ବଲାଙ୍ଗୀର: ଜିଲ୍ଲାରେ ଆୟୋଜିତ ହୋଇଛି ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା । ବିଭିନ୍ନ ବର୍ଗରେ ସଫଳ ସନ୍ତରଣକାରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ବଛା ଯିବେ । ଜିଲ୍ଲା ସନ୍ତରଣ ସଂଘ ଏହାର ଆୟୋଜନ କରିଛି ।
ଜୁନିୟର ଓ ସବ ଜୁନିୟରମାନଙ୍କୁ ନେଇ ଏହି ସନ୍ତରଣ ପ୍ରତିଯୋଗିତା ହୋଇଛି। ଜିଲ୍ଲାର ସମସ୍ତ 14ଟି ବ୍ଲକରୁ 200 ଜଣ ସନ୍ତରଣକାରୀ ଏଥିରେ ଅଂଶଗ୍ରହଣ କରିଥିଲେ। ସେହିପରି ବିଭିନ୍ନ ବିଭାଗ ଯେଉଁଥିରେ ଫ୍ରି ଷ୍ଟାଇଲ, ବେକ ଷ୍ଟ୍ରୋକ ଭଳି ବର୍ଗରେ ଏହି ପ୍ରତିଯୋଗିତା ହୋଇଥିଲା ଏଥିରେ ଭାଗ ନେଇଥିବା ସନ୍ତରଣକାରୀ ମାନେ ନିଜର ବଳିଷ୍ଠ ଉଦ୍ୟମ ପ୍ରଦର୍ଶିନ କରିଥିଲେ।
ଏହିଠାରୁ ସଫଳ ହୋଇଥିବା 15 ଜଣ ସନ୍ତରଣକାରୀଙ୍କୁ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିବ। ଯାହା ଆଗକୁ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ବରରେ ଆୟୋଜିତ ହେବ । ଏଥିରେ ସଫଳ ହେଲେ ଏମାନଙ୍କୁ ଜାତୀୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସୁଯୋଗ ମିଳିବ ବୋଲି ଏଠିକାର ଆୟୋଜକ କହିଛନ୍ତି। ତେବେ ଆଜିର ଏହି ପ୍ରତିଯୋଗିତାରେ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ବଲାଙ୍ଗୀର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ ପ୍ରମୁଖ ଉପସ୍ଥିତ ରହି ସନ୍ତରଣକାରୀଙ୍କ ଉତ୍ସାହିତ କରିଥିଲେ ।
ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