ETV Bharat / state

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ଭାଇ ମାରିଲା ଭାଇକୁ

author img

By

Published : May 29, 2021, 1:34 PM IST

ସାମାନ୍ୟ ବଚସାକୁ ନେଇ ସାନ ଭାଇକୁ ବଡ ଭାଇର ଆକ୍ରମଣ । ଡାକ୍ତରଖାନାରେ ସାନ ଭାଇ ମୃତ, ଘଟଣାସ୍ଥଳରୁ ବଡ ଭାଇ ଫେରାର୍ । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଚିତ୍ର
ପ୍ରତିକାତ୍ମକ ଚିତ୍ର

ବଲାଙ୍ଗୀର: ସାମାନ୍ୟ କଳହକୁ କେନ୍ଦ୍ର କରି ବଡ଼ ଭାଇ ନିଜ ସାନ ଭାଇକୁ ହତ୍ୟା କରିଥିବା ଭଳି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । ଘଟଣା ପରେ ବଡ଼ ଭାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ଭାଇ ମାରିଲା ଭାଇକୁ

ସୂଚନା ଅନୁଯାୟୀ ବଲାଙ୍ଗୀର ପୁଇନ୍ତଳା ବ୍ଲକ ଅନ୍ତର୍ଗତ ଆଠ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗ୍ରାମର ସନ୍ତୋଷ କୁଆଁରଙ୍କ ବଡ଼ ପୁଅ ସୁବ୍ରତ କୁଆଁର ସାନ ପୁଅ ତେଜରାଜ୍ କୁଆଁରଙ୍କୁ ଛୁରୀମାରି ହତ୍ୟା କରିଛି । ସନ୍ତୋଷ କୁଆଁରଙ୍କ ଏହି ଗ୍ରାମରେ ଏକ ମାଂସ ଦୋକାନ ଥିବାବେଳେ ଦୋକାନରେ ଦୁଇଭାଇ ଥିଲେ । ଉଭୟଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଝଗଡ଼ା ହୋଇଥିଲା । ଫଳରେ ବଡ଼ ଭାଇ ସାନ ଭାଇକୁ ଏକ ଛୁରୀରେ ଆକ୍ରମଣ କରିଥିଲା । ଘଟଣା ପରେ ସୁବ୍ରତ ଫେରାର ହୋଇଯାଇ ଥିବାବେଳେ ସାନ ଭାଇ ତେଜରାଜକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଡ଼ାକ୍ତର ସେଠାରେ ତେଜରାଜକୁ ମୃତ ଘୋଷଣା କରିଛନ୍ତି । ସେପଟେ ପୁଇନ୍ତାଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.