ETV Bharat / state

ଗରିବିର ବିକଳ ଚିତ୍ର, ଦାଦନ ଖଟିବାକୁ ଗଲେ ଜନପ୍ରତିନିଧି - ସୁର୍ଡା ପଞ୍ଚାୟତ ସମିତି ସଭ୍ୟ କମଲେଶ ସୁନା

ଗରିବଙ୍କ କଲ୍ୟାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି ସରକାର । ତେବେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ନିର୍ବାଚନ ମଣ୍ଡଳୀରେ ତଥା ବିଜେଡି ସମର୍ଥିତ ସମିତି ସଭ୍ୟ ଦାଦନ ଖଟିବାକୁ ଯିବା ଖବର ବଲାଙ୍ଗୀରରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢ଼ନ୍ତୁ

ଦାଦନ ଖଟିବାକୁ ଗଲେ ଜନପ୍ରତିନିଧି
ଦାଦନ ଖଟିବାକୁ ଗଲେ ଜନପ୍ରତିନିଧି
author img

By

Published : Apr 1, 2023, 9:59 PM IST

ଦାଦନ ଖଟିବାକୁ ଗଲେ ଜନପ୍ରତିନିଧି

ବଲାଙ୍ଗୀର: ସରକାରଙ୍କ କୋଟିକୋଟି ଟଙ୍କାର ଗରିବ କଲ୍ୟାଣ ଯୋଜନା ସତ୍ତ୍ବେ ଆଜି ବି ଲୋକେ ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟି ଯାଉଛନ୍ତି । ତେବେ ଏହା ଏବେ ଆହୁରି ଗୁରୁତର ସମସ୍ୟା ଭାବେ ଉଭା ହୋଇଛି, ଯେତେବେଳେ ଦି ପଇସା ରୋଜଗାର ପାଇଁ ନିର୍ବାଚିତ ଲୋକ ପ୍ରତିନିଧି ଦାଦନ ଶ୍ରମିକ ସାଜିଛନ୍ତି । କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ସତ୍ୟ । ତାହା ପୁଣି କ୍ୟାବିନେଟ ମନ୍ତ୍ରୀ ଟୁକୁନୀ ସାହୁଙ୍କ ନିର୍ବାଚନ ମଣ୍ଡଳୀରେ ତଥା ବିଜେଡି ସମର୍ଥିତ ସମିତି ସଭ୍ୟଙ୍କ କ୍ଷେତ୍ରରେ ଏଭଳି ଘଟିଛି । କାମଧନ୍ଦା ତ ଦୂରର କଥା, ସମିତି ସଭ୍ୟ ଭାବେ କିଛି କାମ ପାଇ ନଥିବାରୁ ଏବେ ସେ ବାହର ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି । ପେଟକୁ ଦାନା ଯୋଗାଡ଼ କରିବା ପାଇଁ ଘରେ ବୃଦ୍ଧ ପିତା ମାତାଙ୍କୁ ଛାଡି ଅନ୍ୟ ରାଜ୍ୟକୁ ଯାଇଛନ୍ତି ସେ ଓ ତାଙ୍କ ସ୍ତ୍ରୀ । ଦାଦନର ଏହି ବିକଳ ଚିତ୍ର ଆସିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡର ସୁର୍ଡା ଗ୍ରାମରୁ ।

ଦାଦନ ଖଟିବାକୁ ଯାଇଛନ୍ତି ସମିତି ସଭ୍ୟ: ପେଟ ପାଇଁ ଦି ମୁଠା ଦାନା ଯୋଗାଡ଼ କରିବା ପାଇଁ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି ସମିତି ସଭ୍ୟ । ଏଭଳି ଅଭାବନୀୟ ଚିତ୍ର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ ଅଧିନ ସୂର୍ଡା ପଞ୍ଚାୟତରୁ ଆସିଛି । ଏଠିକାର ନିର୍ବାଚିତ ସମିତି ସଭ୍ୟ କମଲେଶ ସୁନା । ସେ ହେଉଛନ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ନିର୍ବାଚନ ମଣ୍ଡଳୀର ତଥା ବିଜେଡି ସମର୍ଥିତ ସମିତି ସଭ୍ୟ । ଗତ ୪-୫ ଦିନ ହେଲା ଘରେ ବୃଦ୍ଧ ପିତା ମାତାଙ୍କୁ ଛାଡି ସ୍ତ୍ରୀଙ୍କ ସହ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି । ଏପରିକି ତାଙ୍କର ୪ ବର୍ଷର ପୁଅକୁ ଶ୍ୱଶୁର ଘରେ ଛାଡ଼ି ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟି ଯାଇଛନ୍ତି କମଳେଶ । ଅନ୍ୟପଟେ ପୁଅ ବୋହୂ ଦାଦନ ଖଟି ଯାଇଥିବାରୁ ଚିନ୍ତାରେ ବୃଦ୍ଧ ପିତାମାତା । ଭଙ୍ଗା ଦଦରା ଘରେ ନାତି ଓ ପୁଅବୋହୁଙ୍କୁ ଝୁରି ହେଉଛନ୍ତି ଏମାନେ । ଗୋଟିଏ ପଟେ ପୁଅବୋହୁ ଦାଦନ ଯିବା ଦୁଃଖ ଓ ଅନ୍ୟପଟେ ଘରେ ଭଲ କରି ଦୁଇ ମୁଠା ଖାଇବାକୁ ମିଳୁନଥିବାରୁ ଚିନ୍ତାରେ ଘାରି ହେଉଛନ୍ତି କମଲେଶଙ୍କ ବୃଦ୍ଧ ପିତାମାତା । ତେବେ ଲୋକଙ୍କ ସୁଖଦୁଃଖ ବୁଝିବା ପାଇଁ ନିର୍ବାଚିତ ହୋଇଥିବା ସମିତି ସଭ୍ୟ ନିଜେ ଦାଦନ ଯିବା ଘଟଣା ଦୁଃଖର ବିଷୟ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ।

