ବଲାଙ୍ଗୀର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ ଶ୍ରମ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ । ଗତକାଲି ବଲାଙ୍ଗୀର ଜିଲ୍ଲାକୁ ପ୍ରଚାର କରିବାକୁ ଯାଇଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କଲେ ସ୍ଥାନୀୟ ଲୋକେ । ଜିଲ୍ଲାର ସଇଁତଳା ବ୍ଲକ ଅନ୍ତର୍ଗତ 30 ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରୁଥିବା ବେଳେ କରମତୁଲା ଗ୍ରାମ ଠାରେ ତାଙ୍କୁ ବିରୋଧ କରାଯିବା ପରେ ଅଣ୍ଡାମାଡ କରାଯାଇଥିଲା । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏଯାଏଁ କାହାରିକୁ ଗିରଫ କରାଯାଇ ନାହିଁ।
ସୂଚନା ଅନୁସାରେ ଏହି ପଞ୍ଚାୟତ ନିର୍ବାଚନରେ ଆଦିବାସୀ ଓ ପଛୁଆ ବର୍ଗଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇ ଆସୁଛି । ଏବଂ ଏହାକୁ ନେଇ ଆଦିବାସୀ ବିଜେଡି ନେତାଙ୍କୁ ବିରୋଧ କରି ଆସୁଛନ୍ତି । ସେହିପରି ବିକାଶ ଓ ଅନ୍ୟାନ୍ୟ ମାମଲାରେ ମଧ୍ୟ ନେତା ମନ୍ତ୍ରୀ ଏଠି ବିଭିନ୍ନ ସ୍ଥାନରେ ହଟହଟା ହେଉଥିବାର ଦେଖିବାକୁ ମିଳୁଛି ।
ବଲାଙ୍ଗୀରରୁ ଶେଖମହମ୍ମଦ ଓ୍ବାହିଦ, ଇଟିଭି ଭାରତ