସର ଚଢ଼ାଉ ଜାରି ରହିଥିବା ବେଳେ ସିଲ୍ , ଷ୍ଟାମ୍ପ ଲୋଗୋ, ଲାପଟପ୍, କମ୍ପ୍ୟୁଟର ଓ ପ୍ରିଣ୍ଟର ସହ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ ହୋଇଛି ।

ସେହିପରି ବରଗଡ ଜିଲ୍ଲା ସମେତ ବଲାଙ୍ଗୀରର କିଛି ଅନ୍ୟ ଟ୍ରେନିଂ ସେଣ୍ଟରରେ ପୋଲିସ୍ ଚଢାଉ କରିଛି । ଏଥିସହ ବଲାଙ୍ଗୀର ଶାନ୍ତି ପଡ଼ାରେ ଥିବା ଭୋକେଶନାଲ ଟ୍ରେନିଙ୍ଗ ସେଣ୍ଟର୍ ମଧ୍ୟ ଚଢାଉ କରିଥିଲା । ତେବେ ପୋଲିସ୍ ଏ ସମ୍ପର୍କିତ ସୂଚନା ସ୍ପଷ୍ଟ ଭାବରେ ଏଯାଏଁ ଦେଇ ନ ଥିଲେ ମଧ୍ୟ ଏହି ଜାଲ ସାର୍ଟିଫିକେଟ ଧନ୍ଦାରେ ଗିରଫ ସଂଖ୍ୟା ଆହୁରି ବଢିବ ବୋଲି ସ୍ପଷ୍ଟ ହୋଇଛି । ସେହିପରି ପୋଲିସ୍ ରାଜ୍ୟ ବାହାରେ ମଧ୍ୟ କିଛି ସ୍ଥାନରେ ଚଢାଉ କରିବ ବୋଲି ଜଣାପଡିଛି ।

ସେପଟେ ଏହାର ତଦନ୍ତ ପାଇଁ ଗଠିତ ସ୍ଵତନ୍ତ୍ର ପୋଲିସ୍ ଦଳରେ ସାଇବର ପୋଲିସ୍ ସମେତ ବରିଷ୍ଠ ଅଧିକାରୀ ମାନେ ଏହି ସବୁ ତଥ୍ୟର ତନ୍ନ ତନ୍ନ ଯାଞ୍ଚ କରୁଛନ୍ତି । ତେବେ ଏହାର ତଦାରଖ କରୁଥିବା ବଲାଙ୍ଗୀର ଏସଡିପିଓ କହିଛନ୍ତି ଯେ, ଡାକ ବିଭାଗର ଅଭିଯୋଗ ପରେ ଏକ ମାମଲା ଟାଉନ ଥାନାରେ ରୁଜୁ ହୋଇଥିଲା । ଏଥିରେ ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖାଯିବା ସହ ତାହା ସହିତ ଜଡିତ ଥିବା ଅନ୍ୟ ମାନଙ୍କୁ ଜେରା କରା ଯାଉଥିବାର ସେ କହିଛନ୍ତି । ସମାନ ଭାବରେ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଜାରି ରହିଥିବା ବେଳେ ଖୁବ୍ ଶୀଘ୍ର ଏହି ରାକେଟରେ ଜଡିତ ସମସ୍ତଙ୍କୁ ପୋଲିସ୍ ଧରିବ ବୋଲି ସେ କହିଥିଲେ । ସେପଟେ ମୁଖ୍ୟ ଅଭିଯୁକ୍ତକୁ ନେଇ ପୋଲିସ୍ ବିଭିନ୍ନ ସ୍ଥାନରେ ଡେମୋ ମଧ୍ୟ କରିଥିବା ବେଳେ ଏହା କେମିତି ଅପରେଟ ହେଉଥିଲା ତାହାର ତଥ୍ୟ ଯୋଗାଡ କରିବାରେ ଲାଗିଛି ପୋଲିସ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Mar 27, 2023, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.