ଆବାସ ଯୋଜନାରେ ବି ମିଳିଲାନି ଘର: ଗତ ୨୦୨୨ ମସିହାରେ ସୁର୍ଡା ପଞ୍ଚାୟତର ବିକାଶ ପାଇଁ କମଲେଶ ସୁନା ସମିତି ସଭ୍ୟ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇଥିଲେ । ପ୍ରାର୍ଥୀପତ୍ର ଦାଖଲ ପରେ ତାଙ୍କୁ ମାସେରୁ ଅଧିକ ସମୟ ଗୁପ୍ତ ଜାଗାରେ ରଖା ଯାଇଥିଲା । ପରେ ସେ ନିର୍ଦ୍ବନ୍ଦରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ସରିବା ପରେ ତାଙ୍କୁ ଘରକୁ ଆଣି ଛଡ଼ା ଯାଇଥିଲା । ଏହାପରେ ତାଙ୍କର ଦୁର୍ଦ୍ଦଶା ବଢିବଢି ଚାଲିଥିଲା । ସେ ଲୋକଙ୍କର ଓ ନିଜ ଅଞ୍ଚଳର ବିକାଶ କରିବା ତ ଦୂରର କଥା, ନିଜେ ଦାରିଦ୍ର୍ୟ ମଧ୍ୟରେ ଛନ୍ଦି ହୋଇଥିଲେ । ଏପରିକି ନିଜେ ଆଶା କରିଥିବା ଆବାସ ଘର ମଞ୍ଜୁର ପରେ ଭଙ୍ଗା ଦଦରା ଘରକୁ ଭାଙ୍ଗି ଭଲ ଘର ଖଣ୍ଡେ ଗଢି ତୋଳିବା ସ୍ବପ୍ନ ମଧ୍ୟ ଧୂଳିସାତ ହୋଇଥିଲା । ସେ ଅଯୋଗ୍ୟ ହୋଇ ଆବାସ ଯୋଜନାରୁ ବାଦ ପଡ଼ିଥିଲେ । ସେପଟେ ପକ୍କା ଘର ତିଆରି ପାଇଁ ସେ ଘରର ମୂଲ୍ୟବାନ ଜିନିଷ ବନ୍ଧା ପକାଇ ୬୦ ପ୍ୟାକେଟ ସିମେଣ୍ଟ କିଣିଥିଲେ । ହେଲେ ସେ ଘର ତିଆରି କରି ପାରିନଥିଲେ । ଧାର ଟଙ୍କା ଶୁଝିବା ସହ ପରିବାର ପ୍ରତିପୋଷଣ ନେଇ ଚିନ୍ତାରେ ରହିଲେ କମଲେଶ । ଶେଷରେ ନିରୁପାୟ ହୋଇ ସ୍ତ୍ରୀଙ୍କ ସହ ସେ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି । ସେପଟେ ନିର୍ବାଚିତ ପ୍ରତିନିଧି ସମ୍ମାନର ସହ ବଞ୍ଚିବା ସହ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛି ଗରିବ ସେନା ।

ବିଡିଓଙ୍କୁ ରିପୋର୍ଟ ତଲବ: ସେପଟେ ଏନେଇ ବିଡିଓଙ୍କୁ ରିପୋର୍ଟ ତଲବ କରାଯାଇଥିବା କହିଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ । ବଲାଙ୍ଗୀର ଜିଲ୍ଲାରେ ନିର୍ବାଚିତ ଲୋକ ପ୍ରତିନିଧି ଦାଦନ ଖଟିଯିବା ଘଟଣା କିଛି ନୂଆ କଥା ନୁହେଁ । ବର୍ଷେ ଆଗରୁ ଦେଓଗାଁ ବ୍ଲକ୍ ଉପାଧ୍ୟକ୍ଷ ଦାନା ପାଇଁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଏବେ ବିଜେଡି ସମର୍ଥିତ ଜଣେ ସମିତି ସଭ୍ୟ ଦାଦନ ସାଜିଥିବାରୁ ଶାସକ ଦଳର ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଏହା ଉପରେ ଆଗକୁ ସରକାର ଓ ପ୍ରଶାସନ କଣ ପଦକ୍ଷେପ ନେବେ, ତାହା ଦେଖିବାକୁ ବାକି ରହିଲା । ସେପଟେ କିନ୍ତୁ ଜିଲ୍ଲାରେ ଗରିବିର ଚିତ୍ର ଏବେ ବି ଜଟିଳ ଥିବା ଏଥିରୁ ସ୍ପଷ୍ଟ ଜଣା ପଡୁଥିବାର ଲୋକେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.