ETV Bharat / state

ପାଟଣାଗଡ଼ରେ ହାତୀ ଆତଙ୍କ, ବ୍ୟାପକ ଧନସମ୍ପତ୍ତି ନଷ୍ଟ - ଧନସମ୍ପତ୍ତି ନଷ୍ଟ

ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ବ୍ୟାପକ ଧନସମ୍ପତ୍ତି ନଷ୍ଟ ହୋଇଛି । ଅଧିକ ପଢନ୍ତୁ...

ପାଟଣାଗଡ଼ରେ ହାତୀ ଆତଙ୍କ, ବ୍ୟାପକ ଧନସମ୍ପତ୍ତି ନଷ୍ଟ

author img

By

Published : Oct 1, 2021, 2:29 PM IST

ବଲାଙ୍ଗୀର: ଜିଲ୍ଲାର ପାଟଣାଗଡ଼ ଲରମ୍ଭା ଅଞ୍ଚଳରେ ହାତୀ ଆତଙ୍କ । ଏଠାରେ ୨ ଟିକିଆ ହାତୀପଲ ରାତି ପାହିଲେ ଗାଁ ସବୁକୁ ପଶି ବ୍ୟାପକ ଧନ ସମ୍ପତ୍ତି ନଷ୍ଟ କରୁଛନ୍ତି । ଯାହାକୁ ନେଇ ଆଖପାଖ ଅଞ୍ଚଳର ଲୋକ ଭୟଭୀତ ଥିବା ବେଳେ ବନ ବିଭାଗ ହାତୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ଅନ୍ୟତ୍ର ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି ।

ପାଟଣାଗଡ଼ରେ ହାତୀ ଆତଙ୍କ, ବ୍ୟାପକ ଧନସମ୍ପତ୍ତି ନଷ୍ଟ

ଜିଲ୍ଲାର ଲରମ୍ଭା ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଏହି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତ ୨ ଦିନ ଧରି ଲରମ୍ଭା ଖୁରସେଲ ଓ ଇନପୁର ଗାଁରେ ଏକ ୨ ଟିକିଆ ହାତୀ ଆସି ଇନପୁର ଗାଁର ଫଗୁନ ବନଗୁଲା ଘରକୁ ଭାଙ୍ଗିଥିଲେ । ଏହାପରେ ଘରକୁ ପଶି ଚାଉଳ ଖାଇବା ସହ ଘରର ଆସବାବପତ୍ର ନଷ୍ଟ କରିଛନ୍ତି । ସେହିପରି ଲରମ୍ଭା ଗାଁର ଡୁଡୁକା ପଡ଼ାରେ ଥିବା ଲଷ୍ମୀ ବରିହା ଓଦସରଥ ବରୀହଙ୍କ ୨ଟି ଘର ଭାଙ୍ଗିବା ସହ ଘରର ଜିନିଷପତ୍ର ନଷ୍ଟ କରି ଘରେ ଥିବା ସମସ୍ତ ଚାଉଳ ନଷ୍ଟ କରିଛନ୍ତି ହାତୀପଲ ।

ସମାନ ଭାବରେ ଲୋକଙ୍କ ମକା ବାଡିରେ ପଶି ମକା ଚାଷ ମଧ୍ୟ ହାତୀମାନେ ନଷ୍ଟ କରିଦେଇଥିବା ଜଣାପଡ଼ଛି । ସେହିପରି କନହେଟାଲ ଗାଁକୁ ଯାଇ ଚୁଡାମଣି ସେଠଙ୍କ ଘର କବାଟ ଭାଙ୍ଗି ସେଠାରେ ମଧ୍ୟ ସମସ୍ତ ଚାଉଳ ଖାଇ ଦେଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଉକ୍ତ ଅଞ୍ଚଳରେ ହାତୀ ଉପଦ୍ରବରେ ଲୋକେ ଭୟଭୀତ ହୋଇଥିବା ଜଣାପଡିଛି । ଅଞ୍ଚଳର ଲୋକମାନେ ୨ଟିକିଆ ହାତୀକୁ ଘଉଡାଇ ଦେଇ ବୁଢାରଜା ଜଙ୍ଗଲ ଆଡ଼କୁ ପଠାଯାଇଛି। ସେପଟେ ଜଙ୍ଗଲ ବିଭାଗ ପହଁଚି ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରୁଥିବା ବେଳେ ହାତୀଙ୍କ ଗତିବିଧି ଉପରେ ବନ ବିଭାଗ କଡା ନଜର ରଖିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.