ETV Bharat / state

ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ 5 ଗିରଫ, ପ୍ରତିବାଦରେ ରାସ୍ତାରୋକ - ବଲାଙ୍ଗୀର ଖବର

ଭୀମଭୋଇ ମେଡ଼ିକାଲ କଲେଜ ଆଇସୋଲେସନରେ ଚିକିତ୍ସା ଅବହେଳା ଦର୍ଶାଇ ରୋଗୀ ମୃତ୍ୟୁ ଅଭିଯୋଗରେ ଡାକ୍ତରଙ୍କୁ ମାଡ ମାରିବା ଘଟଣା । ରବିବାର ଏହି ମାମଲାରେ 5 ଜଣଙ୍କୁ ଗିରଫ କରିଛି ପୋଲିସ । ଯାହାକୁ ନେଇ ମୃତକଙ୍କ ପରିବାର ଲୋକେ ଓ ପଡାବାସୀ ରାସ୍ତାରୋକ କରିଛନ୍ତି । ଅଧିକ ପଢନ୍ତୁ...

ରୋଗୀ ମୃତ୍ୟୁ ନେଇ ଡାକ୍ତରଙ୍କୁ ମାଡ ମାରିବା ଘଟଣା, 5 ଗିରଫ
ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ 5 ଗିରଫ, ପ୍ରତିବାଦରେ ରାସ୍ତାରୋକ
author img

By

Published : Aug 9, 2020, 9:04 PM IST

ବଲାଙ୍ଗୀର: ଭୀମଭୋଇ ମେଡ଼ିକାଲ କଲେଜ ଆଇସୋଲେସନରେ ଚିକିତ୍ସା ଅବହେଳା ଦର୍ଶାଇ ରୋଗୀ ମୃତ୍ୟୁ ଅଭିଯୋଗରେ ଡାକ୍ତରଙ୍କୁ ମାଡ ମାରିବା ଘଟଣା । ରବିବାର ଏହି ମାମଲାରେ 5 ଜଣଙ୍କୁ ଗିରଫ କରିଛି ପୋଲିସ । ଯାହାକୁ ନେଇ ମୃତକଙ୍କ ପରିବାର ଲୋକେ ଓ ପଡାବାସୀ ରାସ୍ତାରୋକ କରିଛନ୍ତି ।

ସୂଚନାନୁସାରେ, ଶନିବାର ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଆଇସୋଲେସନରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ପରିବାର ଲୋକେ ଓ ସମ୍ପର୍କୀୟ ହସ୍ପିଟାଲରେ ତୁମୂଳାକାଣ୍ଡ ଘଟାଇଥିଲେ । ଏଥିସହ କାର୍ଯ୍ୟରତ ଥିବା ଡାକ୍ତରଙ୍କୁ ମାଡ ମାରିଥିଲେ । ଏହି ଘଟଣା ପରେ ସବୁ ଡାକ୍ତରମାନେ କାର୍ଯ୍ୟବନ୍ଦ କରି ଧାରଣା ଦେଇଥିବା ବେଳେ ମୃତକଙ୍କ ପରିବାର ଲୋକେ ମଧ୍ୟ ଧାରଣା ଦେଇଥିଲେ ।

ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ 5 ଗିରଫ, ପ୍ରତିବାଦରେ ରାସ୍ତାରୋକ

ସେହିପରି ଦୁଇ ପକ୍ଷରୁ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଯାହାପରେ ପୋଲିସ ରବିବାର ପଦକ୍ଷେପ ନେଇ ଡାକ୍ତରଙ୍କୁ ମାଡ ଘଟଣାରେ 5 ଜଣଙ୍କୁ ଗିରଫ କରିଥିଲା । ଏହାକୁ ବିରୋଧ କରି ମୃତକଙ୍କ ପରିବାରବର୍ଗ ତଥା ପଡାବାସୀ ବିଷ୍ଣୁ ମୁଣ୍ଡା ଠାରେ ରାସ୍ତାରୋକ କରିବା ସହ ଦୋଷୀ ଡାକ୍ତରଙ୍କୁ ଗିରଫ ଏବଂ ମୃତକଙ୍କ ପରିବାର ବର୍ଗକୁ କ୍ଷତିପୂରଣ ଦାବି କରିଛନ୍ତି । ତେବେ ରାସ୍ତା ରୋକ ଯୋଗୁଁ ବଲାଙ୍ଗୀର ଅର୍ଜୁନପୁର ରାସ୍ତାରେ ଯିବା ଆସିବା ସମ୍ପୂର୍ଣ ଭାବରେ ବାଧା ପ୍ରାପ୍ତ ହୋଇଛି । ସେପଟେ ପୋଲିସ ପ୍ରଶାସନ ଏମାନଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଏଯାଏଁ ସମାଧାନ ହୋଇପାରିନାହିଁ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.