ETV Bharat / state

କୋରୋନାରେ ଅବକାରୀ ଏସଆଇ ମୃତ - ବଲାଙ୍ଗୀରରେ ପୁଣି ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

କୋରୋନା ସଂକ୍ରମଣରେ ବଲାଙ୍ଗୀର ଜିଲ୍ଲା ଅବକାରୀ ବିଭାଗର ଏସ୍ଆଇ ବଳରାମ ସାହୁଙ୍କ ଦେହାନ୍ତ । ଅଧିକ ପଢନ୍ତୁ ....

କରୋନାରେ ଅବକାରୀ ଏସଆଇ ମୃତ
କରୋନାରେ ଅବକାରୀ ଏସଆଇ ମୃତ
author img

By

Published : Nov 9, 2020, 8:17 PM IST

ବଲାଙ୍ଗୀର: କୋରୋନାରେ ପ୍ରାଣ ହରାଇଲେ ପୁଣି ଜଣେ କରୋନା ଯୋଦ୍ଧା । କରୋନା ସଂକ୍ରମଣରେ ବଲାଙ୍ଗୀର ଜିଲ୍ଲା ଅବକାରୀ ବିଭାଗର ଏସ୍ଆଇ ବଳରାମ ସାହୁଙ୍କ ଦେହାନ୍ତ ହୋଇଛି। ସେ କିଛି ଦିନ ତଳେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲ । ପରେ ସେ କୋଭିଡ ପଜିଟିଭି ଜଣା ପଡିବା ପରେ ତାଙ୍କୁ ବଲାଙ୍ଗୀର କିମସ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ସମ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

କରୋନାରେ ଅବକାରୀ ଏସଆଇ ମୃତ

ସେଠାରେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହେଉଥିଲା। ସ୍ୱର୍ଗତ ସାହୁ କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ଼ ଠାରେ ଅବକାରୀ ଏସ୍‌ଆଇ ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ଧାର୍ମିକ, ପରୋପକାରୀ ତଥା ଆଦର୍ଶ ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ବେସ ଲୋକ ପ୍ରିୟ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଉଇଛି । କୋଭିଡ ଗାଇଡଲାଇନ ଅନୁଷାରେ ତାଙ୍କ ଶେଷକୃତ ଭୁବନେଶ୍ବରରେ ହିଁ ହେବ । କିଛି ଦିନତଳେ ବଲାଙ୍ଗୀର ପୋଲିସ କୋଭିଡ ନିୟନ୍ତ୍ରଣ ସେଲ ଦାଇତ୍ବରେ ଥିବା ବିଜୟା ନନ୍ଦ କର୍କରାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.