ETV Bharat / state

ଟିଟିଲାଗଡରୁ 10 ଲକ୍ଷ ନକଲି ନୋଟ ଜବତ, 4 ଗିରଫ

author img

By

Published : May 2, 2023, 11:19 AM IST

ଟିଟିଲାଗଡ ପୋଲିସକୁ ସଫଳତା । 4ଜଣଙ୍କୁ ଗିରଫ କରିବା ସହ 10 ଲକ୍ଷରୁ ଊର୍ଦ୍ଧ୍ବ ନକଲି ନୋଟ ଜବତ କଲା ପୋଲିସ । ଅଧିକ ପଢ଼ନ୍ତୁ

duplicate currency seized from titlagarh

ବଲାଙ୍ଗୀର: ଜିଲ୍ଲାରେ ଚାଲିଥିଲା ଜାଲ ନୋଟ କାରବାର । ଚଢାଉ କରି 10 ଲକ୍ଷରୁ ଉର୍ଦ୍ଧ୍ବ ନକଲି ନୋଟ ଜବତ ସହ 4ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ଚାରି ଅଭିଯୁକ୍ତ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଛବିଲାଲ ବାଗ, ତୁରଙ୍ଗ ବାଗ, କେଶବ ଭୋଇ ଓ ବଲାଙ୍ଗୀର ମୁରିବାହାଲ୍ ବ୍ଲକ ସିଲେଟ ପଡ଼ାର କ୍ଷୀରୋଦ ରାଣା । ସେହିପରି ଏମାନଙ୍କଠାରୁ ପାଞ୍ଚ ଶହ, ଦୁଇଶହ ଓ ଶହେ ଟଙ୍କିଆ ନକଲି ନୋଟ ଜବତ କରିଛି ପୋଲିସ । ନଗଦ 1ଲକ୍ଷ 12ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟା ଚାଲାଣ କରିଛି ଟିଟିଲାଗଡ ପୋଲିସ ।

ଟିଟିଲାଗଡ ବ୍ଲକ ନାରେନ୍ ଗ୍ରାମରେ ଜାଲ ନୋଟ କାର ଚାଲିଥିବା ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ଟିଟିଲାଗଡ ପୋଲିସ । ଏହାପରେ ଗତ 30 ତାରିଖ ରାତିରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ପୋଲିସ ଟିମ୍‌ ଉକ୍ତ ଗ୍ରାମର ଦୁର୍ଗା ମନ୍ଦିର ପଛ ପଟେ ଚଢାଉ କରି ଜାଲ ନୋଟ ଜବତ କରିବା ସହ 4ଜଣଙ୍କୁ ଗିରଫ କରିଥିଲା । 10 ଲକ୍ଷ 50 ହଜାର ଟଙ୍କାର ନକଲି ନୋଟ ଜବତ ସହ ଚାରୋଟି ମୋବାଇଲ, ତିନୋଟି ବାଇକ ମଧ୍ୟ ପୋଲିସ ଜବତ କରିଛି । ସୋମବାର ଗିରଫ ଅଭିଯୁକ୍ତମାନଙ୍କୁ ଆଇପିସି ଦଫା 489A, 489B ଓ 489C ଟିଟିଲାଗଡ ଥାନା କେଶ୍ ନମ୍ୱର୍ 114 /2023ରେ ଟିଟିଲାଗଡ ଏସଡିଜେଏମ କୋର୍ଟ ଚାଲାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-GST ଆଦାୟରେ ସର୍ବାଧିକ; ଦେଶରେ ୧. ୮୭ ଲକ୍ଷ କୋଟି ଓ ରାଜ୍ୟରେ ୫୦୩୫.୭୪ କୋଟି

ତେବେ ଏହି ଚଢାଉରେ ଟିଟିଲାଗଡ ଥାନା ଏସଆଇ ନେତ୍ରାନନ୍ଦ ଛତ୍ର ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ସାମିଲ ଥିଲେ ବୋଲି କହିଛନ୍ତି ଏସଡିପିଓ ଅଙ୍କିତା କୁମ୍ଭାର । ତେବେ ଜବତ ନକଲି ନୋଟ କେଉଁଠୁ ଆସିଥିଲା ଏବଂ କେମିତି ଏହାର କାରବାର ହେଉଥିଲା ତାର ତଦନ୍ତ ଜାରି ରହିଥିବା କହିଛନ୍ତି ଟିଟିଲାଗଡ ଏସଡିପିଓ ।

ତେବେ ଟିଟିଲାଗଡ ଅଞ୍ଚଳରେ ନକଲି ନୋଟ କାରବାର ଧରା ପଡ଼ିବା ନୂଆ ନୁହେଁ । କିଛି ମାସ ପୂର୍ବରୁ ଏଠାରୁ ଭୁବନେଶ୍ୱର ଏସଟିଏଫ୍ 35 ଲକ୍ଷ ନକଲି ନୋଟ ଜବତ କରିଥିଲା । କଳାହାଣ୍ଡିର କିଛି ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ତେବେ ଏଥର ମଧ୍ୟ ଅଭିଯୁକ୍ତ କଳାହାଣ୍ଡିର ରହିଛନ୍ତି । ତେଣୁ ଏହାର ଚେର କଳାହାଣ୍ଡି ଜିଲ୍ଲା ଯାଏଁ ଲମ୍ବିଥାଇ ପାାରେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.