ETV Bharat / state

ବଜାରରେ ନାମୀ ବ୍ରାଣ୍ଡର ନକଲି ସାମ୍ପୁ, ଜବତ କଲା ପୋଲିସ - କଣ୍ଟାବାଞ୍ଜି ପୋଲିସ ଚଢାଉ

ସହରରେ ବିକ୍ରି ହେଉଛି ନକଲି ସାମ୍ପୁ । ଦାମୀ କମ୍ପାନୀର ବିଭିନ୍ନ ପ୍ରକାର ସାମ୍ପୁ ବିକ୍ରି ହେଉଥିବା ଅଭିଯୋଗ ପରେ ଚଢାଉ କରିଛି ପୋଲିସ ସହ ବ୍ଲକ ପ୍ରଶାସନ । ଫଳରେ ବିଭିନ୍ନ ସ୍ଥାନରୁ ବ୍ୟାପକ ନକଲି ସାମ୍ପୁ ଜବତ କରିଛି ଟିମ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Sep 15, 2019, 8:56 PM IST

ବଲାଙ୍ଗୀର: ଦୀର୍ଘ ଦିନର ହେବ ଜିଲ୍ଲାରେ ଚାଲିଛି ନାମୀଦାମୀ କମ୍ପାନୀର ନକଲି ସାମ୍ପୁ ବିକ୍ରି । ପୋଲିସର ଚଢ଼ାଉ ପରେ ଏହା ସ୍ପଷ୍ଟ ହୋଇଥିବା ବେଳେ ସାମ୍ପୁ ନାଁରେ ବିଷ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । କଣ୍ଟାବାଞ୍ଜି ଅଞ୍ଚଳରେ ନକଲି ସାମ୍ପୁ ଗଛିତ ଥିବାବେଳେ ପୋଲିସ ଚଢ଼ାଉ କରି ବ୍ୟାପକ ପାଉଚ୍ ଜବତ କରିଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ହିନ୍ଦୁସ୍ଥାନ ଲିବର୍ ଘରୋଇ କମ୍ପାନୀର ଲିଗାଲ ସେଲ୍ର କର୍ମଚାରୀ, କଣ୍ଟାବାଞ୍ଜି ପୋଲିସ ଓ ତହସିଲଦାରଙ୍କ ମିଳିତ ସହଯୋଗରେ ଏହି ଚଢାଉ ହୋଇଥିଲା । ସହରର ବିଭିନ୍ନ ଦୋକାନ ଓ ଗୋଦାମରେ ଚଢ଼ାଉ କରିଥିଲା ଏହି ଟିମ୍ । ଫଳରେ ବ୍ୟାପକ ପରିମାଣର ନକଲି ସାମ୍ପୁ ସାଙ୍ଗକୁ ଟୁଥ ପେଷ୍ଟ ମଧ୍ୟ ପୋଲିସ ଜବତ କରିଛି ।

ତେବେ ଏବେବି ଏହି ଚଢ଼ାଉ ଜାରି ରହିଥିବା ବେଳେ ଏହି ପରିମାଣ ଆହୁରି ବଢିବ ବୋଲି ଜଣାପଡ଼ିଛି । ସେପଟେ ନକଲି ସାମ୍ପୁ କେଉଁଥିରେ ତିଆରି ହୋଇଥିଲା ଓ ତାହା କେତେ ସୁରକ୍ଷିତ ତାହା ଯାଞ୍ଚ ପରେ ଜଣାପଡ଼ିବ ବୋଲି କୁହାଯାଇଛି । ସୂଚନା ଥାଉ କି 2008 ମସିହାରେ ନକଲି ଔଷଧ ପାଇଁ କଣ୍ଟାବାଞ୍ଜି ଚର୍ଚ୍ଚାର କେନ୍ଦ୍ର ପାଲଟି ଥିଲା ।

