ETV Bharat / state

କୋରୋନା କଟକଣା ମଧ୍ୟରେ ବଲାଙ୍ଗୀରରେ ଇଦ୍-ଉଲ-ଜୁହା ପାଳିତ

ବଲାଙ୍ଗୀର ଜିଲ୍ଲାରେ କୋରୋନା କଟକଣା ମଧ୍ୟରେ ପାଳିତ ହୋଇଛି ମୁସଲମାନଙ୍କ କୁର୍ବାନୀ ଓ ସମର୍ପଣର ଇଦ୍-ଉଲ-ଜୁହା । ଅଧିକ ପଢନ୍ତୁ...

author img

By

Published : Aug 1, 2020, 5:16 PM IST

କୋରୋନା କଟକଣା ମଧ୍ୟରେ ବଲାଙ୍ଗୀରରେ ଇଦ୍-ଉଲ-ଜୁହା ପାଳିତ
କୋରୋନା କଟକଣା ମଧ୍ୟରେ ବଲାଙ୍ଗୀରରେ ଇଦ୍-ଉଲ-ଜୁହା ପାଳିତ

ବଲାଙ୍ଗୀର: ଚଳିତ ବର୍ଷ କୋରୋନା କାରଣରୁ ଫିକା ପଡିଲା ମୁସଲମାନଙ୍କ ପବିତ୍ର ପର୍ବ ଇଦ୍-ଉଲ-ଜୁହା । କୋରୋନା ଜନିତ ଅନଲକ କାରଣରୁ ରାଜ୍ୟର ସମସ୍ତ ମସଜିଦ୍‌ରେ ଝୁଲୁଛି ତାଲା । ଯଦ୍ବାରା ଆଜିର ଦିନର ଇଦ୍‌ ଓ ନମାଜ ମସଜିଦରେ ସାମୂହିକ ଭାବରେ ହୋଇପାରିନାହିଁ ।

କିନ୍ତୁ ବଲାଙ୍ଗୀର ଜିଲ୍ଲାରେ କୋରୋନା କଟକଣା ମଧ୍ୟରେ ପାଳିତ ହୋଇଛି ମୁସଲମାନଙ୍କ ଏହି ପର୍ବ । ଲକଡାଉନ ଯୋଗୁଁ ଜିଲ୍ଲାର ସମସ୍ତ ମସଜିଦ ବନ୍ଦ ରହିଥିଲେ ସୁଦ୍ଧା ସମସ୍ତ ନିଜ ଘରେ ନମାଜ ପଢିବା ସହ ପରସ୍ପରକୁ ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି ।

ତେବେ କୋରୋନା କାରଣରୁ କୁର୍ବାନୀ ଓ ସମର୍ପଣର ଏହି ପର୍ବକୁ ଜିଲ୍ଲାବାସୀ ଘରର ଚାରି କାନ୍ଥରେ ରହି ପାଳନ କରିବା ସହ ସରକାରଙ୍କ ଦ୍ବାରା ଜାରି ହୋଇଥିବା କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.