ETV Bharat / state

POS ମେସିନ ଯୋଗାଇଦେବା ନାଁରେ ବନ୍ଧାହେଲେ ଜିଲ୍ଲା କୃଷି ଅଧିକାରୀ - POS machine

ଯୁବକଙ୍କ ଠାରୁ ଲାଞ୍ଚ ନେବା କୃଷି ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ମେସିନ ଯୋଗାଇବା ନାଁରେ ୭ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ଜିଲ୍ଲା କୃଷି ଅଧିକାରୀ । ଅଧିକ ପଢନ୍ତୁ...

POS ମେସିନ ଯୋଗାଇଦେବା ନାଁରେ ବନ୍ଧାହେଲେ ଜିଲ୍ଲା କୃଷି ଅଧିକାରୀ

author img

By

Published : Sep 28, 2021, 8:25 PM IST

ବଲାଙ୍ଗୀର: ଲାଞ୍ଚ ନେବା ଅଭିଯୋଗରେ ବନ୍ଧାହେଲେ ଜିଲ୍ଲା କୃଷି ଅଧିକାରୀ । ଏନେଇ ଆଜି (ମଙ୍ଗଳବାର) ଜିଲ୍ଲା କୃଷି କାର୍ଯ୍ୟାଳୟରେ ପିଓଏସ ମେସିନ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ କରିଛି ଭିଜିଲାନ୍ସ ଟିମ୍ । ତେବେ ଗିରଫ ହୋଇଥିବା ଅଧିକାରୀ ଜଣକ ହେଉଛନ୍ତି ହିମାଂଶୁ ଶେଖର ପାଢ଼ୀ ।

POS ମେସିନ ଯୋଗାଇଦେବା ନାଁରେ ବନ୍ଧାହେଲେ ଜିଲ୍ଲା କୃଷି ଅଧିକାରୀ

ସୂଚନାନୁସାରେ ଲୋଇସିଂହା ବ୍ଲକ୍ ପଣ୍ଡକିଟାଲ ଗାଁର ଦୁର୍ଯ୍ୟୋଧନ ବାରିକ ୨୦୧୯ ମସିହାରୁ ସାର ବିକ୍ରି ପାଇଁ ଅନୁମତି ପାଇଥିବାବେଳେ ତାଙ୍କୁ ପିଓଏସ ମେସିନ ପ୍ରଦାନ ପାଇଁ କୃଷି ଅଧିକାରୀ ଜଣକ ୧୦ ହଜାର ଟଙ୍କା ଦାବି କରିଥିଲେ । ତେବେ ମଙ୍ଗଳବାର ଦୁର୍ଯ୍ଯୋଧନ ବାରିକଙ୍କ ଠାରୁ ୭ ହଜାର ଟଙ୍କା ନେବା ବେଳେ କୃଷି ଅଧିକାରୀ ହିମାଂଶୁ ପାଢ଼ୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

ସେପଟେ ଏହି ଲାଞ୍ଚ ନେବା ଘଟଣାରେ ଜବତ ହୋଇଥିବା ୭ ହଜାର ଟଙ୍କା କେମିକାଲ ଟେଷ୍ଟରେ ପଜିଟିଭ ଥିବା ଭିଜିଲାନ୍ସ ଡିଏସପି ସୂଚନା ଦେଇଛନ୍ତି । ଏଥିସହ ତାଙ୍କ ହାତୀଶାଳପଡାସ୍ଥିତ ଷ୍ଟାଫ କ୍ବାର୍ଟରରେ ଚଢ଼ାଉ କରିବା ସହ ତାଙ୍କ ଘରୁ ଚଢାଉ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯିବା ସହ ନଗଦ ୨୮ ହଜାର ୨ ଶହ ଟଙ୍କା ଜବତ କରାଯାଇଛି । ଆଉ ଏହି ଲାଞ୍ଚ ନେବା ଘଟଣାରେ ଲାଞ୍ଚୁଆ କୃଷି ଅଧିକାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.