ବଲାଙ୍ଗୀରରୁ ଶେଖ ମଦମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀର ରେ ଦୀର୍ଘ ଦିନରୁ ନାମୀ ଦାମୀ ବ୍ରାଣ୍ଡ ର ନକଲି ସେମ୍ପୋ ର ଚାଲିଥିଲା ବିକ୍ରି । ଯାହା ପୋଲିସ ର ଚଢ଼ାଉ ପରେ ସ୍ପଷ୍ଟ ହୋଇଥିବା ବେଳେ ଏହା ସେମ୍ପୁ ନାରେ ବିଷ ବିକ୍ରି ହେଉଥିଲା ବୋଲି ଅଭିଯୋଗ ହୋଇଛି । Body:ବଲାଙ୍ଗୀର ରେ ଦୀର୍ଘ ଦିନରୁ ନାମୀ ଦାମୀ ବ୍ରାଣ୍ଡ ର ନକଲି ସେମ୍ପୋ ର ଚାଲିଥିଲା ବିକ୍ରି । ଯାହା ପୋଲିସ ର ଚଢ଼ାଉ ପରେ ହୋଇଛି ସ୍ପଷ୍ଟ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଏହି ଅବଢ଼ କାରବାର ହେଉଥିବା ବେଳେ ପୋଲିସ ଚଢ଼ାଉ କରି ବ୍ୟାପକ ସେମ୍ପୁ ପାଉଚ୍ ଜବତ କରିଛି । ଦୀର୍ଘ ଦିନରୁ ଏହି ସହରରେ ନକଲି ସମ୍ପୋ ବିକ୍ରି ହେଉଥିବା ଜନା ପଡ଼ିବ ପରେ ଭାରତର ନାମୀ ବ୍ରାଣ୍ଡ ହିନ୍ଦୁସ୍ଥାନ ଲିବର୍ ଘରୋଇ କମ୍ପାନୀ ର ଲିଗାଲ ସେଲ୍ ର କର୍ମଚାରୀ, କଣ୍ଟାବାଞ୍ଜି ପୋଲିସ ଓ ତହସିଲଦାର ଙ୍କ ମିଳିତ ଚଢଉ ଆରମ୍ଭ ହୋଇଥିଲା । ସହରର ବିଭିନ୍ନ ଦୋକାନ ଓ ଗୋଦାମରେ ଏମାନେ ଚଢ଼ାଉ କରିଥିବା ବେଳେ ବ୍ୟାପକ ପରିମାଣର ନକଲି ଶେମ୍ପୋ ସାଙ୍ଗକୁ ଟୁଥ ପେଷ୍ଟ ମଧ୍ୟ ପୋଲିସ ଜବତ କରିଥିଲା । ତେବେ ଏବେବି ଏହି ଚଢ଼ାଉ ଜାରି ରହୁଥିବା ବେଳେ ଏହି ପରିମାଣ ଆହୁରି ବଢିବା ବୋଲି ଜଣ ପଡ଼ିଛି । ସେପଟେ ଏହି ନକଲି ସଂପୋ କେଉଁଥିରେ ତିଆରି ହୋଇଥିଲା ଓ ତାହା କେତେ ସୁରକ୍ଷିତ ତାହା ମଧ୍ୟ ପରେ ଜଣ ପଡ଼ିବ ବୋଲି କୁହାଯାଇଛି । ସୂଚନା ଥାଉ କି 2008 ମସିହାରେ ନକଲି ଓଷାଧ୍ ପାଇଁ କଣ୍ଟାବାଞ୍ଜି ସବୁଠି ଚର୍ଚ୍ଚାର କେନ୍ଦ୍ର ପାଲଟି ଥିଲା ଏବଂ ଏବେ ନକଲି ସେମ୍ପୂ କୁ ନେଇ ପୁଣି କଣ୍ଟାବାଞ୍ଜି ଚର୍ଚ୍ଚା କୁ ଆସିଛି ।
ବାଇ ଟ ସିଇଓ ଲିଗାଲ ସେଲ୍ ହିନ୍ଦୁସ୍ଥାନ ଲିବର Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.