ETV Bharat / state

ଚାକିରି ଆଶା ଦେଖାଇ ଠକି ଦେଲେ ଠକ, 4 ଅଟକ - ଚାକିରୀ ନାଁରେ ଯୁବକଙ୍କୁ ଠକେଇ ଅଭିଯୋଗ

ଚାକିରି ନାଁରେ ଲୁଟୁଥିଲେ ଟଙ୍କା । ୨୦ ହଜାର ଟଙ୍କା ଦେଲେ ତମ ପିଲାର ଚାକିରି ସ୍ଥାୟୀ ହେବ କହି ଠକୁଥିଲା ଠକ । 4 ଜଣଙ୍କୁ ଅଟକ ରଖିଲା ପୋଲିସ । ଅଧିକ ପଢ଼ନ୍ତୁ

employment fraud
ଚାକିରି ନାଁରେ ଠକେଇ
author img

By

Published : Jan 15, 2023, 10:46 AM IST

ଚାକିରି ନାଁରେ ଠକେଇ

ବଲାଙ୍ଗୀର: ଚାକିରି ନାଁରେ ଯୁବକଙ୍କୁ ଠକେଇ ଅଭିଯୋଗ । ଥାନାରେ ମାମଲା ହେବାପରେ ୪ଜଣଙ୍କୁ ଅଟକ ରଖିଛି ପୋଲିସ । ବଲାଙ୍ଗୀରରେ ଗ୍ଲେଜ ଇଣ୍ଡିଆ କମ୍ପାନୀ ନାଁରେ ଥିବା ଏକ ସଂଗଠନ ନାଁରେ ଏଭଳି ଅଭିଯୋଗ ଆସିଛି । ତେବେ ଏହି କମ୍ପାନୀ ଓଡିଶାର ବିଭିନ୍ନ ଜିଲ୍ଲାର ଯୁବକମାନଙ୍କୁ ଚାକିରି ଦେବା ନାଁରେ ସେମାନଙ୍କଠୁ 20 ହଜାର ଟଙ୍କା ଲେଖାଏଁ ନେଇଥିଲା । ସେହିପରି ମାସକୁ 14 ହଜାର ଟଙ୍କା ଦରମା ମିଳିବ ବୋଲି ଏମାନଙ୍କୁ କହିଥିଲା ।

ଯେଉଁଥିରେ ବିଭିନ୍ନ ଜିଲ୍ଲାର ୧୦ରୁ ଅଧିକ ଯୁବକ ୨୦ ହଜାର ଟଙ୍କା ଦେଇ ଚାକିରି ଆଶାରେ ବଲାଙ୍ଗୀର ଆସିଥିଲେ । ଏଠି ସେମାନଙ୍କୁ ଟ୍ରେନିଂ ନାଁରେ ଏହି ସଂସ୍ଥା ୧ ବର୍ଷ ପର୍ଯ୍ୟନ୍ତ ରଖିବା ପରେ ମଧ୍ୟ କୌଣସି ଦରମା ଦେଇ ନଥିଲା । ତେବେ ଯୁବକମାନେ ଦରମା ଦେବାକୁ ଦାବି କରିଥିଲେ । ଏନେଇ ସଂସ୍ଥାର ଅନ୍ୟ କର୍ମଚାରୀମାନେ ତାଙ୍କୁ ନିର୍ଯାତନା ଦେଇଥିବାର ଅଭିଯୋଗ କରିଛନ୍ତି । ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପଦକ୍ଷେପ ନେଇ କମ୍ପାନୀର ୪ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

ତେବେ ଏହି ସଂସ୍ଥା ଅନ୍ୟ ଜିଲ୍ଲାର କିଛି ନାବାଳକମାନଙ୍କୁ ମଧ୍ୟ ଚାକିରି ଦେବା ନାଁରେ ଏହି ଭଳି ଠକେଇ କରିଥିବାର ପୀଡିତ ନାବାଳକ ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯେଉଁଥିରେ ଜଣେ ଅଭିଭାବକ ତାଙ୍କ ପୁଅ ପାଠ ନପଢିବାରୁ ତା ପାଇଁ ଚାକିରି ଖୋଜିଥିଲେ । ଏହି କ୍ରମରେ ବଲାଙ୍ଗୀରର ଗ୍ଲେଜ ଇଣ୍ଡିଆ କମ୍ପାନୀର ଜଣେ କର୍ମଚାରୀ ତାଙ୍କୁ ଯୋଗାଯୋଗ କରି ଚାକିରି ଦେବା କଥା କହିଥିଲେ । ଯେଉଁଥିରେ ନାବାଳକର ପରିବାର ଲୋକେ ପର୍ଯ୍ୟାୟ କ୍ରମେ 20 ହଜାର ଟଙ୍କା ଦେଇଥିବା ବେଳେ ୧ ବର୍ଷ ହେବ ତାଙ୍କ ପିଲାକୁ ଏହି ସଂସ୍ଥା ଦରମା ନଦେଇ ଠକେଇ କରୁଥିବାର ଅଭିଯୋଗ କରିଛନ୍ତି । ସେ ମଧ୍ୟ ବଲାଙ୍ଗୀର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ. ଚାକିରି ନାଁରେ ଠକେଇ, କେଶରିୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତି ଗିରଫ

ଏ ସମ୍ପର୍କରେ ଠକେଇ ଶିକାର ନାବାଳକ କହିଛନ୍ତି, ''ମୁଁ ସେହି କମ୍ପାନୀରେ ଇଲେକ୍ଟ୍ରିକାଲ ବିଭାଗରେ କାମ କରୁଥିଲି । ବର୍ଷେ ଯାଏଁ କାମ କରୁଥିଲି । ହେଲେ କାମ କରିବା ର ମାସେ ପରେ ଦରମା ମାଗିବାରୁ ଆଜି କାଲି କହି ଭୂଆଁ ବୁଲାଇ ଚାଲିଥିଲେ । ଏହା ମଧ୍ୟରେ ୧ ବର୍ଷ ବିତି ଗଲାଣି । ହେଲେ ଆମକୁ ଦରମା ଦେଉ ନାହାଁନ୍ତି । ଏନେଇ ମୋ ଘର ଲୋକେ ଜାଣିବା ପରେ ମୋ ବୋଉ ମୋତେ ସେଠାରୁ ନେଇ ଆସିଛି । କହିଥିଲେ ଭଲ କମ୍ପାନୀ । ୨୦ ହଜାର ଟଙ୍କା ଦେଲେ ଚାକିରି ସ୍ଥାୟୀ । ସେମାନଙ୍କ କଥାକୁ ମୋ ବାପା ବିଶ୍ବାସ କରି ତାଙ୍କୁ ୨୦ ହଜାର ଟଙ୍କା ଦେଇଥିଲେ । ଆଉ ୨୦ ହଜାର ଟଙ୍କା ନେବା ପରେ ମୋତ ମଧ୍ୟ ଚାକିରି ଦେଲେ । ହେଲା ତାହା କୌଣସି ବିଶ୍ବାସ ଯୋଗ୍ୟ କମ୍ପାନୀ ନଥିଲା । ତାହା ଏକ ଠକ କମ୍ପାନୀ ଥିଲା । ପଇସା ନେଇ ପିଲାଙ୍କୁ ଚାକିରି ଦେବେ ବୋଲି କୁହନ୍ତି । ହେଲେ ସେଠାରେ ପିଲା ଗଲା ପରେ ଆଉ ତାକୁ ରମା ଦେଉ ନାହାନ୍ତି'' ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.