ETV Bharat / state

ଜୋର ଧରିଲା କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି - ଜୋର ଧରିଲା କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି

ସାମ୍ବାଦିକ ସମ୍ମିଳନୀରେ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି କଲା କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି । ଅଧିକ ପଢନ୍ତୁ

demand for kantabanji district status
demand for kantabanji district status
author img

By

Published : Mar 4, 2023, 9:57 AM IST

demand for kantabanji district status

ବଲାଙ୍ଗୀର: ଜୋର ଧରିଲା କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି । ସାମ୍ବାଦିକ ସମ୍ମିଳନୀ କରି କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି କଲା କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି । ସବୁ ଦୃଷ୍ଟିରୁ କଣ୍ଟାବାଞ୍ଜି ଜିଲ୍ଲା ହେବାର ଯୋଗ୍ୟତା ରଖିଥିବା ମତ ରଖିଲେ ସମିତିର ସଦସ୍ୟ ।

ଗତ 1997 ମସିହାରୁ କଣ୍ଟାବାଞ୍ଜିବାସୀ ଜିଲ୍ଲା ଦାବି କରି ଆସୁଛନ୍ତି । ଏଥିପାଇଁ ଅନେକ ସମୟରେ ଆନ୍ଦୋଳନ ଓ ଧାରଣା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଗତକାଲି କଣ୍ଟାବାଞ୍ଜି ସଂଘର୍ଷ ସମିତିର ସଭାପତି ଶେଷଦେବ ପଟେଲଙ୍କ ଅଧ୍ୟକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଯେଉଁଥିରେ ବ୍ରଜ ଶ୍ୟାମ ଗୁରୁ, ବିଦେଶୀ ବେହେରା, ପ୍ରେମ ବାଗ ଓ ଶେଷ ଦେବ ନାଗ ପ୍ରମୁଖ ଉପସ୍ଥିତ ରହି କଣ୍ଟାବାଜି ସବୁ ଦୃଷ୍ଟିରୁ ଜିଲ୍ଲା ହେବାର ଯୋଗ୍ୟତା ରଖିଥିବା ମତ ରଖିଥିଲେ।

ଏନେଇ ଜିଲ୍ଲା ସଂଘର୍ଷ ସମିତି ସଭାପତି ଶେଷଦେବ ପଟେଲ କହିଛନ୍ତି ଯେ, ''ସ୍ବର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ 30ଟି ଜିଲ୍ଲା ଗଠନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସର୍ବାଙ୍ଗୀନ ଉନ୍ନତି ଦୃଷ୍ଟିରୁ ଓଡ଼ିଶାରେ ଜିଲ୍ଲା ସଂଖ୍ୟା ବଢ଼ାଇବାକୁ ଯାଉଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା ପାଇବାକୁ ଯୋଗ୍ୟ ବୋଲି କହିଛନ୍ତି ଶେଷଦେବ । ସେହିପରି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ତିନୋଟି ବ୍ଲକ ସହ ଖପ୍ରାଖୋଲା, ବେଲପଡା ବ୍ଲକ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୬୦ ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ବିସ୍ତୃତ । ''

''ଭୌଗଳିକ, ସାମାଜିକ, ଅର୍ଥନୈତିକ, ରାଜନୈତିକ ବାସ୍ତବତାକୁ ଦେଖିଲେ କଣ୍ଟାବାଞ୍ଜି ହିଁ ଏକ ନୂତନ ଜିଲ୍ଲା ହେବାର ଯଥାର୍ଥତା ବହନ କରେ ବୋଲି ସେ କହିଛନ୍ତି । କଣ୍ଟାବାଞ୍ଜି, ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ବାଣିଜ୍ୟିକ ସହର, ବଲାଙ୍ଗୀର ଜିଲ୍ଲାର ଅନ୍ୟତମ ମୁଖ୍ୟ ସହର ତଥା ସର୍ବ ପୂରାତନ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଟେ ବୋଲି’’ ସେ କହିଛନ୍ତି ଶେଷ ଦେବ ପଟେଲ ।

୨୦୧୧ ମସିହା ତଥ୍ୟ ଅନୁଯାୟୀ, ଏହି ନିର୍ବାଚନ ମଣ୍ଡଳୀର ଜନସଂଖ୍ୟା ୪ ଲକ୍ଷରୁ ଊର୍ଦ୍ଧ୍ବ । ଜିଲ୍ଲା ପାଇଁ ଆବଶ୍ୟକ ରହୁଥିବା ଅନେକ ସରକାରୀ କାର୍ଯ୍ୟାଳୟ ମଧ୍ୟ ନିର୍ବାଚନ ମଣ୍ଡଳୀରେ ରହିଛି । ନିର୍ବାଚନ ମଣ୍ଡଳୀର କଣ୍ଟାବାଞ୍ଜି ପୌରାଞ୍ଚଳ, ୩ଟି ବ୍ଳକ ଓ ୩ଟି ତହସିଲର ରାଜସ୍ବ ଦେବଗଡ଼,ବୌଦ୍ଧ, ନୂଆପଡ଼ା ଆଦି ଜିଲ୍ଲା ଠାରୁ ୩ ଗୁଣା ରାଜସ୍ୱ ସରକାରଙ୍କ ତହବିଲରେ ଜମା ହୁଏ ।

ଶିକ୍ଷା କ୍ଷେତ୍ରରେ କଣ୍ଟାବାଞ୍ଜି ଠାରେ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ରହିଛି । ଏଥିସହ ସ୍ନାତକ, ସ୍ନାତକତ୍ତୋର ଏବଂ ମହିଳା ଯୁକ୍ତ ଦୁଇକଲେଜ ରହିଛି । ସେହିପରି ଆଇ.ଟି.ଆଇ. ସ୍କିଲ ଡେଭଲମେଣ୍ଟ କେନ୍ଦ୍ର, ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ରହିଥିବା ହେତୁ ସଦର ମହକୁମାରେ ଆବଶ୍ୟକ ଥିବା ଶିକ୍ଷା ବ୍ୟବସ୍ଥାର ପୂରଣ କରୁଛି । ଭୌଗଳିକ ପରିସୀମା କ୍ଷେତ୍ରରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ପରିସୀମା ୨୬୨୨ ବର୍ଗ କି.ମି ଯାହାକି ବଲାଙ୍ଗୀର ଜିଲ୍ଲାର ପରିସୀମାର ପ୍ରାୟ ୪୦ ଭାଗ । କଣ୍ଟାବାଞ୍ଜିର ଭୌଗଳିକ ପରିସୀମାକୁ ଅନୁଧ୍ୟାନ କଲେ ପୂର୍ବରୁ ଗଠିତ ହୋଇଥିବା ନୂତନ ଜିଲ୍ଲା ଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ ରହିଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.