ETV Bharat / state

ଯୌତୁକ ଓ ଝିଅ ଜନ୍ମ କରିବାରୁ ମହିଳାଙ୍କୁ ହତ୍ୟା ଅଭିଯୋଗ - ବଲାଙ୍ଗୀର ଖବର

ଯୌତୁକ ଓ ଝିଅ ଜନ୍ମ କରିବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବ ଅଭିଯୋଗ ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ:

dowry death aligation in balangir
ଯୌତୁକ ଓ ଝିଅ ଜନ୍ମ କରିବାରୁ ମହିଳାଙ୍କୁ ହତ୍ୟା ଅଭିଯୋଗ
author img

By

Published : Feb 16, 2021, 10:28 PM IST

ବଲାଙ୍ଗୀର : ଯୌତୁକ ଓ ଝିଅ ଜନ୍ମ କରିବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀରରୁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ମୁରିବାହାଲ ବ୍ଲକ ଅନ୍ତର୍ଗତ ଗଡଗଡ ବାହାଲ ଗାଁର ଠାକୁରମୁନି ମହାନନ୍ଦ ବଙ୍ଗୋମୁଣ୍ଡାର ବୁଞ୍ଜିପଦର ଗାଁର ଦୀପ୍ତି ମହନନ୍ଦକୁ ବୈଦିକ ରୀତି ନୀତିରେ ବିବାହ କରିଥିଲେ। ତେବେ ବିବାହ 2010 ରେ ହୋଇଥିବା ବେଳେ ଯୌତୁକ ପାଇଁ ତାଙ୍କୁ ନିର୍ଯ୍ୟାତନା ଦିଆ ଯାଉଥିବାର ଅଭିଯୋଗ ହୋଇଥିଲା।

ଯୌତୁକ ଓ ଝିଅ ଜନ୍ମ କରିବାରୁ ମହିଳାଙ୍କୁ ହତ୍ୟା ଅଭିଯୋଗ

ସେହିପରି ମହିଳାଙ୍କ ଦୁଇଟି ଝିଅ ସନ୍ତାନ ଥିବାବେଳେ କିଛି ମାସ ହେବ ପୁଣି ଏକ ଝିଅ ସନ୍ତାନକୁ ସେ ଜନ୍ମ ଦେଇଥିଲେ। ଯାହାକୁ ନେଇ ତାଙ୍କ ଶ୍ବଶୁର ଘର ଲୋକେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ । ହେଲେ ଆଜି(ମଙ୍ଗଳବାର) ତାଙ୍କୁ ଶାଶୁଘର ଲୋକେ ପିଟିପିଟି ମାରି ଦେଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ତେବେ, ଏନେଇ ବାପଘର ପରିବାର ପକ୍ଷରୁ ସିନ୍ଧେକେଲା ଥାନାରେ ଏତଲା ଦିଆଯାଇଛି । ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ମୃତଦେହ ବ୍ୟବଚ୍ଛେଦ କରି ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ ବୋଲି ପୋଲିସ୍ ସୂଚନା ଦେଇଛି।

ବଲାଙ୍ଗୀରରୁ ସେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.