ETV Bharat / state

ବଲାଙ୍ଗୀରରେ ବ୍ୟାପିଲା ଝାଡ଼ାବାନ୍ତି: 3 ମୃତ, ଅନେକ ଆକ୍ରାନ୍ତ - campaign for awareness

ମମିଆଁ ଗାଁରେ ଝାଡ଼ାବାନ୍ତିରେ 3 ଜଣ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇଛନ୍ତି। ଗାଁରେ ବର୍ତ୍ତମାନସୁଦ୍ଧା 3ଟି ଡାକ୍ତରୀ ଟିମ୍ ନିୟୋଜିତ ଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ବଲାଙ୍ଗୀରରେ ବ୍ୟାପିଲା ଝାଡ଼ାବାନ୍ତି
ବଲାଙ୍ଗୀରରେ ବ୍ୟାପିଲା ଝାଡ଼ାବାନ୍ତି
author img

By

Published : Aug 4, 2023, 9:41 PM IST

ବଲାଙ୍ଗୀରରେ ବ୍ୟାପିଲା ଝାଡ଼ାବାନ୍ତି

ବଲାଙ୍ଗୀର: ଜିଲ୍ଲାରେ ଏକ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ 3 ଜଣଙ୍କ ଜୀବନ ଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଞ୍ଚାୟତ ମମିଆଁ ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ 3 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଝାଡ଼ାବାନ୍ତିରେ ଅନେକ ଆକ୍ରାନ୍ତ ହୋଇଥିବାବେଳେ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚିଛି । ଲୋକଙ୍କୁ ସଚେତନ କରିବା ସହ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗତ କିଛି ଦିନ ମଧ୍ୟରେ ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିଲମ୍ବର ହିଆଁଲ, ସୋନିଆ ସେଲମା, କୈକେୟା ବେହେରା ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଗ୍ରାମର ୧୦ ଜଣ ବ୍ୟକ୍ତି ଝାଡାବାନ୍ତିରେ ଆକାନ୍ତ ହୋଇ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ତେବେ କେଉଁ କାରଣରୁ ଏଭଳି ସମସ୍ୟା ହୋଇଛି ତାହା ଜଣାପଡିନାହିଁ ।

ସେପଟେ ପାଣି ପାଇଁ ଏହିଭଳି ହୋଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ଏହି ଗାଁ ନୂଆପଡ଼ା ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲା ସୀମାରେ ଥିବାବେଳେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ତେବେ ସୂଚନା ଅନୁସାରେ, ଦୀର୍ଘ କିଛି ଦିନ ହେବ ଏହି ଗ୍ରାମରେ ଝାଡ଼ାବାନ୍ତି ରୋଗ ବ୍ୟାପିଥିଲା । ଏଥିରେ ଅନେକ ଆକ୍ରାନ୍ତ ହୋଇଥିବାବେଳେ 3 ଜଣଙ୍କର ଏଯାବତ୍ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ବିଶେଷ କରି ରୋଗୀଙ୍କ ମଧ୍ୟରେ ଶିଶୁମାନଙ୍କ ସଂଖ୍ୟା ଅଧିକ ରହିଛି । ଏହି ଅଭିଯୋଗ ଆସିବା ପରେ କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡାର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ସଂପୃକ୍ତ ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ।

ସେହିପରି ରୋଗୀଙ୍କ ପରୀକ୍ଷା କରାଯିବା ସହ ରୋଗର କାରଣ ମଧ୍ୟ ଖୋଜା ଚାଲିଛି । ଏହାସହ ଲୋକଙ୍କୁ ଏହି ଟିମ୍ ସଚେତନ ମଧ୍ୟ କରିଛନ୍ତି । ତେବେ ଗାଆଁରେ ପିଇବା ପାଣି ଯୋଗୁଁ ହିଁ ଏହି ରୋଗ ବ୍ୟାପିଥିବାର ସନ୍ଦେହ କରାଯାଉଛି । ସେହିପରି ଗାଁ ଗଣ୍ଡା ଓ ଘରକୁ ସଫା ସୁତୁରା ରଖିବା ସହ ପାଣି ଫୁଟାଇ ଛାଣି ପିଇବାକୁ ପରାମର୍ଶ ଦେଇଛନ୍ତି ଡାକ୍ତରୀ ଟିମ୍ । ସେହିପରି ଗୁରୁତର ଆକ୍ରାନ୍ତ ଥିବା ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ କଣ୍ଟାବାଞ୍ଜି ଗରିବ ସେନା ସଂଗଠନର ସଭାପତି ମୁକେଶ ତାଣ୍ଡି କହିଛନ୍ତି, "ଦୀର୍ଘ କିଛି ଦିନ ହେବ ଏହି ମମିଆ ଗାଆଁରେ ଏହି ରୋଗ ବ୍ୟାପିଛି। ଏଥିରେ 3 ଜଣଙ୍କ ଜୀବନ ମଧ୍ୟ ଯାଇଛି ।"

ଏହା ବି ପଢନ୍ତୁ...ବୃଦ୍ଧି ପାଇବାରେ ଲାଗିଛି ଜଳବାହିତ ରୋଗ, ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନର ବୈଠକ

ସେହିପରି ଏବେବି ଅନେକ ଆକ୍ରାନ୍ତ ଥିବାବେଳେ ଅନେକ ଲୋକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏହା ପଛର କାରଣ ଓ ନିରାକରଣ ପାଇଁ ଶୀଘ୍ର ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେବାକୁ ଦାବି ହୋଇଛି । ସେପଟେ ଏହି ଘଟଣାକୁ ନେଇ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିବାବେଳେ ଗାଁରେ ବର୍ତ୍ତମାନ ସୁଦ୍ଧା 3ଟି ଡାକ୍ତରୀ ଟିମ୍ ନିୟୋଜିତ ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.